www.samajalive.in
Tuesday, December 9, 2025
16.1 C
Bhubaneswar

ଏନକାଉଣ୍ଟରରେ ମୋଷ୍ଟ ୱାଣ୍ଟେଡ୍‌ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ନିହତ

କାନପୁର : କାନପୁରରେ ପୁଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ୍‌ଷ୍ଟର୍ ବିକାଶ ଦୁବେ ନିହତ ହୋଇଥିବା ଖବର ମିଳିଛି । ମଧ୍ୟପ୍ରଦେଶରୁ ଗିରଫ ହୋଇଥିବା ବିକାଶଙ୍କୁ କାନପୁର ଅଣାଯାଉଥିବା ବେଳେ ବିକାଶ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ଏନକାଉଣ୍ଟର କରିଥିଲା । ମିଳିଥିବା ସୂଚନା ଅନୁସାରେ, କାନପୁର ଅଣାଯିବା ସମୟରେ ଏସଟିଏଫ ଟିମ ସହ ବିକାଶ ଦୁବେ ବସିଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପରେ ସେ ଖସିପଳାଇବାକୁ ଉଦ୍ୟମ କରିଥିବା ବେଳେ ପୁଲିସର ଏନକାଉଣ୍ଟରରେ ପ୍ରାଣ ହରାଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ସ୍ଥିତ ଉଜ୍ଜୟିନୀର ମହାକଳେଶ୍ୱର ମନ୍ଦିର ନିକଟରୁ ଗୁରୁବାର ଦିନ ବିକାଶ ଦୁବେକୁ ଗିରଫ କରାଯାଇଥିଲା। ଯାହାକୁ ହେପାଜତରେ ନେଇଥିଲା ମଧ୍ୟପ୍ରଦେଶ ପୋଲିସ । ସ୍ଥାନୀୟ କୋର୍ଟରେ ହାଜର ପରେ ବିକାଶକୁ ଉତ୍ତରପ୍ରଦେଶ ପୋଲିସ ରିମାଣ୍ଡରେ ଆଣିଥାନ୍ତା । ମୋଷ୍ଟ ଓ୍ୱାଣ୍ଟେଡ ବିକାଶକୁ ଧରିବା ପାଇଁ ୪୦ଟି ଟିମ୍ ଗଠନ କରାଯାଇଥିଲା । ରାଜ୍ୟ ତଥା ରାଜ୍ୟ ବାହାରେ ତାକୁ ଖୋଜୁଥିଲା ଉତ୍ତରପ୍ରଦେଶ ଏସଟିଏଫ୍ । ବିଗତ ସାତ ଦିନ ଭିତରେ ବିକାଶ ଦୁବେର ପାଞ୍ଚ ସହଯୋଗୀଙ୍କୁ ଏନକାଉଣ୍ଟର କରିଥିଲା ଉତ୍ତରପ୍ରଦେଶ ପୋଲିସ ।

- Advertisement -

ସୂଚନା ଅନୁଯାୟୀ, ବିକାଶର ମୃତଦେହ ଏବେ ଲାଜପଥ ରାୟ ହସ୍ପିଟାଲରେ ରହିଛି। ଏଠାରେ ପୁଲିସ୍ ଓ ଡାକ୍ତରୀ ଟିମ ଉପସ୍ଥିତ ରହିଛନ୍ତି। ଜୁନ୍ ୩ରେ କାନପୁରରେ ବିକାଶ ଓ ତା’ର ସହଯୋଗୀମାନେ ଆଖିବୁଜା ଗୁଳିମାଡ଼ କରି ୮ ଜଣ ପୁଲିସ୍ କର୍ମଚାରୀଙ୍କୁ ହତ୍ୟା କରିଥିଲେ। ସେବେଠାରୁ ପୁଲିସ୍ ବିକାଶକୁ ଖୋଜୁଥିଲା। ବିକାଶକୁ ଖୋଜିବା ବେଳେ ପୁଲିସ୍ ତା’ର ୩ ଜଣ ସହଯୋଗୀଙ୍କୁ ଏନକାଉଣ୍ଟର କରିଥିଲା। ଏବେ ବିକାଶର ମଧ୍ୟ ସମାନ ଅବସ୍ଥା ଘଟିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories