www.samajalive.in
Saturday, December 13, 2025
26.1 C
Bhubaneswar

ଷ୍ଟେଟ୍‌ ବ୍ୟାଙ୍କ ଋଣ ସୁଧହାର କମାଇଲା

ମୁମ୍ବଇ : ରାଷ୍ଟ୍ରାୟତ୍ତ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସବିଆଇ) ଏହାର ସାମୟିକ ଋଣ ସୁଧ ହାରରେ ହ୍ରାସ ଘଟାଇଛି। ବୁଧବାର ବ୍ୟାଙ୍କ ପକ୍ଷରୁ କୁହାଯାଇଛି, କ୍ଷୁଦ୍ର ଅବଧିବିଶିଷ୍ଟ ମାର୍ଜିନାଲ କଷ୍ଟ ବେସ୍‌ଡ ଲେଣ୍ଡିଂ ରେଟ୍‌ (ଏମ୍‌ସିଏଲ୍‌ଆର୍‌) ୫ରୁ ୧୦ ବେସିସ୍‌ ପଏଣ୍ଟରେ ହ୍ରାସ ପାଇଛି। ନୂଆ ସୁଧହାର ଚଳିତମାସ ୧୦ରୁ ଲାଗୁ କରାଯିବ ବୋଲି ଜଣାଯାଇଛି। ଏହି ସଂଶୋଧନ ସହିତ ତିନିମାସ ପର୍ଯ୍ୟନ୍ତ ବ୍ୟାଙ୍କର ଏମ୍‌ସିଏଲ୍‌ଆର୍‌ ବାର୍ଷିକ ୬.୬୫ ପ୍ରତିଶତକୁ ଖସିଆସିଛି। ବ୍ୟାଙ୍କ ପକ୍ଷରୁ କୁହାଯାଇଛି, ବ୍ୟାଙ୍କ ଇତି ମଧ୍ୟରେ ଏହାର ଏମ୍‌ସିଏଲ୍‌ଆର୍‌ରେ ୧୪ ଥର ହ୍ରାସ ଘଟାଇଲାଣି। ସାମୟିକ ଋଣ ଉପରେ ଲାଗୁ ହେଉଥିବା ସୁଧ ହାର ଅନ୍ୟ ବ୍ୟାଙ୍କର ସୁଧହାରଠାରୁ କମ୍‌। ତେବେ ଦୀର୍ଘ ମିଆଦୀ ଋଣର ସୁଧ ହାର ଅପରିବର୍ତ୍ତିତ ରହିବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories