www.samajalive.in
Saturday, December 13, 2025
21.1 C
Bhubaneswar

ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ବୌଦ୍ଧ : ବୌଦ୍ଧ ବଘିଆପଡ଼ା ଗୌଡ଼ଦେଇ ସଙ୍ଗରୋଧ କେନ୍ଦ୍ରରେ ଜଣେ ପ୍ରବାସୀ ଶ୍ରମିକଙ୍କ ଗୁରୁବାର ମୃତ୍ୟୁ ହୋଇଯାଇଛି। ସେ ବୌଦ୍ଧ ଟିକରପଡ଼ା ପଞ୍ଚାୟତର ମେଣ୍ଢିମାଳ ଗ୍ରାମର କାଳିଆ କହଁରଙ୍କ ପୁଅ ନରୋତ୍ତମ କହଁର (୨୨ ବର୍ଷ ) ଓ ସେ ଗୁଜୁରାଟ ସୁରଟରେ ସୂତାକଳରେ କାମ କରୁଥିଲେ। ଗତ ୬ ତାରିଖ ସେ ମେଣ୍ଢିମାଳକୁ ଫେରିବା ପରେ ଗ୍ରାମବାସୀ ତାଙ୍କୁ ପୂରାଇ ଦେଇନଥିଲେ। ତେଣୁ ସେ ଗାଁ ସ୍କୁଲ ବାରଣ୍ଡାରେ ଶୋଇ ୭ ତାରିଖ ସରପଞ୍ଚଙ୍କ ସହାୟତାରେ ଗୌଡ଼ଦେଇ ସଙ୍ଗରୋଧ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଗୁରୁବାର ସକାଳୁ ସେ ଗାଧୁଆ ଘରେ ପଡ଼ିଥିବା ଦେଖାଯିବାରୁ ତାଙ୍କୁ ବୌଦ୍ଧ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଆମ୍ବୁଲାନସ ଯୋଗେ କୋଭିଡ କେୟାର ସେଣ୍ଟରକୁ ଅଣା ଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ କହିଛନ୍ତି ଯେ ଶ୍ରମିକ ଜଣକ ଗତ ୭ ତାରିଖ ସଙ୍ଗରୋଧ କେନ୍ଦ୍ରକୁ ଆସିଥିଲେ। ସଙ୍ଗରୋଧ କେନ୍ଦ୍ରରେ ରହିବାର ୫ ଦିନ ପରେ ତାଙ୍କ ସ୍ୱାବ ପରୀକ୍ଷା ପାଇଁ ପଠା ଯାଇଥାନ୍ତା। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories