www.samajalive.in
Wednesday, December 10, 2025
14.1 C
Bhubaneswar

ସାପକୁ ଖାଉଥିଲା ସାପ ; ରକ୍ତାକ୍ତ ସଂଘର୍ଷ ଦେଖି ଲୋକେ ଭୟଭୀତ

ସାପର ନାମ ଶୁଣିବା ମାତ୍ରେ ପ୍ରତ୍ୟେକଙ୍କ ମନରେ ଭୟ ସୃଷ୍ଟି ହୋଇଥାଏ। ନିଜ ଭୋକକୁ ମେଣ୍ଟାଇବା ପାଇଁ ସାପ ସାଧାରଣତଃ ମୂଷା, ବେଙ୍ଗ, ଅନ୍ୟାନ୍ୟ କେତେକ ଜୀବଙ୍କୁ ଆହାର ଭାବେ ଗ୍ରହଣ କରିଥାଆନ୍ତି। ମାତ୍ର ଏପରି କେବେ ଶୁଣିଛନ୍ତି ଅଥବା ଦେଖିଛନ୍ତି କି ଯେ ଗୋଟିଏ ସାପ ଅନ୍ୟ ଏକ ସାପକୁ ଭକ୍ଷଣ କରିବା।
ବର୍ତମାନ ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ବେଶ ଭାଇରାଲ ହେଉଛି। ଯେଉଁଥିରେ ଗୋଟିଏ ବଡ଼ ବିଷାକ୍ତ ସାପ ଅନ୍ୟ ଗୋଟିଏ ସାପକୁ ଗିଳିବାକୁ ଚେଷ୍ଟା ଚଲାଇଛି। ଏହି ଘଟଣା ମହାରାଷ୍ଟ୍ରର ପୁଣେ ଠାରୁ କିଛି ଦୂରରେ ଥିବା ସିଂହଗଡ଼ କିଲାର ଅଂଚଳର।
ପ୍ରଥମେ ଏକ ନାଗସାପ ଅନ୍ୟ ଏକ ସାପକୁ ଗିଳିବାକୁ ଚେଷ୍ଟା କରିବା ପରେ କିଛି ସମୟରେ ତା’କୁ ପାଟିରୁ ବାହାର କରିଦେଇଥିଲା। ଏହାପରେ କିଛି ଦୂରକୁ ଚାଲି ଯାଇଥିଲା। ସେହି ସମୟରେ ସେଠାରେ ଥିବା କିଛି ଲୋକେ ନାଗ ସାପଟିକୁ ଧରି ଏକ ବସ୍ତା ମଧ୍ୟରେ ଭର୍ତି କରିଦେଇଥିଲେ। ଅନ୍ୟ ସାପଟିକୁ ଖୋଜିବାକୁ ଲାଗିଥିଲେ।
ଆହତ ସାପଟିକୁ ମଧ୍ୟ ଲୋକେ ବହୁ କଷ୍ଟରେ ଖୋଜା ଖୋଜି କରି ବସ୍ତାରେ ଭର୍ତି କରିଦେଇଥିଲେ। ବଡ଼ ସାପଟିକୁ ଜଙ୍ଗଲରେ ଛାଡ଼ିବା ପରେ ଛୋଟ ସାପଟିର ଚିକିତ୍ସା କରି ଜଙ୍ଗଲରେ ଛାଡ଼ି ଦେଇଥିବା ଜଣାପଡ଼ିଛି।
ବନ ବିଭାଗ ଅଧିକାରୀଙ୍କ ମତରେ ନାଗ ଜାତିର ସାପ ଅନ୍ୟ ଜାତିର ସାପକୁ ଖାଇପାରେ। ଏହାର ଦୁଇଟି କାରଣ ହୋଇପାରେ। ପ୍ରଥମ ସାପଟି ଭୋକିଲା ଥାଇପାରେ ଅନ୍ୟଟି କୌଣସି କାରଣରୁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥାଇପାରେ। ନାଗସାପ ଅନେକ ରାଜ୍ୟରେ ଦେଖାଯାଏ। ଏମାନେ ସାଧାରଣତଃ ବେଙ୍ଗ, ଛୋଟ ଛୋଟ ଜୀବଙ୍କୁ ଆହର ଭାବେ ଗ୍ରହଣ କରି ଭୋକ ମେଣ୍ଟାନ୍ତି। ମାତ୍ର ଅନ୍ୟ କୌଣସି ବଡ଼ ଜନ୍ତୁଙ୍କୁ ଖାଇ ହଜମ କରିବା ଏମାନଙ୍କ ପକ୍ଷେ କଷ୍ଟସାଧ୍ୟ। ଏହି କାରଣରୁ ନାଗ ସାପ ଗିଳୁଥିବା ଅନ୍ୟ ସାପଟିକୁ ଛାଡ଼ିଦେଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories