www.samajalive.in
Wednesday, December 10, 2025
14.1 C
Bhubaneswar

ରାଉରକେଲା ସହରର ଆଉ ଦୁଇଟି ଅଂଚଳ କଣ୍ଟେନମେଣ୍ଟ ଜୋନ ଘୋଷଣା

ରାଉରକେଲା : ରାଉରକେଲା ସହରର ଆଉ ଦୁଇଟି ଅଞ୍ଚଳ ବୁଧବାର କଣ୍ଟନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ରାଉରକେଲା ମହାନଗର ନିଗମର କମିଶନର ଦିବ୍ୟଜ୍ୟୋତି ପରିଡା ଏହାକୁ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସେକ୍ଟର ୫ ଗୋଲଘର ସମଗ୍ର ବାରାକ-୪ଅଞ୍ଚଳକୁ କଣ୍ଟନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ସେହିପରି ବାସନ୍ତୀ କଲୋନୀର ଆଂଶିକ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। କ୍ୱାର୍ଟର ନମ୍ବର ଡିଏମ ୨୦ରୁ ୨୯, ଡ଼ିଏମ ୩ରୁ ୧୩କୁ କଣ୍ଟେନମେଣ୍ଟ ଜୋନ କରାଯାଇଥିବା ବେଳେ ଏହାକୁ ଲାଗି ରହିଥିବା ମୁଖ୍ୟ ମାର୍ଗ ବନ୍ଦ ରହିବ। ସେହିପରି ଏଫ ଇ ୧୨୧ରୁ ୧୩୩ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ବେଳେ ଏହାକୁ ଲାଗି ରହିଥିବା କୁଷ୍ଠ ବସ୍ତିର ପ୍ରବେଶ ପଥ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ପରବର୍ତୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ଏହା ବଳବତର ରହିବ ବୋଲି ଉଲ୍ଲେଖ ରହିଛି। ଆରଏମସି ଉପକମିଶନର ସୁଧାଂଶୁ ଭୋଇ ଏହି ଜୋନ ଦାୟିତ୍ୱରେ ଅଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories