www.samajalive.in
Saturday, December 6, 2025
26.1 C
Bhubaneswar

କମ୍‍ ବୟସରୁ କେଶ ଧଳା ହୋଇଯାଉଛି କି? ରସୁଣ କରିବ ଏହି ସମସ୍ୟାର ସମାଧାନ

ଆଜିକାଲି ସାଧାରଣତଃ କମ୍‍ ବୟସରୁ ଅନେକ ଲୋକଙ୍କର କେଶ ପାଚିବା ସମସ୍ୟା ଦେଖାଦେଉଛି। ଏଥିରୁ ମୁକ୍ତି ପାଇବା ପାଇଁ ସେମାନେ ଅନେକ କେମିକାଲ ଯୁକ୍ତ ପ୍ରସାଧନ ସାମଗ୍ରୀର ବ୍ୟବହାର କରିଥାଆନ୍ତି। କିନ୍ତୁ ଏହା କେଶକୁ ଆହୁରି ଖରାପ କରି ଦେଇଥାଏ। ତେବେ ଏ କ୍ଷେତ୍ରରେ କେତେକ ଘରୋଇ ଉପାୟ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ରସୁଣ ସହ କେତୋଟି ଜିନିଷ ମିଶାଇ ଲଗାଇଲେ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଆସନ୍ତୁ ଜାଣିବା ସେ ବିଷୟରେ –

ରସୁଣ ଓ ପିଆଜ:

- Advertisement -

ସମାନ ପରିମାଣର ରସୁଣ ଓ ପିଆଜକୁ ମିଶାଇ ମୁଣ୍ଡରେ ଲଗାନ୍ତୁ। ୨୦-୩୦ ମିନିଟ୍‌ ପରେ ମୁଣ୍ଡକୁ ଧୋଇ ଦିଅନ୍ତୁ। ସପ୍ତାହରେ ଦୁଇ ଥର ଏଭଳି କରନ୍ତୁ, ଧଳା କେଶ ସମସ୍ୟା ଦୂର ହେବ।

ରସୁଣ ଓ ମହୁ:

ଗୋଟେ ରସୁଣକୁ ବାଟି ସେଥିରେ ଏକ ଚାମଚ ମହୁ ମିଶାନ୍ତୁ। ଏହାକୁ ୩୦ ମିନିଟ୍‌ ଯାଏଁ ମୁଣ୍ଡରେ ଲଗାନ୍ତୁ। ପରେ ମୁଣ୍ଡକୁ ପରିଷ୍କାର କରି ଧୋଇ ଦିଅନ୍ତୁ। ସପ୍ତାହକୁ ଥରେ ଏଭଳି କରିବା ଦ୍ୱାରା କେଶ କଳା ହୁଏ।

ରସୁଣ ଓ ନଡ଼ିଆ ତେଲ:

୩-୪ଟି ରସୁଣକୁ ପେଷ୍ଟ କରି ସେଥିରେ ୨ ଚାମଚ ନଡ଼ିଆ ତେଲ ମିଶାନ୍ତୁ। ଏହି ପ୍ୟାକ୍‌କୁ ଚୁଟିରେ ଲଗାଇ ୧୫-୨୦ ମିନିଟ୍‌ ପାଇଁ ଛାଡ଼ିଦିଅନ୍ତୁ। ପରେ ସାମ୍ପୁରେ ମୁଣ୍ଡ ସଫା କରନ୍ତୁ। ଏହି ପେଷ୍ଟ ବ୍ୟବହାର କଲେ ରୂପି ସମସ୍ୟା ସମେତ କେଶ ଝଡ଼ିବା ଓ ଧଳା ହେବା ସମସ୍ୟା ଦୂର ହୋଇଥାଏ।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories