www.samajalive.in
Saturday, December 6, 2025
26.1 C
Bhubaneswar

ବ୍ରହ୍ମପୁର ଓ ଗଞ୍ଜାମ ସହରାଞ୍ଚଳ ପାଇଁ କଟକଣା, ୯ ରୁ ୧୩ ସଟ୍‌ଡାଉନ୍‌

ଛତ୍ରପୁର : ଗଞ୍ଜାମ ଜିଲାରେ କରୋନା ବସା​‌ ବାନ୍ଧିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏଥିରେ ବ୍ରେକ ଦେବାକୁ ଆସନ୍ତା ୯ ତାରିଖରୁ ୧୩ ତାରିଖ ୫ ଦିନ ବ୍ରହ୍ମପୁର ମହାନଗର ନିଗମ ସମେତ ଗଞ୍ଜାମ ଜିଲାର ସବୁ ସହରାଞ୍ଚଳକୁ ସଟଡାଉନ ଘୋଣୋ କରାଯାଇଛି। ଜିଲାର ସବୁ ଏନଏସି , ବ୍ରହ୍ମପୁର ମହାନଗର ନିଗମ, ହିଞ୍ଜିଳି ପୌରପାଳିକା, ଜିଲାର ସବୁ ବ୍ଲକର ମୁଖ୍ୟ ଦପ୍ତରରେ ୯ରୁ ମେଗା ସ୍ୱାସ୍ଥ୍ୟ ସ୍କ୍ରିନିଂ ଆରମ୍ଭ କରାଯିବ। ଏଥିପାଇଁ ଆସନ୍ତା ୯ ରୁ ୧୩ ତାରିଖ ୫ ଦିନ ସଟଡାଉନ ରହିବ। ଏହି ସମୟରେ ସମସ୍ତଙ୍କ ଘରକୁ ଘର ଯାଇ ସ୍ୱାସ୍ଥ୍ୟ ସ୍କ୍ରିନିଂ କରାଯିବ। ଏଥିପାଇଁ ୨୦୦ଟି ଟିମ ଗଠନ କରାଯାଇଛି ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଡିଆରଡିଏ ଋଷିକୂଲ୍ୟା ଭବନ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଟିମରେ ଜଣେ ଡାକ୍ତର ଓ ୨ଜଣ ଅଙ୍ଗନାବାଡିକର୍ମୀ ରହିବେ। ପ୍ରତି ଟିମ ଦିନକୁ ୧୫୦ ରୁ ଅଧିକ ଘରକୁ ଯାଇ ସ୍ୱାସ୍ଥ୍ୟ ଯାଞ୍ଚ କରିବେ। ପ୍ରତି ଘରର ସବୁ ସଦସ୍ୟଙ୍କ ଥର୍ମାଲ ସ୍କ୍ରିନିଂ, ଅକ୍ସି ପଲସ୍‍ ସ୍କ୍ରିନିଂ (ପଲସ୍‍ ଓ ଅକ୍ସିଜେନ୍‍) କରାଯିବ। ଏଥିସହ ବ୍ଲଡ ପ୍ରେସର ମେସିନ୍‍ ଦ୍ୱାରା ମଧ୍ୟ ପ୍ରେସର ଯାଞ୍ଚ ହେବ। ଜିଲାର ସହାଞ୍ଚଳରେ ୫୯ ହଜାର ୨୨୦ ଘର ଓ ବ୍ରହ୍ମପୁର ମହାଗନଗର ନିଗମରେ ୭୨ ହଜାର ଘର ରହିଛି। ବିଏମସିର ୪ ଲକ୍ଷ ଲୋକଙ୍କ ସ୍କ୍ରିନିଂ ହେବ। ସେହିପରି ଅନ୍ୟ ସ୍ଥାନରେ ୩ ଲକ୍ଷ ୬ହଜାର ୩୯୧ ସମେତ ମୋଟ ୭ ଲକ୍ଷ ୬ ହଜାର ୩୯୧ ଜଣଙ୍କ ସ୍ବାସ୍ଥ୍ୟ ସ୍କ୍ରିନିଂ କରାଯିବ। ଲକ୍ଷଣ ଚିହ୍ନଟ ପରେ ଆଇସୋଲେସନ, ଟେଷ୍ଟିଂ ଓ ଚିକିତ୍ସା ଏହାର ଲକ୍ଷ୍ୟ ବୋଲି ଜିଲାପାଳ କହିଛନ୍ତି। ଏଥିସହ କ୍ୟାନସର, ଡାଇବେଟିସ୍‍, ରକ୍ତଚାପ, କୀଡନି, ଟିବି ରୋଗୀଙ୍କ ତାଲିକା ମଧ୍ୟ ପ୍ରସ୍ତୁତି ଏହି ସଟ୍‍ଡାଉନ୍‍ ଅବଧିରେ କରାଯିବ। ଯାହାଫଳରେ ଏମାନଙ୍କୁ ସ୍ୱାସ୍ଥ୍ୟ ସେବା, ଟେଲିମେଡିସିନ୍‍ ଯୋଗାଇବାରେ ସହାୟକ ହେବ। ଏଥିସହ ଉକ୍ତ ରୋଗୀଙ୍କୁ ନେଇ ହ୍ବାଟ୍ସଆପ୍‍ ଗ୍ରପୁ ଗଠନ ହେବ ।

- Advertisement -

ପୂର୍ବରୁ ପ୍ରବାସୀମାନେ ଆସିଲେ ଜିଲାରେ କରାଯାଇଥିବା ୨୮୬୩ଟି ଟିଏମସି ରହୁଥିଲେ। ବର୍ତ୍ତମାନ ତାହା ବନ୍ଦ କରାଯାଇଛି। ଏବେ ଜିଲାରେ ୧୧୯ କ୍ଲଷ୍ଟରସ୍ତରୀୟ ଆସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର କରାଯାଇଛି। ପ୍ରତି ବ୍ଲକରେ ଏହା ୩ ରୁ ୪ ରହିଛି।ଏବେ ୮୫ କ୍ଲଷ୍ଟରସ୍ତରୀୟ ଆସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୯୧୯୦ ଓ ସହରାଞ୍ଚଳ କ୍ଲଷ୍ଟରସ୍ତରୀୟ ଆସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୩୨୦ ଜଣ ରାଜ୍ୟ ବାହାରୁ ଆସିଥିବା ପ୍ରବାସୀ ରହିଛନ୍ତି। ଜିଲାରେ ୧୬ ହଜାର ୯୨୮ ଜଣଙ୍କ ସ୍ୱାବ ଟେଷ୍ଟ କରାଯାଇଥିଲା। ସେଥିରୁ କାଲି ପର୍ଯ୍ୟନ୍ତ ୨୩୪୮ ଜଣଙ୍କ ପଜିଟିଭ ବାହାରିଥିଲା। ସେଥିରୁ ୧୩୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୦୧୦ ଆକ୍ଟିଭ କେଶ ରହିଥିବା ବେଳେ କାଲି ପର୍ଯ୍ୟନ୍ତ ୨୦ ଜଣଙ୍କ ମୃତ୍ୟୁ ଘଟିଛି।

ସେହିପରି ଜିଲାରେ ବିଭିନ୍ନ ଟିଏମସି ରେ ନିୟୋଜିତ କରୋନା ଯୋଦ୍ଧା ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। ୪୨୪ଜଣ କରୋନା ଯୋଦ୍ଧା ସଂକ୍ରମିତ ହୋଇଥିବା ବେଳେ ୧୯୨ ଜଣ ସୁସ୍ଥ ହୋଇଛନ୍ତି। ଜିଲାରେ କୋଭିଡ କେୟାର ସେଣ୍ଟରରେ ୨୮୫୧ ଓ ଟାଟା କୋଭିଡ ମେଡିକାଲରେ ୨୦୦ ଶଯ୍ୟା ରହିଛି। ବର୍ତ୍ତମାନ ୧୮୮୬ ଜଣ ଆକ୍ରାନ୍ତ ଲୋକ ସେସବୁରେ ରହିଛନ୍ତି। ପ୍ରତି ଗ୍ରାମାଞ୍ଚଳରେ କୋଭିଡ କେୟାର କମିଟି ଗଠନ ସହ ମନିଟର ନିଯୁକ୍ତି କରାଯାଇଛି। ଗ୍ରାମାଞ୍ଚଳରେ ୫୧୦୧ ଟି କୋଭିଡ କେୟାର କମିଟି ଗଠନ କରାଯାଇଛି। ସେହିପରି ସହରାଞ୍ଚଳରେ ୨୪୦ ଟି କୋଭିଡ କେୟାର କମିଟି ଗଠନ କରାଯାଇଛି। ଏହି କମିଟି ଲୋକଙ୍କୁ କରୋନା ସଚେତନତା କରାଇବ। ୧୧୪୭ କୋଭିଡ ମନିଟର କାମ କରୁଛନ୍ତି। ଜିଲାରେ ଏବେ କରୋନା ଆକ୍ରାନ୍ତ ବାହାରୁଛନ୍ତି। ସେମାନେ ଯେଉଁ ଅଞ୍ଚଳରୁ ବାହାରୁଛନ୍ତି ସେହି ସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଉଛି। ଜିଲାରେ ଏଯାବତ ୭୬ ଟି କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ସେଥିରୁ ସହାରାଞ୍ଚଳରେ ୩୦ ଓ ଗ୍ରାମାଞ୍ଚଳରେ ୪୬ ଟି ସ୍ଥାନରେ ଘୋଷଣା କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ପିଡି ଡିଆରଡିଏ ଇଂ.ସିଦ୍ଧାର୍ଥଶଙ୍କର ସ୍ୱାଇଁ, ଏପିଡି ଜ୍ୟୋତି ଶଙ୍କର ରାୟ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories