www.samajalive.in
Saturday, December 13, 2025
21.1 C
Bhubaneswar

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ’ୟୁ-ଟର୍ଣ୍ଣ’: ଚୀନ ନୁହେଁ କଣ୍ଟ୍ରି ଅଫିସରୁ ମିଳିଥିଲା କରୋନା ସୂଚନା

ଚୀନର ଉହାନ ସହର କରୋନାର ଉତ୍ପତ୍ତିସ୍ଥଳ ବୋଲି କୁହାଯାଉଛି । ଚୀନରେ କରୋନା ବ୍ୟାପିବା ନେଇ ସୂଚନା ଗୋପନ ରଖିବା ନେଇ ବିିଭିନ୍ନ ଦେଶ ଅଭିଯୋଗ କରୁଛନ୍ତି । ଏପରି କ୍ଷେତ୍ରରେ ପ୍ରଥମଥର ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଚୀନ ବିପକ୍ଷରେ ନିଜର ମତ ଦେଇଛି । ଚୀନ କରୋନା ସଂକ୍ରାନ୍ତ ସୂଚନା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ଦେଇ ନ ଥିଲା; ବରଂ ସ୍ବାସ୍ଥ୍ୟ ସଙ୍ଗଠନର ଚୀନ କାର୍ଯ୍ୟାଳୟରୁ ଏ ସମ୍ପର୍କରେ କେନ୍ଦ୍ରୀୟ ଅନୁଷ୍ଠାନକୁ ସୂଚନା ଦିଆଯାଇଥିଲା ବୋଲି କୁହାଯାଇଛି ।

- Advertisement -

କରୋନା ଉତ୍ପତ୍ତି ଓ ବ୍ୟାପକତାକୁ ନେଇ ସାରା ବିଶ୍ବ ଚୀନକୁ ଅଙ୍ଗୁଳି ନିର୍ଦେଶ କରୁଛି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଭୂମିକାକୁ ନେଇ ମଧ୍ୟ ସମାଲୋଚନା ହୋଇଛି ।  ପ୍ରଥମେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଚୀନ କରୋନା ସଂକ୍ରାନ୍ତରେ ୩୧ ଡ଼ିସେମ୍ବର ୨୦୧୯ରେ ଦେଇଥିବା କହି ଆସୁଥିଲା । ମାତ୍ର ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ୱେବସାଇଟରେ ଏହି ମହାମାରୀର ଟାଇମଲାଇନ୍ ଅପଡ଼େଟ୍ ହୋଇଛି ଏବଂ ଏହା ଏକ ନୂଆ ବିବାଦ ସୃଷ୍ଟି କରିଛି ।

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ୟୁ-ଟର୍ଣ୍ଣ

ବର୍ତମାନ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଟାଇମଲାଇନ ଅନୁସାରେ ଚୀନରେ ଥିବା ସ୍ବାସ୍ଥ୍ୟ ସଙ୍ଗଠନର କଣ୍ଟ୍ରି ଅଫିସକୁ ଉହାନର କରୋନା ସଂକ୍ରାନ୍ତ ସୂଚନା ମିଳିଥିଲା । ଗଣମାଧ୍ୟମରେ ଉହାନ ନଗରପାଳିକା ସ୍ବାସ୍ଥ୍ୟ ଆୟୋଗ ସୂଚନା ଅନୁସାରେ ‘ ନିମୋନିଆ ଭୂତାଣୁ’ ସମ୍ପର୍କରେ ଖବର ଜଣାପଡ଼ିଥିଲା । ଟାଇମଲାଇନରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ ଚୀନ ସରକାରୀ ଭାବରେ ୨୦୧୯ ଡ଼ିସେମ୍ବର ୩୧ ପର୍ଯ୍ୟନ୍ତ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ଏ ସମ୍ପର୍କରେ କୌଣସି ବିଧିବଦ୍ଧ ସୂଚନା ଦେଇ ନ ଥିଲା ।

୯ ଏପ୍ରିଲରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଟାଇମଲାଇନ

କରୋନା ମହାମାରୀ ସମ୍ପର୍କରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପ୍ରାରମ୍ଭିକ ଭାବରେ ଏପ୍ରିଲ ୯ ତାରିଖରେ ଟାଇମଲାଇନ ଜାରି କରିଥିଲା । ଏଥିରେ କେବଳ ଏତିକି କୁହାଯାଇଥିଲା ଯେ ହୁବେଇ ପ୍ରାନ୍ତର ଉହାନ ସହରର ସ୍ବାସ୍ଥ୍ୟ କମିଶନ ୩୧ ଡ଼ିସେମ୍ବରରେ ନିମୋନିଆ ମାମଲାର ସୂଚନା ଦେଇଥିଲେ ।

୩୧ ଡ଼ିସେମ୍ବରରେ ଭାଇରାଲ ନିମୋନିଆ ସୂଚନା 

ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନ ନିର୍ଦେଶକ ଟି.ଏ.ଘେବି୍ରୟସ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଚୀନରୁ ପ୍ରଥମ ରିପୋର୍ଟ ୨୦ ଏପ୍ରିଲରେ ଆସିଥିଲା । ତେବେ ଏହି ରିପୋର୍ଟ ଚୀନ ଅଧିକାରୀମାନେ ପଠାଇଥିଲେ ନା ଅନ୍ୟ ସୂତ୍ରରୁଆସିଥିଲା ସେ ସମ୍ପର୍କରେ ସେ କିଛି କହି ନ ଥିଲେ । ମାତ୍ର ଚଳିତ ସପ୍ତାହରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କରୋନାର ଘଟଣାକ୍ରମ ନେଇ ଏକ ନୂଆ ରିପୋର୍ଟ ପ୍ରକାଶ କରିଛି । ଏଥିରେ କରୋନା ସଂକ୍ରାନ୍ତରେ ବିସ୍ତୃତ ବର୍ଣନା ରହିଛି । ଚୀନରେ ଥିବା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର କଣ୍ଟ୍ରି ଅଫିସ ୩୧ ଡ଼ିସେମ୍ବରରେ ଭାଇରାଲ ନିମୋନିଆ ସମ୍ପର୍କରେ ସୂଚନା ଦେଇଥିବା ଉଲ୍ଲେଖ କରିଛି ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories