www.samajalive.in
Saturday, December 13, 2025
21.1 C
Bhubaneswar

ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଅସୁସ୍ଥ, ଆଇସିୟୁରେ ଭର୍ତି

ବ୍ରଜରାଜନଗର : ବରିଷ୍ଠ ବିଜେପି ନେତ୍ରୀ ତଥା ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଗୁରୁତର ଭାବେ ଅସୁସ୍ଥ ହୋଇ ପଡ଼ିଛନ୍ତି। ଶନିବାର ରାତିରେ ତାଙ୍କୁ ବରଗଡ଼ ସ୍ଥିତ ଏକ ଘରୋଇ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି। ରାଧାରାଣୀ ଦୀର୍ଘ ଦିନରୁ ଡ଼ାଇବେଟିସ୍‍ ଓ ଶ୍ୱାସ ଜନିତ ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥ ରହି ଚିକିତ୍ସିତ ହେଉ ଆସୁଥିଲେ। ହେଲେ ସ୍ୱାସ୍ଥ୍ୟବସ୍ଥା ଦିନକୁ ଦିନ ଜଟିଲ ହେବାରୁ ଶନିବାର ତାଙ୍କୁ ହସପିଟାଲରେ ଭର୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସାରୁ ତାଙ୍କ ଫୁସ ଫୁସ୍‍ରେ ପାଣି ଭର୍ତି ହୋଇଯାଇଥିବା ସହିତ ହୃତ୍‍ ପିଣ୍ଡର ଗତି କମ ହୋଇଥିବା ଡ଼ାକ୍ତର ଜାଣିବାକୁ ପାଇଥିଲେ। ରାଧାରାଣୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଆଡ଼କୁ ଗତି କରିବାରୁ ଆଇସିୟୁରେ ଭର୍ତି କରାଯାଇ ଭେଂଟିଲେଟରରେ ରଖାଯାଇଥିଲା। ହେଲେ ରବିବାର ତାଙ୍କ ସ୍ୱାସ୍ଥବସ୍ଥା ସ୍ଥିର ରହିଥିବା ରାଧାରାଣୀ ପଣ୍ଡାଙ୍କ ସ୍ୱାମୀ ସୁଧାଂଶୁ ପୁରୋହିତ ସୂଚନା ପ୍ରଦାନ କରିଛନ୍ତି।

ଅପରପକ୍ଷେ ରାଧାରାଣୀଙ୍କ ଅସୁସ୍ଥତା ଖବର ପାଇବା ପରେ ବ୍ରଜରାଜନଗରର ଜନ ସାଧାରଣ, ତାଙ୍କ ଦଳୀୟ ସମର୍ଥକ ଏବଂ କର୍ମକର୍ତା ଆଶୁ ଆରେଗ୍ୟ କାମନା କରିଛନ୍ତି। ରାଧାରାଣୀ ପଣ୍ଡା ୨୦୧୪ ନିର୍ବାଚନରେ ବ୍ରଜରାଜନଗର ଆସନରୁ ବିଜେପି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ହେଲେ ଗତ ୨୦୧୯ ନିର୍ବାଚନରେ ପରାଜୟ ବରଣ କରିଥିଲେ। ରାଧାରାଣୀ ପଣ୍ଡା ବିଜେପି ଜିଲା ସଭାନେତ୍ରୀ ସହିତ ଦଳୀୟ ସଂଗଠନର ଅନେକ ଗୁରୁତ୍ୱପୁର୍ଣ ପଦ ପଦବୀରେ ରହି ବିଜେପିକୁ ମଜବୁତ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

Related Articles

Popular Categories