www.samajalive.in
Sunday, December 14, 2025
26.1 C
Bhubaneswar

କଠୋର ହେଲେ ରାଜ୍ୟ ସରକାର, ଶୈବପୀଠରେ ଜଳଲାଗି ପାଇଁ ବୋଲ୍‌ବମ୍‌ଭକ୍ତଙ୍କୁ ମିଳିବନି ଅନୁମତି

ଭୁବନେଶ୍ବର: ଆସନ୍ତାକାଲି ଶ୍ରାବଣମାସର ପ୍ରଥମ ସୋମବାର। ଏଥର ଶ୍ରାବଣମାସରେ ଶୈବପୀଠାରେ ଜଳଲାଗି ପାଇଁ ବୋଲ୍‌ବମ୍‌ ଶ୍ରଦ୍ଧାଳୁଙ୍କ ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ଚଳିତ ଶ୍ରାବଣ ମାସ (ଜୁଲାଇ-ଅଗଷ୍ଟ, ୨୦୨୦)ରେ ‘ବୋଲ୍‌ବମ୍‌ ଭକ୍ତ/କାଉଡିଆମାନଙ୍କ’ କାର୍ଯ୍ୟକଳାପ ବିଷୟରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର ଜାରି କରିଥିବା ଆଦେଶନାମା ଉପରେ ପୁଣି ଏକ ପତ୍ର ଲେଖାଯାଇଛି। ଭୁବନେଶ୍ୱର-କଟକ ପୁଲିସ୍‌ କମିଶନର, ରାଜ୍ୟର ସବୁ ଜିଲାର ଜିଲ୍ଲାପାଳ ତଥା ମାଜିଷ୍ଟ୍ରେଟ୍‌ ଏବଂ ଆରକ୍ଷୀ ଅଧୀକ୍ଷକ(ଏସ୍‌ପି)ମାନଙ୍କୁ  ରିଲିଫ୍‌ କମିଶନର ଜାରି କରିଥିବା ଆଦେଶନାମାର କଠୋର ଅନୁାପାଳନ ପାଇଁ ପତ୍ର ଲେଖାଯାଇଛି। ଆବଶ୍ୟକ ହେଲେ ଏସବୁ କାର୍ଯ୍ୟକଳାପକୁ ପ୍ରତିରୋଧ କରିବା ପାଇଁ ନିଷିଦ୍ଧାଦେଶ ଜାରି କରାଯାଇପାରେ। ତେଣୁ କରୋନା କଟକଣା ପାଇଁ ମନ୍ଦିର ବନ୍ଦ ରହିଥିବାବେଳେ ଚଳିତବର୍ଷ ଶ୍ରାବଣମାସରେ ‘ବୋଲ୍‌ବମ୍‌ ଭକ୍ତ/କାଉଡିଆଙ୍କୁ ଶୈବପୀଠରେ ଜଳଲାଗି ଅନୁମତି ଦିଆଯିବ ନାହିଁ। ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ସରକାର ଏଭଳି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories