www.samajalive.in
Sunday, December 14, 2025
23.1 C
Bhubaneswar

ପାତାଳି ଶ୍ରୀକ୍ଷେତ୍ରଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ନିଳାଦ୍ରୀ ବିଜେ ଉତ୍ସବ

ସୁବର୍ଣ୍ଣପୁର : ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଲୀଳାକ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ରଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ‘ନିଳାଦ୍ରୀ ବିଜେ ଉତ୍ସବ‘ ଶ୍ରୀମନ୍ଦିର ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି। ତ୍ରିକୂଟ ପର୍ବତର ଛଳିଆ ଶିଖରର ଦାରୁକୋଣ ମଣ୍ଡପରେ ଥିବା ଦାରୁଦିଅଁଙ୍କ ପୂଜାର୍ଚ୍ଚନା ଓ ଅଧରପଣା ନୀତିପରେ ତିନିଠାକୁର ପହଣ୍ଡିରେ ଯାଇ ମନ୍ଦିର ଗମ୍ଭିରାକୁ ବିଜେ କରିଛନ୍ତି। ଏହି ଅବସରରେ ପାରମ୍ପାରିକ ଲକ୍ଷ୍ମୀ ନାରାୟଣ କଳିଗୀତ ପରିବେଷିତ ହୋଇଥିବାବେଳେ ଲକ୍ଷ୍ମୀଙ୍କ ମାନଭଂଜନ ପରେ ଦ୍ବାରଫିଟା ହୋଇ ତିନି ଠାକୁର ରତ୍ନ ସିଂହାସନରେ ବିଜେ ହୋଇଛନ୍ତି । ତେବେ କରୋନା କଟକଣା ଯୋଗୁଁ ଏବର୍ଷ ଭକ୍ତଶୂନ୍ୟ ଏବଂ ବିନା ରଥ ଟଣାରେ ନବଦିନ ବ୍ୟାପି ରଥଯାତ୍ରା କେବଳ ସୀମିତ ସେବାୟତଙ୍କ ଦ୍ବାରା ଅନୁଷ୍ଠିତ ହୋଇଛି । ଠିକ୍ ସେହିପରି ସୁବର୍ଣ୍ଣପୁର ସମେତ ଜିଲ୍ଲାର ବୀରମହାରାଜପୁର,ସୁବଳୟା,ଖଣ୍ଡହଥା,ଲୁତୁରପଂକ,ଉଲୁଣ୍ଡା,ତରଭା,ବିନିକା,ଡୁଙ୍ଗୁରିପାଲି ଅଂଚଳର ଶତାଧିକ ଗାଁରେ ହୋଇ ଆସୁଥିବା ରଥଯାତ୍ରାରେ କେବଳ ବିଧିରକ୍ଷା ପୂର୍ବକ ଏଥର ରଥଯାତ୍ରା ମହୋତ୍ସବ ସମାପନ ହୋଇଛି

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories