www.samajalive.in
Monday, December 8, 2025
24.1 C
Bhubaneswar

ଗୃହ ପ୍ରବେଶ ଭୋଜିରେ ଚଢ଼ଉ; ୭ ହଜାର ଟଙ୍କା ଜୋରିମାନା

ଭୁବନେଶ୍ୱର : କୋଭିଡ୍‍ ନିୟମାବଳୀ ଉଲ୍ଲଙ୍ଘନକାରୀ ସାବଧାନ। ବିଏମ୍‌ସି ବୁଧବାରଠାରୁ ପୂରା ଦମ୍‌ରେ ଅଭିଯାନ ଚଳାଇଛି। ଏହିକ୍ରମରେ ରାଜଧାନୀର ୩ ଶୋ’ ରୁମ୍‍ ମାଲିକଙ୍କୁ ବୁଧବାର ବିଏମ୍‍ସି ଜୋରିମାନା କରିଛି। ଏହା ସହ ସୁନ୍ଦରପଦା ଆଜାଦନଗରରେ ଅନୁଷ୍ଠିତ ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ବିଏମ୍‍ସି ଚଢ଼ଉ କରି ମଧ୍ୟାହ୍ନ ଭୋଜନ ପାର୍ଟି ବନ୍ଦ କରିବା ସହିତ ମାଲିକଙ୍କୁ ୭ ହଜାର ଟଙ୍କା ଜୋରିମାନା କରି ଏକାଠି ନ ହେବାକୁ ତାଗିଦ୍‌ କରିଛି।
ବିଏମ୍‍ସି, ସ୍ମାର୍ଟସିଟି ଏବଂ କମିସନରେଟ ପୁଲିସର ମିଳିତ ସ୍କ୍ୱାଡ୍‌ ତିନି ମଣ୍ଡଳରେ ଥିବା ବିଭିନ୍ନ ଶୋ’ରୁମ୍‍, ଦୋକାନ ବଜାରରେ କୋଭିଡ୍‍ ନିୟମାବଳୀ ଅନୁପାଳନ ହେଉଛି ନା ନାହିଁ ଯାଞ୍ଚ କରିଥିଲେ। ଅଶୋକନଗରସ୍ଥିତ ମାକ୍ସ ଶୋ’ ରୁମ୍‍, ଶ୍ରୀ ଲେଦର ଏବଂ ଇଜି ବାୟ ଶୋ’ରୁମ୍‍ରେ ସ୍କ୍ୱାଡ୍‌ କୋଭିଡ୍‍ ନିୟମାବଳୀ କଡ଼ାକଡ଼ି ଅନୁପାଳନ ହେଉଛି ନାହିଁ ଯାଞ୍ଚ କରିଥିଲା। ଏଗୁଡ଼ିକରେ ସାମାଜିକ ଦୂରତା ରହୁ ନଥିବା ସହିତ ମାସ୍କ ପିନ୍ଧୁ ନ ଥିବାରୁ ଯଥାକ୍ରମେ ୧୦ ହଜାର, ଏକ ହଜାର ଏବଂ ତିନି ହଜାର ଲେଖାଏଁ ଜୋରିମାନା କରାଯାଇଛି।
ସେହିପରି ଉତ୍ତର ମଣ୍ଡଳରୁ ୨୦ ହଜାର ୨୦୦ ଏବଂ ଦକ୍ଷିଣ-ପଶ୍ଚିମ ମଣ୍ଡଳରୁ ୩ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ବିଏମ୍‍ସି ସୂଚନା ଦେଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories