www.samajalive.in
Sunday, December 7, 2025
14.1 C
Bhubaneswar

ଖଲିସ୍ତାନ ଆନ୍ଦୋଳନ ସହ ଜଡିତ ୯ ଜଣଙ୍କୁ ଆତଙ୍କବାଦୀ ଘୋଷଣା କଲା ଭାରତ

ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ ଅନୁଯାୟୀ ଗୃହ ମନ୍ତ୍ରଣାଳୟ ନଅ ଜଣଙ୍କୁ ଆତଙ୍କବାଦୀ ଭାବରେ ଘୋଷଣା କରିଛି। ସେମାନଙ୍କ ମଧ୍ୟରେ ବାବର ଖାଲସା ଇଣ୍ଟରନ୍ୟାସନାଲର ପ୍ରମୁଖ ନେତା ୱାଧୱା ସିଂ ବାବର, ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ଆନ୍ତର୍ଜାତୀୟ ଶିଖ ୟୁଥ୍ ଫେଡେରେଶନ ମୁଖ୍ୟ ଲଖବୀର ସିଂ ଏବଂ ଖଲିସ୍ତାନ ଜିନ୍ଦାବାଦ ଫୋର୍ସର ରଣଜିତ ସିଂ ଅଛନ୍ତି।

ଗୃହ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତିରେ କହିଛି ଯେ ଏହି ବ୍ୟକ୍ତିମାନେ ସୀମା ଭିତରୁ ତଥା ବିଦେଶରୁ ବିଭିନ୍ନ ଆତଙ୍କବାଦ କାର୍ଯ୍ୟରେ ଲିପ୍ତ ଅଛନ୍ତି। ଦେଶକୁ ଅସ୍ଥିର କରିବା ପାଇଁ ସେମାନେ ଦେଶ ବିରୋଧୀ କାର୍ଯ୍ୟକଳାପ ଏବଂ ଖଲିସ୍ତାନ ଆନ୍ଦୋଳନରେ ସହଯୋଗ ଓ ଯୋଗଦାନ ମାଧ୍ୟମରେ ପଞ୍ଜାବରେ ଆତଙ୍କବାଦୀ କାର୍ଯ୍ୟକଳାପ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି।

- Advertisement -

କେନ୍ଦ୍ର ସରକାର ଗତ ବର୍ଷ ଅଗଷ୍ଟ ମାସରେ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ, ୧୯୬୭ରେ ସଂଶୋଧନ କରିଥିଲେ ଯାହା ଫଳରେ ଜଣେ ବ୍ୟକ୍ତିଙ୍କୁ ଆତଙ୍କବାଦୀ ଘୋଷଣା କରିବା ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହି ସଂଶୋଧନ ପୂର୍ବରୁ କେବଳ ସଂଗଠନଗୁଡ଼ିକୁ ଆତଙ୍କବାଦୀ ସଂଗଠନ ଭାବରେ ଘୋଷଣା କରାଯିବ ବ୍ୟବସ୍ଥା ଥିଲା।

ଗତ ବର୍ଷ ଏହି ଆଇନରେ ସଂଶୋଧନ ସମୟରେ ସଂସଦରେ ବିତର୍କ ସମୟରେ ଗୃହମନ୍ତ୍ରୀ ଅମିତ ଶାହା ଆତଙ୍କବାଦକୁ ଦୃଢ ଭାବରେ ମୁକାବିଲା କରିବା ପାଇଁ ଏନଡିଏ ସରକାରଙ୍କ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଗତ ବର୍ଷ ସେପ୍ଟେମ୍ବରରେ କେନ୍ଦ୍ର ସରକାର ଏହି ଅଧିନିୟମ ଅନୁଯାୟୀ ମୌଲାନା ମାସୁଦ ଅଜହର, ହାଫିଜ ସଇଦ, ଜାକି-ଉର-ରେହମାନ ଲଖଭି ଏବଂ ଦାଉଦ ଇବ୍ରାହିମଙ୍କୁ ଆତଙ୍କବାଦୀ ଘୋଷଣା କରିଥିଲା।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories