www.samajalive.in
Saturday, December 13, 2025
26.1 C
Bhubaneswar

ବୁଦ୍ଧିମାନ ଛେଳି ; ଭୋକ ମେଣ୍ଟାଇବାକୁ ବାଛିଲା ଅଭିନବ ଉପାୟ, ଭିଡ଼ିଓ ହେଉଛି ଭାଇରାଲ

ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଏବେ ବେଶ ଭାଇରାଲ ହେଉଛି। ଯେଉଁ ଭିଡ଼ିଓରେ ଦେଖିବାକୁ ମିଳୁଛି ଏକ ଭୋକିଲା ଛେଳି ମଇଁଷି ଉପରେ ଠିଆ ହୋଇ ଗଛର ପତ୍ର ଖାଇବାକୁ ଆରମ୍ଭ କରିଛି। ଏହି ଭିଡ଼ିଓ ଯେ କେହି ଦେଖୁଛି ସେ ନିଜ ହସକୁ ରୋକି ପାରୁ ନାହିଁ। ଏହାସହ ପଶୁମାନଙ୍କ ମଧ୍ୟରେ ଥିବା ଏକ ସ୍ନେହ ଓ ପରସ୍ପର ପ୍ରତି ବୁଝାମଣାର ସମ୍ପର୍କ ଦେଖିବାକୁ ମିଳୁଛି। ଛେଳିଟି ନିଜ ଭୋକକୁ  ମେଣ୍ଟାଇବା ପାଇଁ ଏହି ଉପାୟଟିକୁ ଆପଣାଇ ନେଇଛି। ଛେଳିଟିର ଏହି ବୁଦ୍ଧି ହିଁ ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଉଛି। ଭିଡ଼ିଓଟିରେ ସମ୍ପୂର୍ଣ୍ଣ ଭାବେ ଦେଖାଯାଉଛି , ଗଛରେ ଏକ ମଇଁଷି ବନ୍ଧା ହୋଇଛି। ଗଛରେ ପତ୍ର ଖୁବ ଉଚ୍ଚରେ ଥିବାରୁ ଛେଳିଟି ପତ୍ର ପାଖକୁ ଯାଇପାରୁନାହିଁ। ମାତ୍ର ସେହି ସମୟରେ ଛେଳିକୁ ଏପରି ଏକ ବୁଦ୍ଧି ଆସିଛି , ଯାହାଦ୍ୱାରା ସେ ଗଛରେ ବନ୍ଧା ହୋଇଥିବା ମଇଁଷି ଉପରେ ଚଢି ଦୁଇଟି ଗୋଡ଼ ମଇଁଷି ଉପରେ ଅନ୍ୟ ଦୁଇଟି  ଗୋଡ଼ ଗଛରେ ଦେଇ ଗଛର ପତ୍ର ଖାଇବାକୁ ଆରମ୍ଭ କରିଛି। ଏହି ଭିଡ଼ିଓଟିକୁ ବର୍ତମାନ ବହୁ ଲୋକେ ଦେଖିବାକୁ ପସନ୍ଦ କରୁଛନ୍ତି ଓ ଏହା ଭାଇରାଲ ମଧ୍ୟ ହେଉଛି।
ଏହି ଭିଡ଼ିଓଟିକୁ ଭାରତ ଫରେଷ୍ଟ ସର୍ଭିସର ଜଣେ ଅଧିକାରୀ ସେୟାର କରିଥିଲେ। ୨୫ ଜୁନରେ ସେୟାର ହୋଇଥିବା ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories