www.samajalive.in
Monday, December 8, 2025
20.1 C
Bhubaneswar

ବାତିଲ ହେଲା ଯୁକ୍ତ ଦୁଇର ଅବଶିଷ୍ଟ ପରୀକ୍ଷା

ଭୁବନେଶ୍ବର : ବାତିଲ ହେଲା ଯୁକ୍ତ ଦୁଇର ଅବଶିଷ୍ଟ ପରୀକ୍ଷା । ପରୀକ୍ଷାର୍ଥୀଙ୍କୁ ଆଉ ଦେବାକୁ ପଡିବନି ବଳକା ଥିବା ପରୀକ୍ଷା। ଏନେଇ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି।  ଲକ୍ ଡାଉନ ଯୋଗୁଁ ୪ଟି ଷ୍ଟ୍ରିମ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଧାମୂଳକ ପାଠ୍ୟକ୍ରମର ୨୩ଟି ପରୀକ୍ଷା ହୋଇପାରିନଥିଲା । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ କରୋନାର ସ୍ଥିତିକୁ ଦେଖି ପରୀକ୍ଷା ନକରିବାକୁ ନିଷ୍ପତ୍ତି ନେଇଛି ଗଣଣିକ୍ଷା ବିଭାଗ ।

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପରୀକ୍ଷା ପରିଚାଳନା ନେଇ ନୂତନ ଗାଇଡ ଲାଇନ ଆସି ସାରିଛି  ଏବଂ ସିବିଏସ୍‌ଇ ଏବଂ ଆଇସିଏସ୍‌ଇ ବୋର୍ଡ଼ କରୋନା ପାଇଁ ଦଶମ, ଏକାଦଶ ପରୀକ୍ଷାକୁ ମଧ୍ୟ ବାତିଲ କରିଛି। ରାଜ୍ୟ ମଧ୍ୟ ଛାତ୍ର ଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ନୀତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନୁସରଣ କରିଥିବା ସୂଚନା ମିଳିଛି। ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଅବଶିଷ୍ଟ ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିବା ପାଇଁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ତେବେ ବାକି ଥିବା ବିଷୟ ଗୁଡିକର ମୂଲ୍ୟାୟନ ପରୀକ୍ଷା ହୋଇ ସାରିଥିବା ବିଷୟ ଆଧାରରେ କରାଯିବ । ଯେଉଁ ପରୀକ୍ଷାର୍ଥୀ ୫ଟି ପରୀକ୍ଷା ଦେଇଛନ୍ତି ସେମାନଙ୍କର ଶ୍ରେଷ୍ଠ ୩ ଟି ବିଷୟର ମାର୍କ ଆଧାରରେ ମାର୍କ ଦିଆଯିବ, ଏଥି ସହିତ ଯେଉଁମାନେ ୪ଟି ବିଷୟରେ ପରୀକ୍ଷା ଦେଇଛନ୍ତି ସେମାନଙ୍କର ୨ ଟି ଶ୍ରେଷ୍ଠ ବିଷୟ ମାର୍କ ଆଧାରରେ ମାର୍କ ଦିଆଯିବ  ବୋଲି ଜଣାପଡିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories