www.samajalive.in
Saturday, December 6, 2025
19.1 C
Bhubaneswar

ନୂଆପଡା ଜିଲାକୁ ୬୪,୮୬୫ ଶ୍ରମିକଙ୍କ ପ୍ରତ୍ୟାବର୍ତ୍ତନ

ଖଡିଆଳ : ନୂଆପଡା ଜିଲାକୁ ଆଜି ପର୍ଯ୍ୟନ୍ତ ୬୪,୮୬୫ ଜଣ ପ୍ରବାସୀ ଶ୍ରମିକ ପ୍ରତ୍ୟାବର୍ତ୍ତନ କରିଥିବା ନେଇ ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୬୩,୦୧୮ ଜଣ ପ୍ରବାସୀ ଶ୍ରମିକ ଜିଲାର ବିଭିନ୍ନ କ୍ୱାରେଣ୍ଟାଇନରେ ସେମାନଙ୍କ କ୍ୱାରେଣ୍ଟାଇନ ଅବଧି ଶେଷ କରି ଘରକୁ ଫେରିଛନ୍ତି। ବର୍ତ୍ତମାନ ୧୮୪୭ ଜଣ ପ୍ରବାସୀ ଶ୍ରମିକ ବିଭିନ୍ନ କ୍ୱାରେଣ୍ଟାଇନ କେନ୍ଦ୍ରରେ ରହିଛନ୍ତି। ଜିଲାର ଖଡିଆଳ ବ୍ଲକକୁ ବର୍ତ୍ତମାନ ପର୍ଯ୍ୟନ୍ତ ୮୨୮୬ ଜଣ ପ୍ରବାସୀ ଫେରିଥିବା ବେଳେ ବୋଡେନ ବ୍ଲକକୁ ୮୬୭୯, ସିନାପାଲି ବ୍ଲକକୁ ୧୧୦୪୪, ନୂଆପଡା ବ୍ଲକକୁ ୨୦୦୪୭ ଏବଂ କୋମନା ବ୍ଲକକୁ ୧୫୧୪୬ ଜଣ ଫେରିଥିବା ସୂଚନା ମିଳିଛି। ସେହିପରି ଜିଲାର ୩ ଗୋଟି ଏନଏସିକୁ ୧୩୭୮ ଜଣ ପ୍ରବାସୀ ଫେରି କ୍ୱାରେଣ୍ଟାଇନ ଶେଷ କରି ଘରକୁ ଯାଇଛନ୍ତି। ଅନ୍ୟପକ୍ଷରେ କରୋନା ଲକଡାଉନ ପରେ ପରେ ରାଜ୍ୟ ସରକାର ଆମ ରାଜ୍ୟର ଶ୍ରମିକଙ୍କୁ ଫେରାଇ ଆଣିବା ଉଦ୍ୟମରେ ପଞ୍ଚାୟତସ୍ତରରେ ପ୍ରବାସୀ ଶ୍ରମିକ ପଞ୍ଜିକରଣ ବ୍ୟବସ୍ଥା କରିଥିଲେ। ଏଥିରେ ନୂଆପଡା ଜିଲାରୁ ୭୦ ହଜାର ଶ୍ରମିକ ପଞ୍ଜିକରଣ କରିଥିଲେ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories