www.samajalive.in
Saturday, December 13, 2025
26.1 C
Bhubaneswar

ସାପ କାମୁଡାରେ ବିଧବା ମହିଳାଙ୍କ ମୃତ୍ୟୁ

ଖଡିଆଳ : ନୂଆପଡା ଜିଲା ବୋଡେନ ଥାନା ଭଇଁସାଦାନୀ ଗ୍ରାମର ପଖାନପଡାରେ ବିଶାକ୍ତ ସାପ କାମୁଡାରେ ଜଣେ ବିଧବା ମହିଳାଙ୍କର ଶୋଚନୀୟ ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ, ପଖାନପଡାର ସ୍ୱର୍ଗତ କୃଷ୍ଣ ମାଝୀଙ୍କର ବିଧବା ସ୍ତ୍ରୀ ମଦନା ମାଝୀ(୨୫) ଗତରାତ୍ରରେ ଖାଇ ସାରି ତାଙ୍କର ୩ ଜଣ ଶିଶୁପୁତ୍ରଙ୍କ ସହ ତାଙ୍କ ଘରର ଚଟାଣରେ ମଶାରୀ ଲଗାଇ ଶୋଇଥିଲେ। ହେଲେ ମଙ୍ଗଲବାର ଭୋର ୪ ଘଣ୍ଟା ସମୟରେ ଏକ ବିଶାକ୍ତ କଲେଜ ସାପ ମଦନା ମାଝୀଙ୍କୁ କାମୁଡି ଦେଇଥିଲା। ପରିବାର ଲୋକେ ଗୁରୁତର ଅବସ୍ଥାରେ ମଦନାକୁ ପ୍ରଥମେ ବୋଡେନ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଖଡିଆଳ ସ୍ଥିତ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଖଡିଆଳ ପୁଲିସ ଘଟଣାସ୍ଥଳରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇ ଘଟଣାର ତଦନ୍ତ କରୁଥିବା ନେଇ ସୂଚନା ଦେଇଛି। ଅନ୍ୟପକ୍ଷରେ ଗତ ୬ ମାସ ତଳେ ବାପା କୃଷ୍ଣ ମାଝୀଙ୍କର କିଡନୀ ରୋଗରେ ମୃତ୍ୟୁ ହୋଇଯାଇଥିବା ବେଳେ ଆଜି ମାଁ ମଦନା ମାଝୀଙ୍କର ସାପ କାମୁଡାରେ ମୃତ୍ୟୁ ଯୋଗୁଁ ବର୍ତ୍ତମାନ ତାଙ୍କର ୩ ଶିଶୁପୁତ୍ର ଉମାକାନ୍ତ(୭), ଶିବପ୍ରସାଦ(୫) ଏବଂ ୫ ମାସର ଶିଶୁକନ୍ୟା ମାଳତୀ ଅସହାୟ ହୋଇ ପଡିଛନ୍ତି। ଜିଲା ପ୍ରଶାସନ ସହ ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ନେଇ ୩ ଶିଶୁପୁତ୍ରଙ୍କୁ ଥଇଥାନ ବ୍ୟବସ୍ଥା କରିବା ସହ ଉପଯୁକ୍ତ ଆର୍ଥୀକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ ଜଣାଇଛନ୍ତି।

- Advertisement -

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories