www.samajalive.in
Thursday, December 11, 2025
18.1 C
Bhubaneswar

ବରଫ ଖଣ୍ଡରେ ତ୍ବଚା ଚର୍ଚ୍ଚା

ଡିପ୍ ଫ୍ରିଜର୍‌ରେ ମାତ୍ର କିଛି ସମୟରେ ଆଇସ୍ କ୍ୟୁବ୍(ବରଫ ଖଣ୍ଡ)ତିଆରି ହୋଇଯାଏ। ବିଭିନ୍ନ ପ୍ରକାର ଦାମୀ ପ୍ରସାଧନ ସାମଗ୍ରୀ ଅନେକ ଉପଯୋଗ କରିଥାନ୍ତି, ହେଲେ ଆଇସ୍‌ କ୍ୟୁବ୍‌‌ରେ ସୌନ୍ଦର୍ଯ୍ୟ ଚର୍ଚ୍ଚା କଲେ ଅଳ୍ପ ଦିନରେ ଫରକ୍ ଜାଣିପାରିବେ ବୋଲି ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତ।
– ଆଇସ୍‌ କ୍ୟୁବ୍‌କୁ ସଫା ସୂତା କପଡ଼ାରେ ରଖି ତ୍ବଚା ମାଲିସ୍ ୧-୨ ମିନିଟ୍ ପରେ ଆପଣ ମେକ୍‌ଅପ୍ ଲଗାନ୍ତୁ। ଏପରି କଲେ ଶୀଘ୍ର ଝାଳ ବାହାରିନଥାଏ ଓ ମେକ୍ଅପ୍ ମଧ୍ୟ ଦୀର୍ଘସ୍ଥାୟୀ ହୁଏ।
– ତ୍ବଚାରେ ଚମକ ଆଣିବାକୁ ଚାହୁଁଥିଲେ ମଧ୍ୟ ଆପଣ ଆଇସ୍‌ କ୍ୟୁବ୍‌ରେ ମାଲିସ୍ କରିପାରନ୍ତି। ଦିନବେଳା ଏସବୁ ଉପାୟ କରିବା ଉଚିତ। ସନ୍ଧ୍ୟା ପରେ କଲେ ଥଣ୍ଡା, ସର୍ଦ୍ଦି ହେବାର ଭୟ ରହିଛି।
– ଆଖି ତଳ କଳାଦାଗରୁ ରକ୍ଷା ପାଇବାକୁ ହେଲେ ଗୋଲାପଜଳରେ କାକୁଡ଼ି ରସ ମିଶାଇ ସେସବୁକୁ ଆଇସ୍‌ ଟ୍ରେରେ ରଖି କ୍ୟୁବ୍‌ ହେବା ପର୍ଯ୍ୟନ୍ତ ଡିପ୍ ଫ୍ରିଜର୍‌ରେ ରଖିବେ। ପରେ ଏହି କ୍ୟୁବ୍‌କୁ ମାଲିସ୍ କଲେ ଆଖି ତଳ କଳାଦାଗ କ୍ରମଶଃ କମ୍ ହୋଇଥାଏ।
– ବ୍ରଣ, କଳାଦାଗ ହେଉଥିଲେ ସେସବୁ ସ୍ଥାନରେ ମଧ୍ୟ ବରଫ ଖଣ୍ଡ ମାଲିସ୍ କଲେ ଲାଭ ମିଳେ।
– ଓଠ କଳା ଓ ଶୁଷ୍କ ସମସ୍ୟା ଥିଲେ, କାକୁଡ଼ିରସଓ ଲେମ୍ବୁରସର କ୍ୟୁବ୍ କରି ୫-୭ ମିନିଟ୍ ଓଠରେ ଘଷିବେ। ୧ସପ୍ତାହ ନିୟମିତ ଏପରି କଲେ ଫରକ୍ ଜାଣିପାରିବେ।
– ସନ୍‌-ଟ୍ୟାନ୍ ହୋଇଥିଲେ, ବାହାରୁ ଫେରିବା ପରେ ଥଣ୍ଡା ପାଣିରେ ମୁହଁ ଧୋଇବା ସହ ଆଇସ୍‌ କ୍ୟୁବ୍‌ରେ ତ୍ବଚାକୁ ମାଲିସ୍ କଲେ ମଧ୍ୟ ଲାଭ ମିଳେ। n

Hot this week

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

Related Articles

Popular Categories