www.samajalive.in
Friday, December 12, 2025
23.1 C
Bhubaneswar

ରାସ୍ତା ନାହିଁ, ୮ ଗ୍ରାମବାସୀଙ୍କ ଅଭିଶପ୍ତ ଜୀବନ

ବାଲିଗୁଡା : ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କନ୍ଧମାଳ ଜିଲାର ଅଧିକାଂଶ ଅଞ୍ଚଳବାସୀ ବଣପାହାଡ ଘେରା ଇଲାକାରେ ରହୁଛନ୍ତି। ଜିଲାର ଅନେକ ଅଞ୍ଚଳକୁ ଭଲ ରାସ୍ତାଟିଏ ଆଜି ବି ନିର୍ମାଣ ହୋଇପାରିନି। ଏଭଳି ଏକ ଅଭିଯେ୍‍ାଗ ଆସିଛି ବାଲିଗୁଡା ବ୍ଲକର ବାଟାଗୁଡା ପଞ୍ଚାୟତରୁ। ୧୪ଟି ଓ୍ାଡର୍ର୍କୁ ନେଇ ବାଟାଗୁଡା ପଞ୍ଚାୟତର ଅବସ୍ଥିତି। ଏଥି ମଧ୍ୟରୁ ଆଠଗୋଟି ଗାଁକୁ ଚଲାରାସ୍ତା ବି ନାହିଁ। ୫୯ନମ୍ବର ଜାତୀୟ ରାଜପଥରୁ ମାତ୍ର ୧୧କିମି ଦୂରରେ ରହିଛି ଆଠଗୋଟି ଗାଁ ସାବାରକିଆ, ଡୁକୁଲାମିଲା, ଗଙ୍ଗେରୀ, ଟଙ୍ଗମ, ପାଜିମାହା। ଏହିସବୁ ଗାଁକୁ ଭଲରାସ୍ତା ନଥିବାରୁ ଗତ ନିର୍ବାଚନରେ ଲୋକେ ଭୋଟ ନର୍ଜନ କରିଥିଲେ।
ଭଲ ରାସ୍ତାଟିଏ ନଥିବାରୁ ଅଞ୍ଚଳବାସୀ ଦୈନନ୍ଦିନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗାଁକୁ ଗାଡି ମୋଟର ଠିକରେ ଯାଇପାରୁନି। ଅଞ୍ଚଳବାସୀ ସାତରୁ ଆଠ କିମି ରାସ୍ତା ଚାଲିଚାଲି କିମ୍ବା ସାଇକେଲରେ ଆସିବା ପରେ ଯାଇ ଅଟୋ କିମ୍ବା ଅନ୍ୟ ଗାଡି ପାଇ ପାରୁଛନ୍ତି। ଛାତ୍ରଛାତ୍ରୀ ପ୍ରତ୍ୟେକ ଦିନ ବିଦ୍ୟାଳୟକୁ ଯାଇ ପାରୁ ନାହାଁନ୍ତି। ବିଶେଷ କରି ହାଇସ୍କୁଲ ଓ କଲେଜରେ ପଢୁଥିବା ଛାତ୍ରଛାତ୍ରୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭତ୍ତା ପାଇଁ ହିତାଧିକାରୀଙ୍କୁ ୧୧ କିଲୋମିଟର ଦୂର ଚାଲିବାକୁ ପଡୁଛି। ୮ ଗାଁକୁ ରହିଥିବା ପାଦଚଲା ରାସ୍ତାର ଅବସ୍ଥା ବର୍ଷାଦିନେ ଜରାଜୀର୍ଣ୍ଣ ହୋଇପଡୁଛି। ଅଙ୍କାବଙ୍କା ଖାଲିଖମା ପାହାଡିଆ ରାସ୍ତା ଦେଇ ଦୈନନ୍ଦିନ ମଜୁରୀ କାମକୁ ଯିବାରେ ଶ୍ରମିକମାନେ ହଟହଟ୍ଟା ହେଉଛନ୍ତି। ବିଭିନ୍ନ ସମୟରେ ଗର୍ଭବତୀ ମହିଳା ସମେତ ଜରୁରୀ ରୋଗୀଙ୍କୁ ଭାରରେ ବୁହା ହେଉଛି। ବାଟରେ ଶିଶୁ ପ୍ରସବର ମଧ୍ୟ ଢେର ନଜିର ରହିଛି। ସାମାନ୍ୟ ବର୍ଷା ହୋଇଗଲେ ଏହି ରାସ୍ତାରେ ସାଇକଲ ତ ଦୁରର କଥା ଚାଲିଚାଲି ଯିବା ୟ କଷ୍ଟକର ହେଉଛି। ରାସ୍ତା ତିଆରି କରିବା ଦାବିରେ ଅଂଚଳବାସୀ ଗତ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିଥିଲେ । ପ୍ରଶାସନିକ ପ୍ରତିଶ୍ରୁତି ମିଳିଥିଲେ ବି ଅବସ୍ଥା ପୂର୍ବବତ ରହିଛି। ରାସ୍ତା ନିର୍ମାଣ ନହେଲେ ଆଗାମି ଦିନରେ ଏହି ଆଠଟି ଗ୍ରାମବାସୀ ଜାତୀୟ ରାଜପଥକୁ ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି। ଉପରୋକ୍ତ ଗ୍ରାମ ଗୁଡାକୁ ରାସ୍ତା ନାହିଁ । ଅଂଚଳବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ଏହି ରାସ୍ତା ତିଆରି କରିବାକୁ ସ୍ଥାନୀୟ ଓ ଜିଲା ପ୍ରଶାସନକୁ ଅବଗତ ସତ୍ତ୍ବେ ପଦକ୍ଷେପ ନିଆଯାଉନି ବୋଲି କହିଛନ୍ତି ବାଟାଗୁଡା ସରପଞ୍ଚ ମେନକା ମଳିକ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories