www.samajalive.in
Monday, December 8, 2025
13.1 C
Bhubaneswar

ବାରମ୍ବାର ଫେସିଆଲ କରୁଥିଲେ ସାବଧାନ! ହଜିଯିବ ତ୍ୱଚାର ପ୍ରାକୃତିକ ଚମକ

ସାଧାରଣତଃ ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅଧିକାଂଶ ମହିଳା ପାର୍ଲର ଯାଇ ଫେସିଆଲ କରନ୍ତି। କଛି ଦିନ ପାଇଁ ଏହା ଆପଣଙ୍କ ତ୍ୱଚାକୁ ଚମକ ଦେଇଥାଏ ସତ, କିନ୍ତୁ ପରେ ଏହାର ଅନେକ କୁପ୍ରଭାବ ଦେଖିବାକୁ ମିଳେ। ବିଶେଷ କରି ଆବଶ୍ୟକତାଠାରୁ ଅଧିକ ଫେସିଆଲ କରୁଥିବା ମହିଳାମାନେ ଏହି କୁପ୍ରଭାବର ଶିକାର ହୋଇଥାଆନ୍ତି। ଏହାଦ୍ୱାରା ତ୍ୱଚା ସମ୍ଭନ୍ଧୀୟ ନାନାଦି ସମସ୍ୟା ଦେଖା ଦେଇଥାଏ। କେବେ ଆସନ୍ତୁ ଜାଣିବା ବାରମ୍ବାର ଫେସିଆଲ କରିବାର କୁପରିଣାମ ବିଷୟରେ –

କୁଣ୍ଡାଇ ହେବା:

- Advertisement -

ଫେସିଆଲ ପାଇଁ ବିଭିନ୍ନ ପ୍ରକାରର କେମିକାଲଯୁକ୍ତ କ୍ରିମ ବ୍ୟବହାର କରାଯାଏ। ଏହି କ୍ରିମ ସମସ୍ତଙ୍କ ତ୍ୱଚାକୁ ସୁହାଇ ନ ଥାଏ। ଏହାଦ୍ୱାରା କୁଣ୍ଡାଇ ହୋଇ ଛୋଟ ଛୋଟ ଫଳିଯାଏ। ଫଳରେ ମୁହଁ ଅସୁନ୍ଦର ହୋଇଯାଏ।

ନାଲି ଦାଗ:

ଫେସିଆଲ କରିବା ବେଳେ ମୁହଁକୁ ସ୍କ୍ରବ ଓ ମସାଜ କରାଯାଏ। ଭୁଲ ମସାଜ କଲେ ତ୍ୱଚା ଲାଲ ପଡିବା ସହ ଦାଗ ରହିଯାଏ। ଏହାଦ୍ୱାରା ସଂକ୍ରମଣର ଆଶଙ୍କା ବି ବଢ଼େ।

ବ୍ଲାକ ହେଡ୍ସ:

ଫେସିଆଲ ପରେ ମୁହଁର ଲୋମଛିଦ୍ର ଖୋଲିଯାଏ। ଫଳରେ ସେଥିରେ ବାହାର ଧୂଳି ଜମା ହୋଇ ବ୍ଲାକ ହେଡ୍ସ ରୂପଧାରଣ କରେ।

ଆଲର୍ଜି:

ଫେସିଆଲ ବେଳେ ବ୍ୟବହାର କରାଯାଉଥିବା କେମିକାଲଯୁକ୍ତ କ୍ରିମ ଯୋଗୁ ତ୍ୱଚାରେ ଆଲର୍ଜି ହୋଇଥାଏ। ଆପଣ ଯଦି ଆବଶ୍ୟକତାଠାରୁ ଅଧିକ ଫେସିଆଲ କରୁଥାନ୍ତି ତେବେ ତ୍ୱଚାରୁ ଜରୁରୀ ତୈଳ ଅଂଶ ବି ଚାଲିଯାଏ ଓ ଚର୍ମ ଶୁଷ୍କ ହୋଇଯାଏ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories