www.samajalive.in
Friday, December 12, 2025
26.1 C
Bhubaneswar

ମାନସିକ ଚିନ୍ତାରୁ ରକ୍ଷାକରିବ ସୁପର୍‌ଫୁଡ୍‌

ବର୍ତ୍ତମାନ ପରିସ୍ଥିତିରେ ଯୁବବର୍ଗ ହିଁ ମାନସିକ ଚିନ୍ତାରେ ଦିନ ଅତିବାହିତ କରୁଛନ୍ତି। ଚାକିରି, ବ୍ୟବସାୟ ଅଧିକାଂଶଙ୍କର ପ୍ରଭାବିତ ହେବା ସହ ଆଗାମୀ ଦିନରେ କିଭଳି ଭାବେ ସ୍ଥିତି ଠିକ୍ ହେବ, ସେଇ ଚିନ୍ତାରେ ସେମାନେ ଅଛନ୍ତି। ଆୟୁର୍ବେଦ ବିଶେଷଜ୍ଞଙ୍କ ମତରେ କେତୋଟି ଦିଗ ପ୍ରତି ଧ୍ୟାନ ଦେଲେ ଆମ ମାନସିକ ଚାପ ଅନେକାଂଶରେ କମ୍ ହେବ।
– ବିଶେଷଜ୍ଞଙ୍କ ପରାମର୍ଶରେ ହିଁ ଏହି ସବୁ ସୁପର୍‌ଫୁଡସ୍‌ ସେବନ କରନ୍ତୁ, ନଚେତ୍ ଅନ୍ୟ ପ୍ରକାର ଶାରୀରିକ ସମସ୍ୟା ଦେଖାଦେଇପାରେ। ବ୍ରାହ୍ମୀ, ଏକ ଆୟୁର୍ବେଦ ଜଡ଼ିବୁଟି ଭାବେ ଜଣାଯାଏ। ଏଥିରେ ବିଭିନ୍ନ ପ୍ରକାର ପୋଷକତତ୍ତ୍ବ ଭରପୂର ରହିଥିବାବେଳେ ମନକୁ ଶାନ୍ତ କରିବାରେ ବ୍ରାହ୍ମୀର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ବ୍ରାହ୍ମୀ ଶାଗ, ବ୍ରାହ୍ମୀ ରସ କିମ୍ବା ଏହାର ଚୂର୍ଣ୍ଣ ଯେ କୌଣସି ଭାବେ ଏହାକୁ ସେବନ କରିପାରିବେ।
– ତ୍ବଚା ଓ କେଶ ନିମନ୍ତେ ଔଷଧ ଭଳି କାମ କରୁଥିବା ଭୃଙ୍ଗରାଜ ମାନସିକ ଚିନ୍ତାକୁ ମଧ୍ୟ ଅନେକାଂଶରେ କମ୍ କରିଥାଏ। ବିଶେଷଜ୍ଞଙ୍କ ପରାମର୍ଶରେ ପ୍ରତିଦିନ ଭୃଙ୍ଗରାଜ ରସ ସେବନ କଲେ ମସ୍ତିଷ୍କରେ ଅମ୍ଳଜାନର ଉତ୍ପତ୍ତି ମାତ୍ରା ବୃଦ୍ଧି ପାଏ।
– ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ଅଶ୍ବଗନ୍ଧା ଚୂର୍ଣ୍ଣ ଓଜନକୁ ମଧ୍ୟ ନିୟନ୍ତ୍ରଣ କରେ। ମନକୁ ଶାନ୍ତ କରିବା ସହ ଥକାପଣ ଦୂର କରିବାରେ ମଧ୍ୟ ଏଇ ତତ୍ତ୍ବର ଭୂମିକା ଗୁରୁତ୍ବପୂର୍ଣ୍ଣ।
– ନିୟମିତ ଶୁଦ୍ଧ ଘିଅ ୧ଚାମଚ ସକାଳୁ ଖାଲିପେଟରେ ସେବନ କଲେ ପାଚନ ତନ୍ତ୍ର ଭଲ ହେବା ସହ ଏହା ମାନସିକ ସ୍ଥିତି ମଧ୍ୟ ଶାନ୍ତ ରଖୁଥିବାର ବିଶେଷଜ୍ଞଙ୍କ ମତ। n

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories