www.samajalive.in
Friday, December 12, 2025
16.1 C
Bhubaneswar

ସଙ୍ଗରୋଧ କେନ୍ଦ୍ରକୁ ହେଉଛି ଅବାଧ ମଦ ଯୋଗାଣ, ଅଙ୍କୁଶ ଲଗାଇବାରେ ବିଫଳ ପଞ୍ଚାୟତ କତୃପକ୍ଷ

ପାଟଣା : ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ମାଛଗଡ ହାଇସ୍କୁଲ ପରିସରରେ ପ୍ରବାସୀଙ୍କ ପାଇଁ ସଙ୍ଗରୋଧ କେନ୍ଦ୍ର କରାଯାଇଛି । ଏଠାରେ ଏବେ ୩୨ ଜଣ ପ୍ରବାସୀ ସଙ୍ଗରୋଧ କେନ୍ଦ୍ରରେ ଅଛନ୍ତି । ମାଛଗଡ ପଞ୍ଚାୟତ ଅଞ୍ଚଳରୁ ୪ ଜଣ ପ୍ରବାସୀଙ୍କ ସ୍ଵାବ ନମୁନା କରୋନା ପଜିଟିଭ ଆସିବା ପରେ ସେମାନଙ୍କୁ ସ୍ବତନ୍ତ୍ର କୋଭିଡ ହସ୍ପିଟାଲକୁ ପଠାଯାଇଛି । ତେବେ ଏହି ସଙ୍ଗରୋଧ କେନ୍ଦ୍ରକୁ ନିୟମିତ ଦେଶୀ ଓ ବିଦେଶୀ ମଦ ପ୍ରବାସୀ ମାନଙ୍କ ନିକଟକୁ ପଠାଯାଇଛି । ମାଛଗଡ ସଙ୍ଗରୋଧ କେନ୍ଦ୍ରକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଥିଲେ ମଧ୍ୟ କିଛି ଅମାନିଆ ଅର୍ଥ ଲୋଭରେ ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀଙ୍କୁ ଲୁଚା ଚୋରା ରେ ମଦ ଯୋଗାଇ ଦେଉଛନ୍ତି ।

ଘଟଣାକ୍ରମରେ ଆଜି ୨ ଜଣ ଆଞ୍ଚଳିକ ବ୍ୟକ୍ତି ମାଛଗଡ ସଙ୍ଗରୋଧ କେନ୍ଦ୍ରକୁ ମଦ ଯୋଗାଇ ଦେବାକୁ ଯାଉଥିବା ସମୟରେ ସେମାନଙ୍କୁ ଲୋକେ ବିରୋଧ କରିବାରୁ ସେମାନେ କାକୁତି ମିନତି ହୋଇ ଫେରିଯାଇଥିଲେ । ପାଟଣା ଓ ସାହରପଡା ବ୍ଲକ ଅଞ୍ଚଳରେ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରକୁ ମଦ ଯୋଗାଣ ହେଉଥିବା ପୂର୍ବରୁ ’ସମାଜ’ ରେ ପ୍ରକାଶ ପାଇଥିବା ବେଳେ ସଂପୃକ୍ତ ପଞ୍ଚାୟତ କତୃପକ୍ଷ ମଦ ଯୋଗାଣରେ ଅଙ୍କୁଶ ଲଗାଇବାରେ ବିଫଳ ହେଉଥିବାରୁ ଏହା ଦ୍ବାରା ଗୋଷ୍ଠୀ ସଂକ୍ରମଣର ଆଶଙ୍କା ସୃଷ୍ଟି କରିଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories