www.samajalive.in
Thursday, December 11, 2025
16.1 C
Bhubaneswar

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୪ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଆଉ ୧୮୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଶନିବାର ସୁସ୍ଥ ହୋଇଥିବା ୧୮୪ କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪ ହଜାର ୬୦୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ଶନିବାର ସୁସ୍ଥ ହୋଇଥିବା ୧୮୪ ସଂକ୍ରମିତଙ୍କ ମଧ୍ୟରୁ ୪୮ଜଣ ଗଞ୍ଜାମର ରହିଥିବା ବେଳେ ଖୋର୍ଦ୍ଧା ରୁ ୪୫, ବାଲେଶ୍ୱରରୁ ୩୧, ଗଜପତିରୁ ୧୨, ଭଦ୍ରକରୁ ୧୦ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଜଗତସିଂପୁରର ୬, ଝାରସୁଗୁଡାରୁ ୬, କେନ୍ଦ୍ରାପଡା ଓ ପୁରୀରୁ ୫ ଜଣ ଲେଖାଏଁ, ସୁନ୍ଦରଗଡରୁ ୪, ବଲାଙ୍ଗୀର ଓ କେଉଁଝରରୁ ୩, କଟକରୁ ୨, ଅନୁଗୋଳ, ଯାଜପୁର, କନ୍ଧମାଳ ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ସୁସ୍ଥ ହୋଇଥିବା​‌ କରୋନା ଆକ୍ରାନ୍ତ ରହିଛନ୍ତି।

- Advertisement -

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୨ ଲକ୍ଷ ୪୯ ହଜାର ୯୦୨ ଜଣଙ୍କର ନମୁନା ପରୀକ୍ଷା କରାଯାଇଛି । ଏଥିମଧ୍ୟରୁ ମୋଟ ୬୩୫୦ ଜଣ ଲୋକ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ଅପରପକ୍ଷେ ୪ ହଜାର ୬୦୬ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ୧ ହଜାର ୫୫୦ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories