www.samajalive.in
Saturday, December 6, 2025
23.1 C
Bhubaneswar

‘ବାହୁବଲୀ’ରେ କରୋନା ପ୍ରଭାବ; ନିର୍ଦ୍ଦେଶକ ରାଜାମୌଲୀ ଶେୟାର କଲେ ମଜାଦାର ଭିଡିଓ

ମୁମ୍ବଇ: ସାରା ବିଶ୍ୱ ଏବେ କରୋନା ସହ ଲଢେଇ କରୁଛି। ଏଭଳି ପରିସ୍ଥିତିରେ ସରକାର ଏବଂ ସେଲିବ୍ରିଟିମାନେ ଜନସାଧାରଣଙ୍କୁ ଘରେ ରହିବା ଏବଂ ସତର୍କ ରହିବା ନେଇ ସଚେତନ କରାଉଛନ୍ତି। ସମସ୍ତଙ୍କୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ କୁହାଯାଉଛି। ଇତି ମଧ୍ୟରେ କିଛି ଲୋକ ବଡ଼ ଫିଲ୍ମ ଓ କଳାକାରମାନଙ୍କ ପୁରୁଣା ଫଟୋକୁ ବି ମାସ୍କ ପିନ୍ଧାଇ ମଜାଦାର ପୋଷ୍ଟମାନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ‘ବାହୁବଲୀ’ ଚଳଚ୍ଚିତ୍ରରୁ ଏକ ମଜାଳିଆ ଭିଡିଓ ସାମ୍ନାକୁ ଆସିଛି।

ଭାରତର ମେଗାବଜେଟ ଚଳଚ୍ଚିତ୍ର ‘ବାହୁବଲୀ’ରେ ମଧ୍ୟ କରୋନାର ପ୍ରଭାବ ଦେଖିବାକୁ ମିଳିଛି। ମାହେଷମତୀର ଅମରେନ୍ଦ୍ର ବାହୁବଲୀ ଏବଂ ଭଲାଲଦେବ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ କରୋନା ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇଛନ୍ତି। ଦୁହେଁ ମାସ୍କ ପିନ୍ଧି ପରସ୍ପରର ମୁହାଁମୁହିଁ ହୋଇଛନ୍ତି । ଏହି ଭିଡିଓକୁ ବାହୁବଲୀ ନିର୍ଦ୍ଦେଶକ ଏସ୍ ଏସ୍‍ ରାଜାମୌଲୀ ଟ୍ୱିଟରରେ ଶେୟାର କରିଛନ୍ତି।

- Advertisement -


ଏହି ମଜାଦାର ଭିଡିଓ ସହ ରାଜାମୌଲୀ ଲୋକଙ୍କୁ ସଚେତନ କରାଇଛନ୍ତି। ଭିଡିଓ ଶେଷରେ ଲେଖା ହୋଇଛି, “ଏବେ ମାହେଷମତୀରେ ମଧ୍ୟ ମାସ୍କ ଜରୁରୀ ହୋଇପଡ଼ିଛି। ଆପଣ ନିଜର ଭୁଲନ୍ତୁ ନାହିଁ”। କ୍ୟାପ୍ସନରେ ସେ ଲେଖିଛନ୍ତି, “ଆଶା କରୁଛି ସମସ୍ତେ ସୁରକ୍ଷିତ ରହିବେ ଏବଂ ଏହି ସମୟରେ ସତର୍କତା ଅବଲମ୍ବନ କରିବେ”। ଲୋକଙ୍କୁ ଭିନ୍ନ ଢଙ୍ଗରେ ସଚେତନ କରିବା ପାଇଁ ଏହି ଭିଡିଓଟି କରାଯାଇଛି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories