www.samajalive.in
Wednesday, December 10, 2025
26.1 C
Bhubaneswar

୧୨ କୁଖ୍ୟାତ ଡ଼କାୟତଙ୍କୁ ଗିରଫ କଲା ନବରଙ୍ଗପୁର ପୁଲିସ; ମାରଣାସ୍ତ୍ର ଓ ବନ୍ଧୁକ ଜବତ

ନବରଙ୍ଗପୁର: ନବରଙ୍ଗପୁର ଏସ୍‍ପି ନୀତିନ କୁଶଲକରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ଟିମ ଗଠନ କରାଯାଇ ୩ଟି ଥାନାର ୪ଟି ଡକାୟତି ଘଟଣାରେ ୧୨ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ୪ ଜଣ ଫେରାର ରହିଛନ୍ତି। ସେମାନଙ୍କୁ ଅତିଶିଘ୍ର ଗିରଫ କରାଯିବ ବୋଲି ଏସ୍‍ପି ଶ୍ରୀକୁଶଲକର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗିରଫ ମାନେ ହେଲେ କୋରାପୁଟ ଜିଲା କୋଟପାଡ ଥାନା ଅନ୍ତର୍ଗତ ଦାବୁଗୁଡା ଗାଁର ନରସିଂହ ହରିଜନ(୩୫), ନୂଆଗାଁର ପଦମ ହରିଜନ(୨୭), କୋଟପାଡ ଘାସିସାହିର ଚନ୍ଦନ ଖିରା(୧୯), ବୋରିଗୁମ୍ମା ଥାନା ଭାଟିଗାଁର ବାବୁଲା ହରିଜନ(୨୪), ଘିଲମିଲ ଗାଁର ଚନ୍ଦ୍ର ନାୟକ ଓରଫ ଖଇରୁ (୧୯), କୋଟପାଡ ମେଡିକାଲ କଲୋନୀର ଦୀପକ ବାହାଦୂର(୧୯), ବୋରିଗୁମ୍ମା ଥାନା ଅଧିନ ବଙ୍ଗଲଗୁଡା ଗାଁର ଅଫିର ଇବ୍ରାଇମ ଖୋରା(୧୯), ଜୟପୁର ଟାଉନଥାନା ଅନ୍ତର୍ଗତ ଗାନ୍ଧିଛକ ନିକଟ ଡଙ୍ଗଗୁଡା ଗାଁର ବାବୁଲି ପଟ୍ଟନାୟକ(୨୧) ଓ ପାପଡାହାଣ୍ଡି ଥାନା ସିଲକଗୁଡା ଗାଁର ଅଜୟ ହରିଜନ (୨୨), ଚନ୍ଦ୍ରସିଂ ହରିଜନ(୨୫)ସୁଶାନ୍ତ ବିନ୍ଧାଣୀ(୧୯), ସିଲକଗୁଡା ଗାଁର ଖବରସିନ୍ଧୁ ବିନ୍ଧାଣୀ(୩୫)।

ଏମାନେ କୋଟପାଡ, ନୂଆଗାଁ ବୋରିଗୁମ୍ମା ଓ ନବରଙ୍ଗପୁର ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଡକାୟତି କରିଥିବା କହିଛନ୍ତି। ସେମାନଙ୍କ ଠାରୁ ନଗଦ ୧ ଲକ୍ଷ ୧୨ ହଜାର ୨ଶହ ଟଙ୍କା, ୧୫ ଗ୍ରାମ ଓଜନର ସୁନା ଅଳଙ୍କାର, ୬୦୦ ଗ୍ରାମ ଓଜନର ରୂପା ଅଳଙ୍କାର, ୩ଟି ମୋଟର ସାଇକଲ, ୪ଟି ଛତା, ଗୋଟିଏ ଶାବଳ, ୨ଟି କଟୁରୀ, ଗୋଟିଏ ଛୁରୀ, ଗୋଟିଏ ବନ୍ଧୁକ, ୫ଟି ମୋବାଇଲ, ୨ଟି ଖଣ୍ଡା, ଗୋଟିଏ ଦା ଆକୃତି ଖଣ୍ଡା ସମେତ ବିଭିନ୍ନ ସାମଗ୍ରୀ ଜବତ ହୋଇଛି।

- Advertisement -

ଡାବୁଗାଁ ଥାନା ଅନ୍ତର୍ଗତ ହଳଦିଗୁଡା ଗାଁରେ ଫିରଦଶ୍‍ ଖାନଙ୍କ ଘରେ ମେ ୨୫ ତାରିଖ ଦିନ ରାତି ପ୍ରାୟ ୮ ଲକ୍ଷ ୧୫ ହଜାରଟଙ୍କାର ବିଭିନ୍ନ ସାମଗ୍ରୀ ଡକାୟତି କରିଥିଲେ। ଏନେଇ କେସ ନମ୍ବର ୧୦୬/୨୦ ରୁଜୁ ହୋଇଥିଲା। ସେହିଭଳି ଚିିକିଲି ଠାରେ ଜୁନ ୧୦ ତାରିଖ ଦିନ ଅଜୁତ ଗୌଡଙ୍କ ଘରେ ଡକାୟତି ହୋଇଥିଲା। ୨ ହଜାରଟଙ୍କା ନଗଦ ଓ ୩ ହଜାରଟଙ୍କାର ବିଭିନ୍ନ ଜିନିଷ ଡକାୟତି କରି କରି ନେଇଥିଲେ। ଏନେଇ କେସ ନମ୍ବର ୧୧୯/୨୦ ରୁଜୁ ହୋଇଥିଲା। ସେହିପରି ନବରଙ୍ଗପୁର ଥାନା ଅନ୍ତର୍ଗତ ସିନ୍ଦିଗାଁର କାମଦେବ ଗୌଡଙ୍କ ଘରେ ଜୁନ ୧୪ ତାରିଖ ଦିନ ଡକାୟତି ହୋଇଥିଲା। ସେଠାରୁ ସୁନା ଚେନ, ୫୦ଟି ଛତା, ୫ ହଜାରଟଙ୍କାର ବିଭିନ୍ନ ସାମଗ୍ରୀ ଡକାୟତି କରିଥିଲେ। ଏନେଇ କେସ ନମ୍ବର ୧୪୪/୨୦ ରୁଜୁ ହୋଇଥିଲା। କୋଡିଙ୍ଗା ଥାନା ଅଧିନ ଦାନିଗୁଡା ଗାଁର ବିନୋଦ ମେହେଟ୍ଟାଙ୍କ ଘରେ ୧ ଲକ୍ଷ ୫୦ ହଜାରଟଙ୍କାର ବିଭିନ୍ନ ସାମଗ୍ରୀ, ୫ଟି ମୋବାଇଲ, ସୁନା ଓ ରୂପା ଅଳଙ୍କାର ଡକାୟତି ହୋଇଥିଲା। ଏନେଇ ଥାନାରେ କେସ ନମ୍ବର ୬୪/୨୦ ରୁଜୁ ହୋଇଥିଲା। ବାରମ୍ବାର ବିଭିନ୍ନ ଅଞ୍ଚଳରେ ଡକାୟତି କରିବା ଓ ଲୋକଙ୍କୁ ମାଡ ମାରିବା ଦ୍ୱାରା କେତେକ ଲୋକ ମଧ୍ୟ ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି।

ଏସପି ଶ୍ରୀକୁଶଲକର ଙ୍କ ନେତୃତ୍ୱରେ ଡାବୁଗାଁ, ନବରଙ୍ଗପୁର, କୋଡିଙ୍ଗା ଓ ପାପଡାଡାଣ୍ଡି ଥାନା ଅଧିକାରୀଙ୍କୁ ନେଇ ଏକ ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ନବରଙ୍ଗପୁର ଜିଲା ପାପଡାଡାଣ୍ଡି ଥାନାଅନ୍ତର୍ଗତ ସିଲକଗୁଡା ଗାଁର କୃପାସିନ୍ଧୁ ବିନ୍ଧାଣୀ ଏକ ୧୫ ଜଣିଆ ଡକାୟତ ଟିମ ଗଠନ କରି ବିଭିନ୍ନ ସ୍ଥାନରେ କିଭଳି ଡକାୟତି କରିବେ ପୁଲିସର ଗତିବିଧି ଉପରେ ନଜର ରଖି ଡକାୟତି କରାଉଥିଲା। ଏସମସ୍ତ ଡକାୟତି ଘଟଣାରେ କୃପାସିନ୍ଧୁ ଡକାୟତ ଟିମର ମାଷ୍ଟରମାଇଣ୍ଡ ବୋଲି ଏସପି କହିଛନ୍ତି।

Hot this week

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

ଓଡ଼ିଶାରୁ ଚଣ୍ଡିଗଡ ଗଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି

ଭୁବନେଶ୍ୱର: ବାରବାଟୀରେ ମ୍ୟାଚ ଜିତିବା ପରେ ଚଣ୍ଡିଗଡ ଅଭିମୁଖେ ଗଲେ ଭାରତ...

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

Related Articles

Popular Categories