www.samajalive.in
Monday, December 8, 2025
13.1 C
Bhubaneswar

ଚିନ୍ତା ବଢ଼ାଉଛି ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ୧୬ ହଜାର ୯୨୨ ନୂଆ ରୋଗୀ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁରେ ଦୈନିକ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୧ ତାରିଖରେ ଦେଶରେ ୧୪ ହଜାର ୮୨୧ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୨ ତାରିଖରେ ୧୪ ହଜାର ୯୩୧ ନୂଆ ରୋଗୀ ବାହାରିଥିଲେ। ତେବେ ୨୩ ତାରିଖରେ ୧୫ ହଜାର ୯୩୩ ରୋଗୀ ଚିହ୍ନଟ ହୋଇଥିବାବେଳେ ୨୪ ତାରିଖରେ ଏହି ସଂଖ୍ୟା ୧୬ ହଜାର ୯୨୨କୁ ବୃଦ୍ଧି ପାଇଛି। ଦୈନିକ ସଂକ୍ରମଣରେ ଦ୍ରୁତ ବୃଦ୍ଧି ଏବେ ଚିନ୍ତା ବଢ଼ାଇଛି। ସେହିପରି ଦୈନିକ ମୃତ୍ୟୁ ସଂଖ୍ୟା ୪୦୦ ଡେଇଁଲାଣି। ଗତ ୨୪ ଘଣ୍ଟାରେ ଦେଶରେ ୪୧୮ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୃତକଙ୍କ ସଂଖ୍ୟା ୧୪ ହଜାର ୮୯୪କୁ ବୃଦ୍ଧି ପାଇଛି। ଦେଶରେ ଏବେ ମୋଟ ୪ ଲକ୍ଷ ୭୩ ହଜାର ୧୦୫ ଜଣ ଏହି ମହାମାରୀ ଭୂତାଣୁରେ ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୭୧ ହଜାର ୬୯୬ ଜଣ ସୁସ୍ଥ ହୋଇଛନ୍ତି। ୧ ଲକ୍ଷ ୮୬ ହଜାର ୫୧୪ ସକ୍ରିୟ ରୋଗୀ ରହିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

- Advertisement -

ଅନ୍ୟପଟେ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ୧ ଲକ୍ଷ ୪୨ ହଜାର ୮୯୯ରେ ପହଞ୍ଚିଛି। ଏଠାରେ ମୃତ୍ୟୁ ସଂଖ୍ୟା ୬୭୩୯କୁ ବଢ଼ିଛି। ଦିଲ୍ଲୀରେ ୭୦ ହଜାର ୩୯୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୨୩୬୫ ଜଣ ପ୍ରାଣ ହରାଇଛନ୍ତି। ତାମିଲନାଡୁରେ ୬୭ ହଜାର ୪୬୮ କରୋନା ସଂକ୍ରମିତ ଏବଂ ୮୬୬ ରୋଗୀଙ୍କ ମୃତ୍ୟୁ ଘଟିଛି। ଗୁଜରାଟରେ ସଂକ୍ରମିତ ସଂଖ୍ୟା ୨୯ ହଜାର ୧କୁ ବୃଦ୍ଧି, ୧୭୩୬ ଜଣଙ୍କ ମୃତ୍ୟୁ ହୋଇଛି। ଏହାବ୍ୟତୀତ ଉତ୍ତରପ୍ରଦେଶରେ ୧୯ ହଜାର ୫୫୭ ସଂକ୍ରମିତ ଓ ୫୯୬ ମୃତ, ପଶ୍ଚିମବଙ୍ଗରେ ୧୫ ହଜାର୧୭୩ ଆକ୍ରାନ୍ତ ଓ ୫୯୧ ମୃତ, ହରିୟାଣାରେ ୧୨ ହଜାର ୧୦ ଆକ୍ରାନ୍ତ ଏବଂ ୧୮୮ ମୃତ, ଆନ୍ଧ୍ରପ୍ରଦଶେରେ ୧୦ ହଜାର ୩୩୧ ଆକ୍ରାନ୍ତ ଏବଂ ୧୨୯ ମୃତ, ତେଲେଙ୍ଗାନାରେ ୧୦ ହଜାର ୪୪୪ ସଂକ୍ରମିତ ଓ ୨୨୫ ମୃତ, କର୍ଣ୍ଣାଟକରେ ୧୦ ହଜାର ୧୧୮ ଆକ୍ରାନ୍ତ ଓ ୧୬୪ ମୃତ, ରାଜସ୍ଥାନରେ ୧୬ ହଜାର ୯ ଆକ୍ରାନ୍ତ ଓ ୩୭୫ ମୃତ, ଜାମ୍ମୁ-କାଶ୍ମୀରରେ ୬୪୨୨ ସଂକ୍ରମିତ ଓ ୮୮ ମୃତ, ମଧ୍ୟପ୍ରଦେଶରେ ୧୨ ହଜାର ୪୪୮ ସଂକ୍ରମିତ ଓ ୫୩୪ ମୃତ, ବିହାରରେ ୮୨୭୩ ଆକ୍ରାନ୍ତ ଓ ୫୫ ମୃତ, ଆସାମରେ ୬୨୮୩ ଆକ୍ରାନ୍ତ ଓ ୯ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories