www.samajalive.in
Wednesday, December 10, 2025
14.1 C
Bhubaneswar

ରାଜାମୌଲୀଙ୍କ ‘‘୩-ଆର୍’’ ଉପରେ ସୁଶାନ୍ତ ସିଂହ ରାଜପୁତ୍ ମୃତ୍ୟୁ ଛାଇ

ବାହୁବଳୀ ଫିଲ୍ମ ବକ୍ସ ଅଫିସରେ ରେକର୍ଡ଼ କରିବା ପରେ ଏହାର ନିର୍ଦେଶକ ଏସ୍.ଏସ୍.ରାଜାମୌଲୀଙ୍କୁ କେହି କେହି ବାହୁବଳୀ ବୋଲି ସମ୍ବୋଧନ କରିଥାଆନ୍ତି । ରାଜାମୌଲୀଙ୍କ ଫିଲ୍ମଗୁଡ଼ିକ ବ୍ୟୟବହୁଳ ହୋଇଥାଏ ସତ, ମାତ୍ର ଏହା ବ୍ୟୟ ତୁଳନାରେ ଢ଼େର ଅଧିକ ଆୟ କରିଥାଏ । ୫୦୦ କୋଟି ଟଙ୍କାରୁ ଅଧିକ ଆୟ କରିଥିବା ପ୍ରଥମ ଫିଲ୍ମ ଭାବରେ ବାହୁବଳୀ ରେକର୍ଡ଼ କରିଛି । ତାଙ୍କର ଆଗାମୀ ଫିଲ୍ମ ‘‘୩-ଆର୍’’ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଏହି ଫିଲ୍ମରେ ଦକ୍ଷିଣ ଭାରତର ଦୁଇ ସୁପରଷ୍ଟାର ଜୁନିଅର୍ ଏନଟିଆର୍, ରାମଚରଣଙ୍କ ସହ ହିନ୍ଦୀ ସୁପରଷ୍ଟାର ଅଜୟ ଦେବଗନ ଅଭିନୟ କରୁଛନ୍ତି । ଏମାନଙ୍କ ବ୍ୟତୀତ ଦକ୍ଷିଣୀ ସୁନ୍ଦରୀ ଶ୍ରୀୟା ସରନ୍ ଓ ଆଲିଆ ଭଟ୍ଟଙ୍କୁ ମଧ୍ୟ ଫିଲ୍ମ ପାଇଁ ଚୁକ୍ତିବଦ୍ଧ କରାଯାଇଛି ।

- Advertisement -

ଲକ୍ ଡ଼ାଉନ ଯୋଗୁ ଏହି ଫିଲ୍ମର ସୁଟିଂ ବନ୍ଦ ରହିଛି । ଜୁନ୍ ଶେଷ ଆଡ଼କୁ ଏହାର ପୁନଃ ସୁଟିଂ ଆରମ୍ଭ ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ଏବେ ସୁଶାନ୍ତ ସିଂହ ରାଜପୁତଙ୍କ ଅକସ୍ମାତ ମୃତ୍ୟୁ ରାଜାମୌଲୀଙ୍କ ଏହି ପ୍ରୋଜେକ୍ଟ ଉପରେ କଳା ବାଦଲ ଢ଼ାଙ୍କି ଦେଇଛି । ଆଲିଆ ଭଟ୍ଟଙ୍କୁ ଫିଲ୍ମରୁ ବାଦ ଦେବା ପାଇଁ ରାଜାମୌଲୀଙ୍କ ଉପରେ ଚାପ ବଢ଼ିବାରେ ଲାଗିଛି ।

ସୁଶାନ୍ତ ସିଂହ ରାଜପୁତଙ୍କ ଆକସ୍ମିକ ମୃତ୍ୟୁ ଫିଲ୍ମ ଜଗତକୁ ବିଭାଜିତ କରିଛି । ଫିଲ୍ମ ଜଗତରେ ପରିବାରବାଦକୁ ନେଇ ଏକ ରେଖା ଟାଣି ହୋଇଛି । ପ୍ରତିଭାବାନ କଳାକାରମାନଙ୍କୁ ଉପେକ୍ଷା କରାଯାଉଥିବା ନେଇ ଅଭିଯୋଗ ଉଠିଛି । କରଣ ଜୋହର, ଆଲିଆ ଭଟ୍ଟ, ଶାହାରୁଖ ଖାଁ, ସଲମନ ଖାଁଙ୍କ ପରି ବଡ଼ ଅଭିନେତାମାନେ ଏହି ବିବାଦରେ ଛନ୍ଦି ହୋଇ ଯାଇଛନ୍ତି । ଏପରିକି ବିହାରରେ ତ କରଣ, ଶାହାରୁଖ ଓ ସଲମନଙ୍କ ଫିଲ୍ମ ପ୍ରସାରଣ ଉପରେ କଟକଣା ଲଗାଇବା ପାଇଁ ଦାବି ହୋଇଛି । ଏହି ସ୍ଥିତିରେ ଆଲିଆ ଭଟ୍ଟଙ୍କୁ ଏହି ଫିଲ୍ମରେ ସୁଯୋଗ ଦେବା ରାଜାମୌଲୀଙ୍କ ପାଇଁ ସମସ୍ୟା ହେବ ବୋଲି କେହି କେହି କହିଲେଣି।

 

ମାତ୍ର ରାଜାମୌଲୀଙ୍କ ସହ କରଣ ଜୋହରଙ୍କ ଘନିଷ୍ଠ ସମ୍ପର୍କ ଥିବାରୁ ଆଲିଆଙ୍କୁ ଫିଲ୍ମରୁ ବାହାର କରିବା ସହଜ ହେବ ନାହିଁ ବୋଲି ମଧ୍ୟ କେହିକେହି ମତ ଦେଉଛନ୍ତି । ତାଛଡ଼ା ଫିଲ୍ମର ବହୁ ଅଂଶ ସୁଟିଂ ସରିଛି, ତେଣୁ ଆଲିଆଙ୍କୁ ବାହାର କଲେ ଏହି ଫିଲ୍ମକୁ ପୁଣି ମୂଳରୁ ସୁଟିଂ କରିବାକୁ ପଡ଼ିବ । ଯାହା ପାଇଁ ଆହୁରି ବହୁ ଅର୍ଥ ଖର୍ଚ କରିବାକୁ ପଡ଼ିବ । ଏହା ହିଁ ରାଜାମୌଳିଙ୍କୁ ଦ୍ବନ୍ଦ୍ବରେ ପକାଇଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories