www.samajalive.in
Tuesday, December 9, 2025
23.1 C
Bhubaneswar

ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କ ନିମନ୍ତେ ସୁପ୍ରିମକୋର୍ଟଙ୍କ ରାୟ ବିସ୍ମୟକର ଆଶୀର୍ବାଦ: ଦିଲିପ ରାୟ

ଭୁବନେଶ୍ୱର: ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ତାଙ୍କ ପୂର୍ବ ମତର ପରିବର୍ତ୍ତନ କରି ଯେଉଁ ରାୟ ଦେଇଛନ୍ତି ତାହା ଶ୍ରୀଜଗନ୍ନାଥଙ୍କ ଭକ୍ତମାନଙ୍କ ପାଇଁ ଏକ ବିସ୍ମୟକର ଆଶୀର୍ବାଦ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଦିଲିପ ରାୟ ମତବ୍ୟକ୍ତ କରିଛନ୍ତି। ଏଥିପାଇଁ ଶ୍ରୀ ରାୟ ଶ୍ରୀଜଗନ୍ନାଥଙ୍କ ନିକଟରେ ଓଡ଼ିଆ ଜାତିର କୃତଜ୍ଞତା ଜଣାଇବା ସହ ଯେଉଁମାନେ ଏହି ପ୍ରକ୍ରିୟାରେ ସାମିଲ ହୋଇଥିଲେ ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି। ତେବେ ରଥଯାତ୍ରାର ପୂର୍ବଦିନ ପର୍ଯ୍ୟନ୍ତ ଯେଭଳି ରଥଯାତ୍ରା ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ର ଚାଲିଥିଲା ତାହା ଶ୍ରୀଜଗନ୍ନାଥଙ୍କ ଅଲୌକିକ ଶକ୍ତି ଆଗରେ ହାର ମାନିଛି ବୋଲି ଶ୍ରୀ ରାୟ କହିଛନ୍ତି। ଏହି ରଥଯାତ୍ରା ଲାଗି ମୂଳରୁ ଠିକଣା ଭାବେ ମନ ସ୍ଥିର କରାଯାଇଥିଲେ ଏତେ ଅବ୍ୟବସ୍ଥା ହୋଇନଥାନ୍ତା ଏବଂ ପୁରୀ ସମେତ ସମଗ୍ର ବିଶ୍ୱର ବିଭିନ୍ନ ଅଞ୍ଚଳରେ ଥିବା ଶ୍ରୀଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ପହଞ୍ଚିନଥାନ୍ତା। ବିଳମ୍ବରେ ହେଲେ ମଧ୍ୟ ପୁରୀରେ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେବା ବେଳେ ଯେଉଁସବୁ ସର୍ତ୍ତାରୋପ କରିଛନ୍ତି ତାହାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର, ଶ୍ରୀମନ୍ଦିର ପରିଚାଳନା କମିଟି, ସେବାୟତ ଏବଂ ଜନସାଧାରଣ ସମ୍ପୂର୍ଣ୍ଣ ଭାବେ ଅନୁପାଳନ କରି ଶୃଙ୍ଖଳାର ସହ ଶ୍ରୀଜୀଉମାନଙ୍କ ଘୋଷଯାତ୍ରା ପର୍ବ ଶେଷ କରିବାକୁ ଶ୍ରୀ ରାୟ ନିବେଦନ କରିଛନ୍ତି। ଏବେ ରଥଯାତ୍ରା ହେବାକୁ ଯାଉଥିବା ବେଳେ ଏହାକୁ ନେଇ ରାଜନୈତିକ ବିବାଦ ସୃଷ୍ଟି ନ କରି ସବୁ ରାଜନୈତିକ ଦଳ, ସାମାଜିକ ଓ ଧାର୍ମିକ ସଙ୍ଗଠନ ନିଜ ନିଜ ସ୍ତରରେ ଏହାର ପୂର୍ଣ୍ଣ ଅନୁପାଳନ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

Hot this week

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

Related Articles

Popular Categories