www.samajalive.in
Sunday, December 7, 2025
14.1 C
Bhubaneswar

ଗୋଟିଏ ଦିନରେ ସର୍ବାଧିକ ୩୦୪ ଆକ୍ରାନ୍ତ ଚିହ୍ନଟ ; ରାଜ୍ୟରେ ୫ହଜାର ପାର କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ବର : ରାଜ୍ୟରେ ରବିବାର ସର୍ବାଧିକ ୩୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଉକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୨୭୨ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୩୨ ଜଣ ରହିଛନ୍ତି । ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୧୬୦ ରେ ପହଞ୍ଚିଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

 

- Advertisement -

ଆଜି ଚିହ୍ନଟ ୩୦୪ ସଂକ୍ରମିତଙ୍କ ମଧ୍ୟରୁ ଗଜପତିରୁ ୪୭, ଗଂଜାମରୁ ୪୦, ଜଗତସିଂହପୁରରୁ ୨୯, ଝାରସୁଗୁଡ଼ାରୁ ୨୫, ଯାଜପୁରରୁ ୨୧, ବାଲେଶ୍ୱରରୁ ୧୭, ବରଗଡ଼ରୁ ୧୪, କଟକରୁ ୧୩, କନ୍ଧମାଳରୁ ୧୨, ଭଦ୍ରକରୁ ୧୧, ମୟୁରଭଞ୍ଜରୁ ୬, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ାରୁ ୫ ଜଣ ଲେଖାଏଁ, ସୋନପୁରରୁ ୪, ନୟାଗଡ଼ ଓ ପୁରୀରୁ ୩ ଜଣ ଲେଖାଏଁ, ମାଲକାନଗିରି ଓ ସମ୍ବଲପୁରରୁ ୨ ଜଣ ଲେଖାଏଁ, ଢେଙ୍କାନାଳ, ସୁନ୍ଦରଗଡ଼ ଓ ବଲାଙ୍ଗୀରିରୁ ଜଣେ ଲେଖାଏଁ ଏବଂ ୪୨ ଜଣ ଅଗ୍ନିଶମ ଓ ଏନ ଡ଼ି ଆର ଏଫ କର୍ମଚାରୀ ଅଛନ୍ତି ।

ଆଜି ଗଜପତିରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ମାନଙ୍କ ସମ୍ପର୍କରେ ଗଜପତି ଜିଲାପାଳ ଅନୁପମ ସାହା ସୂଚନା ଦେଇ କହିଛନ୍ତି ….

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories