www.samajalive.in
Friday, December 12, 2025
26.1 C
Bhubaneswar

ହ୍ବାଟସ ଆପରେ ଡିଲିଟ ହୋଇଯାଇଥିବା ମେସେଜ କିପରି ଜାଣିବେ, ପଢନ୍ତୁ ସମ୍ପୂର୍ଣ୍ଣ ଖବର….

ନୂଆଦିଲ୍ଲୀ : ଗତ ବର୍ଷ ହ୍ବାଟସ ଆପ ତାର ଉପଭୋକ୍ତା ମାନଙ୍କୁ ମେସଜ ଡିଲିଟ କରିବା ପାଇଁ  ଫିଚର ବାହାର କରିଥିଲା। ଏହାପରେ ବ୍ୟବହାରକାରୀମାନେ ପଠାଇଥିବା ମେସଜକୁ କାଟିବା ପାଇଁ ବିକଳ୍ପ ପାଉଥିଲେ। ପଠାଇଥିବା ମେସଜକୁ ଡିଲିଟ କରିବାରେ ସାହାଯ୍ୟ କରୁଥିଲା ।  ଯଦିଓ ଏହି ଫିଚର ବହୁତ ଉପଯୋଗୀ, କିନ୍ତୁ ଅନେକ ଲୋକ ଭୁଲ୍ ଭାବରେ ଏହାର ଫାଇଦା ନିଅନ୍ତି ଏବଂ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତାକୁ ମଧ୍ୟ ଡିଲିଟ ହେବାର ଭୟ ରହିଥାଏ। ତେବେ ଆସନ୍ତୁ ଜାଣିବା କେହି ପଠାଇଥିବା ମେସେଜ ଆପଣ ପଢିବା ପୂର୍ବରୁ କାଟିଦେଇଥାଏ ତାହାକୁ କିପରି ପଢିବା।

- Advertisement -

ଏହାର ଲାଭ କେବେଳ ଆଣ୍ଡ୍ରୋଏଡ ବ୍ୟବହାରକାରୀମାନେ ଉଠାଇ ପାରିବେ। ଡିଲିଟ ହୋଇଥିବା ମେସଜକୁ ପାଇବାକୁ ହେଲେ ଆମକୁ ଗୁଗୁଲ ପ୍ଲେ ଷ୍ଟୋରରୁ ଏକ ଆପ ଡାଉନଲୋଡ କରିବାକୁ ପଡିବ। ଯାହାର ନାଁ ହେଉଛି ହ୍ବାଟସ ଆପ ରିମୁଭ ପ୍ଲସ ଆପ ।

ଏହା ପରେ ଆପର ସେଟିଙ୍ଗ୍ ସଂପୂର୍ଣ୍ଣ କରିବାକୁ ପଡିବ ଏବଂ ଆବଶ୍ୟକ ଅନୁମତି ଦିଅନ୍ତୁ । ଅନୁମତି ଦେବା ପରେ, ପୁନର୍ବାର ଆପକୁ ଯାଆନ୍ତୁ ଏବଂ ସେହି ଆପ୍ ଚୟନ କରନ୍ତୁ ଯାହାର ବିଜ୍ଞପ୍ତି ଆପଣ ସଞ୍ଚୟ କରିବାକୁ ଚାହୁଁଛନ୍ତି । ଉଦାହରଣ ସ୍ୱରୂପ, ଯଦି ଆମେ ହ୍ବାଟସ ଆପ ବିଜ୍ଞପ୍ତି ସଞ୍ଚୟ କରିବାକୁ ଚାହୁଁଛନ୍ତି, ତେବେ ହ୍ବାଟସ ଆପକୁ ଚୟନ କରିବାକୁ ପଡିବ। ତାପରେ ପରବର୍ତ୍ତୀ ଅପ୍ସନ୍ ଉପରେ ଟ୍ୟାପ୍ କରନ୍ତୁ ।

ଏହା ପରେ, ନୂତନ ପରଦାରେ ୟେସ ଟ୍ୟାପ୍ କରନ୍ତୁ ଏବଂ ସେଭ୍ ଫାଇଲ୍ ପାଇଁ ଅନୁମତି ଦିଅନ୍ତୁ । ଏହା ପରେ ଆପଣ ଆପ୍ ବ୍ୟବହାର କରିବାକୁ ସକ୍ଷମ ହେବେ ।  ହ୍ବାଟସ ଆପର ସମସ୍ତ ଡିଲିଟ୍ ହୋଇଥିବା ମେସେଜ୍ ଦୃଶ୍ୟମାନ ହେବ ।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories