www.samajalive.in
Friday, December 12, 2025
15.1 C
Bhubaneswar

ପୁଲିସ ମହାନିର୍ଦ୍ଦେଶକଙ୍କ ମାଲକାନଗିରି ଗସ୍ତ : ଉଦଘାଟନ କଲେ ଯୋଡ଼ାମ୍ବ ପୁଲିସ ଥାନା

ମାଲକାନଗିରି : ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକ ଅଭୟ ଶନିବାର ମାଲକାନଗିରି ଜିଲ୍ଲା ଗସ୍ତ କରି ମାଓ ଦମନ ଉପରେ ଆଲୋଚନା ଏବଂ ଏକ ନୂତନ ପୁଲିସ ଥାନା ଉଦଘାଟନ କରିଛନ୍ତି।  ପ୍ରଥମେ ସେ ସ୍ୱାଭିମାନ ଅଂଚଳ ଗସ୍ତ କରି ଯୋଡ଼ାମ୍ବଠାରେ ଏକ ନୂତନ ପୁଲିସ ଥାନା ଉଦଘାଟନ କରିଥିଲେ। ଏଥିସହ ଗ୍ରାମବାସୀଙ୍କ ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।  ଥାନା ଚତୁପାର୍ଶ୍ବ ବୁଲି ଦେଖିବା ସହ ଭିତିଭୂମି ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେଠାରେ ବିଏସଏଫ୍‍ର ବିରଷ୍ଠ ଅଧିକାରୀଙ୍କ ମାଓ ଦମନ ଉପରେ ଆଲୋଚନା କରିଥିଲେ। ପରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟଠାରେ ବରିଷ୍ଠ ପୁଲିସ ଅଧିକାରୀ ଓ ବିଏସଏଫ୍‍ର ବରିଷ୍ଠ ଅଧିକାରୀଙ୍କ ମାଓ ଦମନ ଓ ଗତିବିଧି ଉପରେ ସମୀକ୍ଷା କରିଛନ୍ତି।

ଗତ କିଛି ବର୍ଷ ହେଲା ଆମେ ସ୍ୱାଭିମାନ ଅଂଚଳରେ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଅଧିକ ପୁଲିସର ଉପସ୍ଥିତି କରିଛୁ। ଗତ ୬ ମାସ ମଧ୍ୟରେ ହନ୍ତାଳଗୁଡ଼ା ଓ ଦର୍ଲାବେଡ଼ାରେ ନୂତନ ବିଏସଏଫ୍‍ କ୍ୟାମ୍ପ ପ୍ରତିଷ୍ଠା କରିଛୁ। ସଂପୃକ୍ତ ଅଂଚଳରେ ଗତ ୬ ମାସରେ ୩ଟି ସୁରକ୍ଷା ବ୍ୟବସ୍ଥାର ସ୍ଥାନ ପୂରଣ କରାଯାଇଛି। ଏହାର ଉଦ୍ଦେଶ୍ୟ ହେଲା ସରକାର ଯେଉଁ ଉନ୍ନୟନ ମୂଳକ କାର୍ଯ୍ୟ କରିବାକୁ ଚାହୁଁଛନ୍ତି, ତାହା ଯେଭଳି ହୋଇପାରିବ। ଏହି ଅଂଚଳର ୭ ଟି ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଛି।

- Advertisement -

ଏଥିସହ ଅଙ୍ଗନୱାଡ଼ି, ବିଦ୍ୟାଳୟ ପୁନଃରୁଦ୍ଧାର, ନଳକୂପ ଖନନ କାମ ଆରମ୍ଭ ହୋଇଛି। ପୋଲିସ ଓ ସୁରକ୍ଷାକର୍ମୀ ମୁତୟନ ଯୋଗୁଁ ଏହି କାମ ସମ୍ଭବ ହୋଇଛି। ବର୍ତମାନ ଯୋଡ଼ାମ୍ବ ଅଂଚଳରେ ଆମ୍ବୁ ଲାନ୍ସ ଓ ଅନ୍ୟ ଗାଡ଼ି ଚାଲିପାରୁଛି ବୋଲି ପୁଲିସ ମହାନିର୍ଦ୍ଦେଶକ ଅଭୟ ପ୍ରକାଶ କରିଛନ୍ତି।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଆଇଜି ଅପରେସନ ଅମିତାଭ ଠାକୁର,ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜି ସଫିନ କେ.ଅହମ୍ମଦ, ମାଲକାନଗିରି ଏସ.ପି.ଙ୍କ ସହ ବହୁ ଅଧିକାରୀ ଯୋଗ ଦେଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories