www.samajalive.in
Friday, December 5, 2025
26.1 C
Bhubaneswar

ରାଜଧାନୀରୁ ୪.୫ କିଲୋ ବ୍ରାଉନସୁଗାର ଜବତ

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରୁ ସାଢ଼େ ୪ କିଲୋ ବ୍ରାଉନସୁଗାର ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୪ କୋଟି ୫୦ ଲକ୍ଷ ଟଙ୍କା ହେବ। କ୍ରାଇମବ୍ରାଞ୍ଚ ଏସଟିଏଫ ରସୁଲଗଡ଼ ଅଞ୍ଚଳରୁ ୩ ଜଣ ହୋଲସେଲ୍‌ ନିଶା ବେପାରୀଙ୍କଠାରୁ ଏହି ବ୍ରାଉନସୁଗାର ଜବତ କରିବା ସହିତ ସେମାନଙ୍କୁ ଗିରଫ କରିଛି। ଓଡ଼ିଶା ପୁଲିସ ଇତିହାସରେ ଏକସଙ୍ଗରେ ଏତେ ପରିମାଣର ବ୍ରାଉନସୁଗାର ଜବତ ହେବା ଏକ ରେକର୍ଡ ବୋଲି ପୁଲିସ ଡିଜି ଶ୍ରୀ ଅଭୟ କହିଛନ୍ତି। ଶୁକ୍ରବାର ରାତିରେ ଏସଟିଏଫ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିଜିପି ଅଭୟ ଏସଟିଏଫର ଏହି ସଫଳତା ପାଇଁ ପ୍ରଶଂସା କରିଛନ୍ତି।

ଚଳିତବର୍ଷର ୬ମାସ ମଧ୍ୟରେ ଏସଟିଏଫ ୧୯ଟି ମାମଲାରେ ୧୨ କିଲୋଗ୍ରାମ ବ୍ରାଉନସୁଗାର ଜବତ କରିସାରିଲାଣି। ଏହା ୨୦୧୬ରୁ ୨୦୧୯ ମଧ୍ୟରେ ୪ ବର୍ଷରେ ଓଡ଼ିଶା ପୁଲିସର ସମସ୍ତ ସଂସ୍ଥା ମିଶି ଜବତ କରିଥିବା ବ୍ରାଉନସୁଗାର ପରିମାଣର ଦୁଇଗୁଣ ହେବ ବୋଲି ସେ କହିଛନ୍ତି। ଗିରଫ ୩ ଅଭିଯୁକ୍ତ ବାଲେଶ୍ଵର ଅଞ୍ଚଳର। ସେମାନେ ହେଲେ ବାଲେଶ୍ଵର ଜିଲା ନୀଳଗିରି ଥାନା ଅଧୀନ ନରସିଂହପୁରର ରଙ୍କୁ ଓରଫ ଦେବାଶିଷ ବେହେରା, ବାଲେଶ୍ଵର ଟାଉନ ଥାନା ଅଧୀନ ଗୋପାଳଗାଓଁର ସେଖ୍‌ କୌଶର ଅଲ୍ଲୀ ଏବଂ ସିତୁ ଓରଫ ପ୍ରବୀର କୁମାର ସିଂହ। ସେମାନଙ୍କଠାରୁ ଏକ ବୋଲେରୋ ଗାଡ଼ିଜବତ କରାଯାଇଛି। ଏହି ୩ ଅଭିଯୁକ୍ତ ବାଲେଶ୍ଵରରୁ ବ୍ରାଉନସୁଗାର ଆଣି ରାଜଧାନୀରେ ବିକ୍ରି କରିବାକୁ ଆସିଥିବାବେଳେ ଗୁଇନ୍ଦା ସୂଚନା ପାଇ ଏସଟିଏଫ ଚଢ଼ଉ କରି ସେମାନଙ୍କୁ ଗିରଫ କରିଥିଲା।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories