www.samajalive.in
Friday, December 5, 2025
27.1 C
Bhubaneswar

ଟାଙ୍ଗୀ ୪ଦିନ ସଟ୍‌ଡାଉନ୍‌

ଟାଙ୍ଗୀ: ଟାଙ୍ଗୀରେ ରହୁଥିବା ଜଣେ ପ୍ରବାସୀଙ୍କର ଶୁକ୍ରବାର କରୋନା ପଜିଟିଭ୍‍ ଚିହ୍ନଟ ହୋଇଛି। ଏହି ଖବର ଜଣାପଡିବା ପରେ ସାଧାରଣରେ ଆଲୋଡନ ସୃଷ୍ଟି ହୋଇଥିଲାବେଳେ ସୁରକ୍ଷା ଦୃଷ୍ଟିରୁ କୋଟସାହି ପଞ୍ଚାୟତ ପକ୍ଷରୁ ସମଗ୍ର ଟାଙ୍ଗୀ ଅଞ୍ଚଳକୁ ଶୁକ୍ରବାର ମଧ୍ୟାହ୍ନ ୧୨ଟାରୁ ୨୨ତାରିଖ ସଂଧ୍ୟା ୬ଟା ପର୍ୟ୍ୟନ୍ତ ୪ ଦିନ ସଟ୍‍ ଡାଉନ୍‍ ଘୋଷଣା କରାଯାଇଥିବା ସରପଞ୍ଚ ଅମୂଲ୍ୟ କୁମାର ସାହୁ ସୂଚନା ଦେଇଛନ୍ତି।

ସରପଞ୍ଚଙ୍କ ସୂଚନା ଅନୁଯାୟୀ, ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣଙ୍କ ଘର କେନ୍ଦ୍ରାପଡ଼ା ଅଞ୍ଚଳରେ। ସେ କିଛିଦିନ ତଳେ ସପରିବାର ହାଇଦରାବାଦରୁ ଫେରି ସେଠାକାର ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ। ତେବେ ସେଠାରେ ତାଙ୍କର ସ୍ୱାବ୍‍ ପରୀକ୍ଷା କରାଯାଇନଥିଲା। ସେଠାରୁ ସେ ପିଲାଛୁଆଙ୍କୁ ଧରି ଶ୍ୱଶୂର ଘର ଟାଙ୍ଗୀକୁ ଚାଲିଆସିଥିଲେ। ଏଠାରେ ତାଙ୍କର ସ୍ୱାବ୍‍ ନମୁନା ପରୀକ୍ଷା କରାଯିବା ପରେ ପଜିଟିଭ୍‍ ଜଣାପଡିଥିଲା। ସଂପୃକ୍ତ ବ୍ୟକ୍ତିଙ୍କୁ କଟକ କୋଭିଡ୍‍ ହସ୍‍ପିଟାଲ ସ୍ଥାନାନ୍ତର କରାଯାଇଥିଲାବେଳେ ସ୍ତ୍ରୀ, ପିଲା ଏବଂ ଶ୍ୱଶୂର ଘର ଲୋକଙ୍କୁ ସଫା ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରକୁ ପଠାଇ ଦିଆଯାଇଛି। ଏଥି ପୂର୍ବରୁ ଜରିପଡ଼ା, ନପଙ୍ଗ ଓ ସଫା ପଞ୍ଚାୟତ କ୍ୱାରେଣ୍ଟାଇନ୍‍ କେନ୍ଦ୍ରରେ ଜଣେ ଲେଖାଁଏ ପ୍ରବାସୀ ପଜିଟିଭ୍‍ ଚିହ୍ନଟ ହୋଇଥିଲେ। ଚିକିତ୍ସା ପରେ ସେମାନେ ସୁସ୍ଥ ହୋଇଥିବା ଘରକୁ ଫେରିଥିବା ଜଣାପଡିଛି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories