ସୁଆଣ୍ଡୋ : ମହାନ୍ ଦେଶଭକ୍ତ, ସେବା ଓ ତ୍ୟାଗର ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ଅବସରରେ ଭାର୍ଗବୀ ନଦୀରେ ତିଳତର୍ପଣ ଅନୁଷ୍ଠିତ ହୋଇଯାଇଛି । ସୁଆଣ୍ଡୋ ଗୋପବନ୍ଧୁ ସ୍ମୃତିପରିଷଦ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପଣ୍ଡିତ ଗୋପବନ୍ଧୁ ଦାସଙ୍କ ବାସଭବନ ଠାରୁ ସ୍ମୃତିପରିଷଦ ସଭାପତି ଧୀରେନ୍ଦ୍ର ନାଥ ଦାସଙ୍କ ନେତୃତ୍ବରେ ତିଳତର୍ପଣ ଯାତ୍ରା ଆରମ୍ଭ ହୋଇଥିଲା। ବନ୍ଦୀର ଆତ୍ମକଥା ଗାନ ସଂକୀର୍ତ୍ତନ କରାଯାଇ ଭାର୍ଗବୀ ଘାଟରେ ଗୋପବନ୍ଧୁଙ୍କ ପିତୃକୂଳ ମାତୃକୂଳର ତିନି ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରାଯାଇଥିଲା । ପଣ୍ଡିତ ଲକ୍ଷ୍ମୀକାନ୍ତ ନନ୍ଦଙ୍କ ବେଦମନ୍ତ୍ର ହରିନାମ ସହିତ ଗୋପବନ୍ଧୁ ଅମର ରହେ ଧ୍ୱନୀ ଧ୍ୱନିରେ ନଦୀତୁଠ ପ୍ରକମ୍ପିତ ହୋଇ ଉଠିଥିଲା ।
ଷଠିଘରେ ରାମଚନ୍ଦ୍ର ଦାଶ, ଲକ୍ଷ୍ମଣ ଦାଶ, ରତିକାନ୍ତ ମିଶ୍ର, ରବୀନ୍ଦ୍ର ନାଥ ଦାଶ, ନିରଞ୍ଜନ ମହାପାତ୍ର, ହେମନ୍ତ କୁମାର ଦାଶ, ଶରତ କୁମାର ଦାଶ, ପୂର୍ଣ୍ଣଚନ୍ଦ୍ରଦାଶ, ସୁଟୁ ଦାଶ, ମହେନ୍ଦ୍ର ନାଥ ଦାଶ ଓ ମା କ୍ଷେତ୍ରପାଳୀ ମୃଦଙ୍ଗ ନୃତ୍ୟ ପରିଷଦ ସଭାପତି ରମେଶ ଚନ୍ଦ୍ର ପଲେଇ, ଭରତ ଜେନା, ଭାସ୍କର ସ୍ୱାଇଁ ପ୍ରମୁଖ ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଗୋପବନ୍ଧୁ ସ୍ମୃତିପରିଷଦ କାର୍ଯ୍ୟକାରୀ ସଭାପତି ଦେବେନ୍ଦ୍ର ନାଥ ଦାଶ ପୂଜ୍ୟପୂଜାରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଧନ୍ୟବାଦ ଦେଇଥିଲେ।



