www.samajalive.in
Friday, December 5, 2025
23.1 C
Bhubaneswar

ରାହୁଲଙ୍କୁ ଆହତ ଯବାନଙ୍କ ବାପାଙ୍କ ବାର୍ତ୍ତା- ଗଲୱାନକୁ ନେଇ ରାଜନୀତି କରନାହିଁ

ନୂଆଦିଲ୍ଲୀ: ଗଲୱାନ ବିବାଦକୁ ନେଇ ଭାରତ ଏବଂ ଚୀନ ମଧ୍ୟରେ ଉତ୍ତେଜନା ଲାଗି ରହିଥିଲାବେଳେ ଦେଶରେ ରାଜନୀତି ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକ ପରେ ବି କଂଗ୍ରେସ ନେତା ରାହୁଲ ଗାନ୍ଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ଚୀନ ଆଗରେ ଆତ୍ମସମର୍ପଣ କରିଦେଇଛନ୍ତି ବୋଲି ରାହୁଲ କହିଛନ୍ତି। ତେବେ ରାହୁଲଙ୍କ ଏପରି ମନ୍ତବ୍ୟର ଜବାବ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଶାହ ଗଲୱାନରେ ଆହତ ଜଣେ ଯବାନଙ୍କ ବାପାଙ୍କ ଟ୍ବିଟ୍‌କୁ ରି-ଟ୍ବିଟ୍‌ କରି ଗଲୱାନ ବିବାଦରେ ଛୋଟ ରାଜନୀତି ନ କରିବାକୁ ପରାମର୍ଶ ଦେଇଛନ୍ତି।

ଗଲୱାନରେ ଆହତ ଜଣେ ଯବାନଙ୍କ ବାପା ଟ୍ବିଟ୍‌ କରି ଲେଖିଛନ୍ତି, ଭାରତୀୟ ସେନା ଚୀନ କ’ଣ, ଯେକୌଣସି ଦେଶର ସେନାକୁ ହରାଇପାରିବ। ମୁଁ ରାହୁଲ ଗାନ୍ଧୀଙ୍କୁ କହୁଛି ସେ ଏହା ଉପରେ ରାଜନୀତି କରନ୍ତୁ ନାହିଁ। ମୋ ପୁଅ ସେନାରେ ଲଢ଼େଇ କରିଛି ଏବଂ ସୁସ୍ଥ ହେବା ପରେ ପୁଣି ଲଢ଼ିବ। ରାହୁଲ ରାଷ୍ଟ୍ରହିତରେ ଛିଡ଼ା ହେବା ଉଚିତ।

- Advertisement -

ଶାହ କହିଛନ୍ତି, ଏଭଳି ସମୟରେ ପୂରା ଦେଶ ଏକାଠି ହୋଇଛି। ରାହୁଲ ଗାନ୍ଧୀଙ୍କୁ ବି ଛୋଟ ରାଜନୀତିରୁ ଉପରକୁ ଉଠିବା ଉଚିତ। ସେ ରାଷ୍ଟ୍ରହିତରେ ଦୃଢ଼ ଭାବେ ଛିଡ଼ା ହେବା ଦରକାର। ସୂଚନାଯୋଗ୍ୟ, ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ଦେଶର ସୀମାରେ କେହି ପ୍ରବେଶ କରିନାହାନ୍ତି, କି ପ୍ରବେଶ କରି ନ ଥିଲେ। ଏହାକୁ ନେଇ ରାହୁଲ କଡ଼ା ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଚୀନର ଆକ୍ରମଣ ସାମ୍ନାରେ ପ୍ରଧାନମନ୍ତ୍ରୀ ନିଜର ଅଞ୍ଚଳକୁ ଆତ୍ମସମର୍ପଣ କରିଦେଇଛନ୍ତି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories