www.samajalive.in
Thursday, December 11, 2025
18.1 C
Bhubaneswar

ମିଲର ଆସିଲେନି, ବିଲିପଡା ସେବା ସମବାୟ ସମିତି ଆଗରେ ଚାଷୀଙ୍କ ବିକ୍ଷୋଭ

କଳାପଥର :ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନସ୍ଥ ବିଲିପଡା ସେବା ସମବାୟ ସମିତିଲିଃରେ ଆଜି ଚାଷୀ ମାନଙ୍କ ବିକ୍ଷୋଭ ଦେଖିବାକୁ ମିଳିଥିଲା। ଏହି ସେବା ସମବାୟ ସମିତିଲିଃରୁ ଚାଷୀ ମାନଙ୍କ ଠାରୁ ଧାନ କିଣିବା ପାଇଁ ଅନୁବନ୍ଧିତ ହୋଇଥିବା ଆଠଗଡ ଅଞ୍ଚଳର ଏସ କେ ଡି ନାମକ ଏକ ମିଲର ସଂସ୍ଥା ଧାନ କିଣିବାକୁ ଆସୁନଥିବାରୁ ଚାଷୀ ଅସନ୍ତୋଷ ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଅଞ୍ଚଳର ବହୁଚାଷୀ ଆଜି ଅପରାହ୍ନରେ ସେବା ସମବାୟ ସମିତିଲିଃ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବହୁ ସମୟଧରି ସମ୍ପାଦକଙ୍କୁ ଘେରାଉ କରିଥରଲେ।

ଜଣାଯାଇଛି ଯେ, ବିଲିପଡା ସେବା ସମବାୟ ସମିତିଲିଃରେ ଅଞ୍ଚଳର ପ୍ରାୟ ୨୧୨ ଜଣ ଚାଷୀ ଧାନ ବିକ୍ରୀ କରିବାକୁ ପଞ୍ଜିକୃତ କରିଛନ୍ତି। ଏହି ପଞ୍ଜିକୃତ ଚାଷୀ ମାନଙ୍କ ମଧ୍ୟରୁ କେତେକ ଚାଷୀଙ୍କ ଠାରୁ ଅନ୍ୟ ଏକ ଧାନ ମିଲ ମାଲିକ ଧାନ କିଣିନେଇ ଥିବାବେଳେ ଏସ କେ ଡି ନାମକ ମିଲର ଚାଷୀଙ୍କ ଠାରୁ ୨ ହଜ।।ର କ୍ୱିଇଣ୍ଟାଲ ଧାନ କିଣିବାପାଇଁ ସ୍ଥିର ହୋଇଥିବା ବେଳେ ଗତ କାଲି ୪୩୩ କ୍ୱିଇଣ୍ଟାଲ ଧାନ କିଣିବା ପରେ ଆଜି ଆସିନଥିଲା। ଏହି ମିଲର ଆଜି ୪୬୩ କ୍ୱିଇଣ୍ଟାଲ ଧାନ କିଣିବାର ଥିଲା। ପ୍ରାୟ ୧୫ ରୁ ଅଧିକ ଚାଷୀ ସେମାନଙ୍କର ସେବା ସମବାୟ ସସମିତିଲିଃ ଆଗରେ ଗଦାକରି ଥିବାବେଳେ ଅପରାହ୍ନ ସୁଧା ମିଲରଙ୍କ ଦେଖା ମିଳି ନଥିଲା। ଚାଷୀ ମାନେ ଦୀର୍ଘ ସମୟଧରି ଅପେକ୍ଷା କରିବାପରେ ଅସନ୍ତୋଷ ପ୍ରକାଶ କରି ସମିତି ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ସମ୍ପାଦକଙ୍କୁ ଘେରାଉ କରିଥିଲେ। ଚାଷୀ ରବିନ୍ଦ୍ର ରାଉତ,ବିନୟ ବେହେରା,ପିତବାସ ମନ୍ତ୍ରୀ,ମାନଗୋବିନ୍ଦ ରାଉତ,ପ୍ରଶନ୍ନ ମନ୍ତ୍ରୀ ,ଶୁରତ କୁମାର ଜେନା ପ୍ରମୁଖ ଅଧିକାଂଶ ଚାଷୀ ଅସନ୍ତୋଷ ପ୍ରକାଶ କରିଥିଲେ। ଏ ସମ୍ପର୍କରେ ସମିତିଲିଃର ସମ୍ପାଦକ ବିଜୟ କୁମାର ପ୍ରଧାନ କହିଛନ୍ତି ମିଲର ସହିତ ବାରମ୍ବାର ଯୋଗାଯୋଗ କରାଯାଇଛି। କିନ୍ତୁ ସେ ଆସିନାହାଁନ୍ତି। ଉଲେଖ ଯୋଗ୍ୟ ଯେ,ବର୍ତ୍ତମାନ ବର୍ଷା ରୁତୁ ଆସିଲାଣି। ଚାଷୀମାନେ ଖୋଲା ଆକାଶ ତଳେ ଧାନ ରଖିଛନ୍ତି ଯଦି ବର୍ଷା ହୁଏ ତେବେ ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ ହୋଇଯିବ। ମିଲର ଯଦି ତୁରନ୍ତ ଧାନ କିଣିବାକୁ ନଆସେ ତେବେ ଚାଷୀମାନେ ବାଙ୍କୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବେବୋଲି ପ୍ରକାଶ କରିଛନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories