www.samajalive.in
Monday, December 8, 2025
27.1 C
Bhubaneswar

ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ଋଣ ଛାଡ ଦାବୀରେ ମହିଳାଙ୍କ ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର

କଳାପଥର :ବାଙ୍କୀ ଓ ଏହାର ଆଖପାଖ ଅଞ୍ଚଳରେ କେତେକ ଘରୋଇ ଅର୍ଥଲଗାଣକାରୀ ସଂସ୍ଥା ମହିଳା ଗ୍ରୁପ ମାନଙ୍କୁ ଋଣ ପ୍ରଦାନକରି ସେମାନଙ୍କ ଠାରୁ ପ୍ରତ୍ୟେକ ମାସରେ ସୁଧ ଆଦାୟ କରି ଆସୁଛନ୍ତି। ଏହି ବେସରକାରୀ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମ୍ମଚାରୀମାନେ ବିଭିନ୍ନ ସମୟରେ ମହିଳା ଗ୍ରୁପ ମାନଙ୍କ ଠାରୁ ଅତ୍ୟଧିକ ସୁଧ ଆଦାୟ କରୁଥିବା ଅଭିଯୋଗ ହୋଇ ଆସୁଛି। ତେବେ ଅର୍ଥା ଭାବରୁ ବହୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ବେସରକାରୀ ଅର୍ଥ ଲଗାଣକାରୀ ସଂସ୍ଥାରୁ ରୂଣକରି ସର୍ବଶାନ୍ତ ହେଉଛନ୍ତି। ବର୍ତ୍ତମାନ କରୋନା ମହାମାରୀ ସମୟରେ କାମଧନ୍ଦାର ଅଭାବ ଦେଖା ଦେଇଛି। ମହିଳା କିମ୍ବା ପୁରୁଷମାନେ ବାହାରକୁ କାମଧନ୍ଦା କରିବାପାଇଁ ଯାଇପାରୁନାହାଁନ୍ତି। ଫଳରେ ଘରୋଇ ସଂସ୍ଥାଠାରୁ ଚିକ୍ତି ଅନୁଯାୟୀ ପ୍ରତ୍ୟେକ ମାସରେ ପରିଶୋଧ କରିବାକୁ ଥିବା ଅର୍ଥ ଠିକଣା ଭାବରେ ପଇଠ କରୁନାହାଁନ୍ତି। କିନ୍ତୁ ଅଭିଯୋଗ ହେଉଛି ଯେ, ଲକଡାଉନ କଟକଣା ସୱେ ଅର୍ଥ ଲଗାଣକାରୀ ସଂସ୍ଥା ମହିଳା ଗୋଷ୍ଠିଙ୍କ ଠାରୁ ସୁଧ ଆଦାୟ କରିବାପାଇଁ ଜିଦ୍‍ ଧରି ବସୁଛି। ଫଳରେ ଏଠାରେ ଅସନନ୍ତୋଷ ଦେଖାଦେଇଛି। ଆଜି ସ୍ଥାନୀୟ ଚର୍ଚ୍ଚିକା ମନ୍ଦିର ସାହିର କେତେକ ମହିଳା ଗୋଷ୍ଠି ବାଙ୍କୀ ଉପଜିଲ୍ଲାପାଳଙ୍କ ନିକଟରେ ଅର୍ଥଲଗାଣକାରୀ ସଂସ୍ଥାର ଶୋଷଣ ନୀତିକୁ ନେଇ ଆପତ୍ତି ଉଠାଇ ଅଭିଯୋଗ କରିଥିଲେ। ମହିଳାମାନେ ଲକ ଡାଉନ ସମୟରେ କାମଧନ୍ଦାର ଅଭାବ ଥିବାରୁ ଅର୍ଥ ଲଗାଣକାରୀ ସଂସ୍ଥାର ଜୁଲୁମକୁନେଇ ଏକ ଦାବୀପତ୍ର ପ୍ରଦାନ କରିଥିଲେ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories