www.samajalive.in
Monday, December 8, 2025
27.1 C
Bhubaneswar

କରୋନା ଅପଡେଟ୍ : ମହାରାଷ୍ଟ୍ରରେ ଗୋଟିଏ ଦିନରେ ୩୭୫୨ଟି ନୂଆ ମାମଲା, ୧୦୦ ମୃତ

ମୁମ୍ବଇ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ମୁମ୍ବଇରେ ୧୨୯୮ ନୂତନ ସଂକ୍ରମଣ ମାମଲା ରିପୋର୍ଟ ହୋଇଛି । ୫୧୮ଜଣ ଆରୋଗ୍ୟ ଲାଭ କରିଥିବାବେଳେ ୬୭ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ ସକ୍ରିୟ କରୋନା ମାମଲା ୬୨,୭୯୯ରେ ପହଞ୍ଚିଛି।

-ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୩୭୫୨ଟି ନୂଆ ମାମଲା ରିପୋର୍ଟ ହୋଇଛି ଏବଂ ୧୦୦ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ ମୋଟ କରୋନା ମାମଲା ୧,୨୦,୫୦୪କୁ ବୃଦ୍ଧି ପାଇଛି।

-ଗତ ୨୪ ଘଣ୍ଟା ମଧ୍ୟରେ ଗୁଜରାଟରେ ୫୧୦ଟି ନୂଆ ମାମଲା ସାମ୍ନାକୁ ଆସିଛି ଏବଂ ୩୧ ଜଣଙ୍କର ମୃତ୍ୟୁ ହୋଇଥିଲା। ଏଠାରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ହେଉଛି ୨୫,୬୬୦।

-ଆଜି ପଶ୍ଚିମବଙ୍ଗରେ ୪୩୫ଟି ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ଜଣାଯାଇଛି ଏବଂ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧,୨୭,୭୩୫ କୁ ବୃଦ୍ଧି ପାଇଛି।

-ଆଜି ତାମିଲନାଡୁରେ ୨୧୪୧ଟି ନୂଆ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି ଏବଂ ୪୯ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ୫୨, ୩୩୪ ରହିଛି।

-ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୧୨,୮୮୧ ଟି ନୂଆ ମାମଲା ରୁଜୁ ହୋଇଛି ଏବଂ ୩୩୪ ଜଣଙ୍କର ମୃତ୍ୟୁ ହୋଇଛି।

-ଭାରତରେ ସମୁଦାୟ କରୋନା ପଜିଟିଭ ମାମଲା ୩,୬୬,୯୪୬କୁ ବୃଦ୍ଧି ପାଇଛି, ସେଥିମଧ୍ୟରୁ ୧,୬୦,୩୮୪ ସକ୍ରିୟ ମାମଲା ରହିଛି।

– ଏପର୍ଯ୍ୟନ୍ତ ୧,୯୪,୩୨୫ ଲୋକ ଆରୋଗ୍ୟ ହୋଇଛନ୍ତି ଏବଂ ସାରା ଦେଶରେ ୧୨,୨୩୭ ଜଣଙ୍କର ମୃତ୍ୟୁ ହୋଇଛି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories