www.samajalive.in
Tuesday, December 9, 2025
23.1 C
Bhubaneswar

୪-ଜି ଅପଗ୍ରେଡ୍‌ ହେବନାହିଁ ଚୀନ ମୋବାଇଲ

ନୂଆଦିଲ୍ଲୀ: ଏଲଏସି(ବାସ୍ତବ ନିୟନ୍ତ୍ରଣ ରେଖା)ର ଗଲୱାନ ଉପତ୍ୟକାରେ ସଂଘର୍ଷ ପରେ ଚୀନକୁ ଏବେ ହାତରେ ନ ମାରି ଭାତରେ ମାରିବା ଯୋଜନା କରିଛି ଭାରତ। ବୁଧବାର ଟେଲିକମ୍ ମନ୍ତ୍ରଣାଳୟ ବିଏସ୍‌ଏନଏଲ ଓ ଏହାର ସହଯୋଗୀ କମ୍ପାନୀଗୁଡିକୁ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ଚୀନ ନିର୍ମିତ ମୋବାଇଲ ଫୋନଗୁଡିକୁ ୪-ଜି ଅପଗ୍ରେଡେସନ ଦିଆଯିବ ନାହିଁ । ଏହାଦ୍ଵାରା ଭାରତୀୟମାନେ ଚୀନ ନିର୍ମିତ ମୋବାଇଲ ଓ ଟେଲିକମ୍ ଯନ୍ତ୍ରାଂଶ ପରିବର୍ତ୍ତେ ଭାରତ ନିର୍ମିତ ଯନ୍ତ୍ରାଂଶ କିଣିବାକୁ ଆଗ୍ରହୀ ହେବେ। ଫଳରେ ଭାରତରେ ଚୀନ ନିର୍ମିତ ଯନ୍ତ୍ରାଂଶ ବିକ୍ରି ହ୍ରାସ ପାଇବ, ଯାହା ପରୋକ୍ଷରେ ଚୀନର ଅର୍ଥନୀତିକୁ ପ୍ରଭାବିତ କରିବ।

ରିପୋର୍ଟ ଅନୁଯାୟୀ, ଟେଲିକମ୍ ମନ୍ତ୍ରଣାଳୟ ବିଏସଏନଏଲ, ଏମଟିଏନଏଲ୍ ଅନ୍ୟ ସହଯୋଗୀ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଇଛି ଯେ ଚୀନ ନିର୍ମିତ ମୋବାଇଲ ଓ ଅନ୍ୟ ଟେଲିକମ୍ ଉପକରଣଗୁଡିକୁ ୪-ଜି ଅପଗ୍ରେଡେସନ ଦିଅ ନାହିଁ । ଏହା ସହିତ ମନ୍ତ୍ରଣାଳୟ ଏହାର ଅଧୀନ ସମସ୍ତ ବିଭାଗଗୁଡିକୁ ଭାରତ ତିଆରି ଟେଲିକମ୍ ଯନ୍ତ୍ରାଂଶ କିଣିବା ଲାଗି କହିଛି । ଚୀନର ଅର୍ଥନୀତିକୁ ପ୍ରଭାବିତ କରିବା ସହିତ ଆତ୍ମନିର୍ଭର ଭାରତ’ ଯୋଜନାକୁ ସଫଳ କରିବା ଏହି ନିର୍ଦ୍ଦେଶର ଅନ୍ୟତମ ଲକ୍ଷ୍ୟ । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଟେଲିକମ୍‌ ବିଭାଗ ଏହାର ଅନୁବନ୍ଧିତ ସଂସ୍ଥାକୁ ୪-ଜି ସେବାର ଟେଣ୍ଡରକୁ ପୁନର୍ବାର କରିବାକୁ କହିଛି । ବିଏସଏନଏଲ ଚଳିତବର୍ଷ ପାଇଁ ୮୬୯୭ କୋଟିର ୪ଟି ଟେଣ୍ଡରକୁ ବାତିଲ କରିଛି।

Hot this week

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

Related Articles

Popular Categories