www.samajalive.in
Saturday, December 13, 2025
26.1 C
Bhubaneswar

‘ରଥଯାତ୍ରା ନିଷ୍ପତ୍ତି ଶଙ୍କରାଚାର୍ଯ୍ୟଙ୍କ ଉପରେ ଛଡ଼ାଯାଉ’

ଭୁବନେଶ୍ଵର: ରଥଯାତ୍ରା ହେବ କି ନାହିଁ ସେ ନେଇ ରାଜ୍ୟ ସରକାର କିଛି ସ୍ପଷ୍ଟ କରୁନାହାନ୍ତି। କରୋନା ଭୂତାଣୁ ଯୋଗୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରଥଯାତ୍ରା ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ରାୟ ଦେଇଥିବାବେଳେ ସରକାର ବର୍ତ୍ତମାନ ସୁଦ୍ଧା ଚୁପ୍‌ ବସିଛନ୍ତି। ଅନ୍ୟପଟେ ରଥ ପ୍ରତିଷ୍ଠା ଲାଗି ପୁରୋହିତଙ୍କୁ ଅନୁମତି ଦିଆଯାଇଛି। କିନ୍ତୁ ରାଜ୍ୟବାସୀ ଏବେ ବି ସନ୍ଦେହରେ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ରଥଯାତ୍ରା ସମ୍ପର୍କରେ ନିଷ୍ପତ୍ତି ନେବା ଦାୟିତ୍ଵ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଦିଆଯାଉ ବୋଲି ବିଶ୍ଵ ହିନ୍ଦୁ ପରିଷଦ(ଭିଏଚପି) ଦାବି କରାଯାଇଛି। ଏ ନେଇ ଭିଏଚପି ପକ୍ଷରୁ ବୁଧବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ଭିଏଚପି ପକ୍ଷରୁ ଦିଆଯାଇଥିବା ସ୍ମାରକପତ୍ରରେ ଦର୍ଶାଯାଇଛି ଯେ, ପ୍ରତିବର୍ଷ ଶ୍ରୀଗୁଣ୍ଡିଚା ଦିନ ରଥଯାତ୍ରା ଅନୁଷ୍ଠିତ ହେଉଛି। ଚଳିତବର୍ଷ ମଧ୍ୟ କୋଟି କୋଟି ଶ୍ରଦ୍ଧାଳୁ ରଥଯାତ୍ରାକୁ ଅପେକ୍ଷା କରିଛନ୍ତି। କିନ୍ତୁ ରାଜ୍ୟ ସରକାର ଏବେସୁଦ୍ଧା ରଥଯାତ୍ରା ନେଇ ସ୍ପଷ୍ଟ ଚିତ୍ର ଦେଖାଉନାହାନ୍ତି। ରଥ ପ୍ରସ୍ତୁତ ରହିଛି। ରଥ ପ୍ରତିଷ୍ଠା ପାଇଁ ପୁରୋହିତଙ୍କୁ ଆମନ୍ତ୍ରଣ କରାଯାଇ ସାରିଛି। ସ୍ନାନ ପୂର୍ଣ୍ଣିମା ସମୟରେ ଶ୍ରଦ୍ଧାଳୁମାନେ ସରକାରଙ୍କ ଗାଇଡଲାଇନ ପାଳନ କରି ନିଜକୁ ଦୂରେଇ ରଖିବା ସହିତ ସହଯୋଗ କରିଥିଲେ। ସେମାନେ ରଥଯାତ୍ରା ସମୟରେ ବି ସରକାରଙ୍କ ଗାଇଡଲାଇନ ପାଳନ କରିବାକୁ ପ୍ରସ୍ତୁତ ଅଛନ୍ତି। ଏହାବ୍ୟତୀତ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଏବଂ ପରମ୍ପରା  ଅନୁସାରେ ଏହି ପ୍ରସଙ୍ଗକୁ ପୁରୀ ଗୋବର୍ଦ୍ଧନ ପୀଠର ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ନିକଟକୁ ନିଆଯାଇପାରିବ। ଶଙ୍କରାଚାର୍ଯ୍ୟ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବେ ଏବଂ ତାହା ଚୂଡ଼ାନ୍ତ ହେବ। ଯେହେତୁ ରାଜ୍ୟବାସୀ ରଥଯାତ୍ରା ସମ୍ପର୍କରେ ଜାଣିବାକୁ ବ୍ୟଗ୍ର ଅଛନ୍ତି, ତେଣୁ ଜଗତ୍‌ଗୁରୁଙ୍କ ନିଷ୍ପତ୍ତି ଅନୁସାରେ ସରକାର ତୁରନ୍ତ ଏବଂ ଉପଯୁକ୍ତ ପଦକ୍ଷେପ ନିଅନ୍ତୁ ବୋଲି ଭିଏଚପି ସ୍ମାରକପତ୍ରରେ ଦାବି କରିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories