www.samajalive.in
Thursday, December 11, 2025
16.1 C
Bhubaneswar

ରାତିଅଧିଆ ହାତାହାତି, କର୍ଣ୍ଣେଲ ସମେତ ୨୦ ସହିଦ୍‌

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଲାଗି ରହିଥିବା ଭାରତ-ଚୀନ୍‌ ବିବାଦ ତୁଟିବା ପରିବର୍ତ୍ତେ ଅଧିକ ଅଶାନ୍ତ ହୋଇପଡିଛି। ସୋମବାର ବିଳମ୍ବିତ ରାତିରେ ଗଲୱାନ ଉପତ୍ୟକାରେ ଉଭୟ ପକ୍ଷର ସୈନ୍ୟଙ୍କ ମଧ୍ୟରେ ଲଢେଇ ଘଟି ଭାରତର ଜଣେ କର୍ଣ୍ଣେଲଙ୍କ ସମେତ ୨୦ ଜଣ ସୈନ୍ୟ ସହିଦ ହୋଇଛନ୍ତି। ସହିଦ୍‌ଙ୍କ ମଧ୍ୟରେ କର୍ଣ୍ଣେଲ ସନ୍ତୋଷ ବାବୁ ୧୬-ବିହାର ରେଜିମେଣ୍ଟର କମାଣ୍ଡିଂ ଅଫିସର ଥିବା ଜଣାପଡିଛି। ଅନ୍ୟପକ୍ଷରେ ଭାରତୀୟ ଯବାନଙ୍କ ପାଲଟା ଜବାବରେ ଚୀନ୍‌ର ୪୩ ଜଣ ଯବାନଙ୍କ ମୃତ୍ୟୁ ଘଟିବା ସହ ବହୁ ଆହତ ହୋଇଛନ୍ତି। ଚୀନ୍‌ର କେତେକ ସ୍ଥାନୀୟ ଗଣମାଧ୍ୟମ ଓ ସରକାରୀ ଗଣମାଧ୍ୟମ ‘ଗୋବାଲ ଟାଇମ୍ସ’ ଏହି ଖବର ପ୍ରସାରଣ କରିଛନ୍ତି; ମାତ୍ର ଚୀନ୍‌ ସରକାର ମୃତ୍ୟୁସଂଖ୍ୟାକୁ ଅସ୍ବୀକାର କରିଛି।

ଏହି ପରିସ୍ଥିତି ନିମନ୍ତେ ଚୀନ୍ ସରକାର ଭାରତକୁ ଦାୟୀ କରିଥିବା ବେଳେ ଭାରତୀୟ ସେନା ଅଧିକାରୀ ଚୀନ୍‌କୁ ଦୋଷାରୋପ କରିଛନ୍ତି। ପରିସ୍ଥିତିର ଗମ୍ଭୀରତାକୁ ଦେଖି ଭାରତ-ଚୀନ୍‌ ସୀମାରେ ହାଇଆଲର୍ଟ ଜାରି କରାଯାଇଛି। ପରିସ୍ଥିତି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ବିଦେଶମନ୍ତ୍ରୀ ଏସ.ଜୟଶଙ୍କର, ଗୃହମନ୍ତ୍ରୀ ଅମିତ ଶାହା ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି।

- Advertisement -

ଗୁରୁତ୍ବପୂର୍ଣ୍ଣ ପଏଣ୍ଟ-୧୪ରୁ ଚୀନ୍‌ ଏହାର ସେନା ଶିବିର ହଟାଇବାକୁ ରାଜି ନ ହେବାରୁ ହାତାହାତି ହୋଇଥିବା ପ୍ରକାଶ। ଭାରତୀୟ ସୀମାରେ ଏହି ଗଣ୍ଡଗୋଳ ସହ ଏଥିରେ ଉଭୟ ପକ୍ଷର ସୈନ୍ୟ ମୃତାହତ ହୋଇଥିବା ଭାରତ କହିଛି। ଚୀନ୍‌ ସ୍ଥିତାବସ୍ଥା ବଜାୟ ରଖିବାକୁ ଚାହୁଁନାହିଁ ବୋଲି ଭାରତ ବିଦେଶ ବିଭାଗ ପକ୍ଷରୁ କୁହାଯାଇଛି। ବୈଦେଶିକ ବିଭାଗ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବଙ୍କ ସୂଚନାନୁଯାୟୀ, ବିବାଦର ସମାଧାନ ଲାଗି ସାମରିକ ଓ ରାଜନୈତିକ ସ୍ତରରେ ଆଲୋଚନା ଚାଲିଥିବାବେଳେ ଏଭଳି ହିଂସାତ୍ମକ ଘଟଣା ଉଭୟପକ୍ଷର କ୍ଷତି ଘଟାଇଛି। ଏହାକୁ ରୋକାଯାଇପାରିଥାନ୍ତା। ଭାରତ ସବୁବେଳେ ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି)କୁ ସମ୍ମାନ ଦେଇ ଆସିଛି ଓ ନିଜ ସୀମା ଭିତରେ ରହି ସାମରିକ ନିର୍ମାଣ କାର୍ୟ୍ୟ ଚାଲୁ ରଖିଛି। ଚୀନ୍ ମଝିରେ ମଝିରେ ଭାରତ ସୀମାରେ ପ୍ରବେଶ କରି ଅଯଥା ଗଣ୍ଡଗୋଳ ଭିଆଉଛି। ତେଣୁ ଚୀନ୍‌ ମଧ୍ୟ ଏଲଏସିକୁ ସମ୍ମାନ ଦେଉ ଓ ଅଯଥା ବିବାଦରୁ ଦୂରେଇ ରହୁ ବୋଲି ଭାରତୀୟ ବୈଦେଶିକ ମୁଖପାତ୍ର ଶ୍ରୀବାସ୍ତବ ସୂଚନା ଦେଇଛନ୍ତି।

ଭାରତୀୟ ସୈନ୍ୟ ଚୀନ ଅଞ୍ଚଳରେ ଅନୁପ୍ରବେଶ କରିଥିବାନେଇ ଚୀନ୍‌ ମିଡ଼ିଆରେ ଯେଉଁ ଖବର ପ୍ରକାଶ ପାଇଛି ତାହାକୁ ଭାରତ ସଂପୂର୍ଣ୍ଣ ଅସ୍ବୀକାର କରିଛି ଓ ନିଜ ସୀମାରେଖା ମଧ୍ୟରେ ଭାରତୀୟ ସେନା ରହିଥିବା ସ୍ପଷ୍ଟ କରିଛି। ଅନ୍ୟପକ୍ଷରେ ଚୀନ୍‌ ବୈଦେଶିକ ବିଭାଗ ପକ୍ଷରୁ ପାଲଟା ଦୋଷାରୋପ କରି ଭାରତୀୟ ସେନା ଚୀନ୍‌ ଅଞ୍ଚଳକୁ ଅନୁପ୍ରବେଶ କରିଥିବା କୁହାଯାଇଛି। ଏଭଳି ସ୍ଥିତିରେ ଭାରତ ଏକପାଖିଆ ପଦକ୍ଷେପ ଗ୍ରହଣ ନ କରିବାକୁ ଚୀନ ବୈଦେଶିକ ମନ୍ତ୍ରଣାଳୟ ସତର୍କ କରାଇ ଦେଇଛି। ପ୍ରାୟ ୧ ମାସ ହେଲା ଲାଦାଖ ଅଞ୍ଚଳରେ ସୀମାନ୍ତରେ ଉତ୍ତେଜନା ଲାଗି ରହିଛି। ଚୀନ ସେନା ଓ ଭାରତୀୟ ସେନା ବହୁବାର ମୁହାଁମୁହିଁ ହୋଇଥିଲେ ମଧ୍ୟ ପ୍ରଥମଥର ପାଇଁ ବିନା ଗୁଳିରେ ଏଭଳି ଜୀବନହାନି ଘଟିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories