www.samajalive.in
Thursday, December 11, 2025
16.1 C
Bhubaneswar

ଅକୁହା ସମ୍ପର୍କ, ଅନାବିଳ ସ୍ନେହ – ଅଦୃଶ୍ୟ ସୂତାଖିଅରେ ସେଇ ତିନିଜଣ

କୋରାପୁଟ: ସମ୍ପର୍କ ସୁଅରେ ଅସହାୟ ଶ୍ରେୟା, ଲକ୍ଷ୍ମୀ ଓ ଦେବକୀ। ନିଜ ରକ୍ତ ପର କରି ଦେଇଛି, ସେଭଳି କିଛି ପର ମଣିଷଙ୍କ ଗହଣରେ ଗଢ଼ି ଉଠିଛି ଏକ ନିଆରା ବନ୍ଧନ, ଆତ୍ମୀୟତା ଓ ବନ୍ଧୁତ୍ୱ। ଭଲ ପାଇବାର ପରିଭାଷା ସେମାନଙ୍କ ଠାରୁ ବେଶ ଭଲ ଭାବେ ବୁଝି ହେଉଛି। ନିଜ ପିତାମାତା ଯାହାକୁ ଅଲୋଡ଼ା କରି ଦେଲେ, ତାଙ୍କୁ ଜଣେ ଅପିରିଚିତ ମା’ର ସ୍ନେହ ମମତାରେ ବାନ୍ଧିଦେଲେ। ଏକ ଅଦୃଶ୍ୟ ସୂତାଖିଅରେ ଏମାନେ ଏଭଳି ବାନ୍ଧି ହୋଇଛନ୍ତି ଯାହା ଛିଡ଼ିବା କଷ୍ଟକର। ସମ୍ପର୍କ ଓ ଭଲପାଇବାର ମାନେକୁ ଏମାନେ ଠିକ୍‍ ବୁଝିପାରିଛନ୍ତି। ଦୁଇ ଦିବ୍ୟାଙ୍ଗ ନାବାଳିକା ଜନ୍ମରୁ ପିତାମାତାଙ୍କ ସ୍ନେହ ଜାଣି ନ ଥିବାବେଳେ ମହିଳାଜଣକ ସ୍ୱାମୀ ପରିତ୍ୟକ୍ତା ହୋଇ ଅସହାୟ ଅବସ୍ଥାରେ ବୁଲୁଥିଲେ। ଦୁଇ ଦିବ୍ୟାଙ୍ଗଙ୍କୁ କୋରାପୁଟସ୍ଥିତ ସ୍ୱେଚ୍ଛାସେବୀ ସଙ୍ଗଠନ ଏକତାରେ ଚାଇଲ୍ଡଲାଇନ ନିର୍ଦେଶକ୍ରମେ ଥଇଥାନ କରାଯିବା ପରେ ସେଠାକାର କର୍ତ୍ତୃପକ୍ଷ ଏମାନଙ୍କ ରକ୍ଷଣାବେକ୍ଷଣ ପାଇଁ ଜଣେ ତତ୍ତ୍ୱାବଧାରକ ସନ୍ଧାନରେ ଥିଲେ। ବିଧିର ବିଧାନ ବଡ଼ ବିଚିତ୍ର। ତତ୍ତ୍ୱାବଧାରକ ଖୋଜା ଚାଲିଥିବାବେଳେ ଦେବକୀଙ୍କ ସନ୍ଧାନ ମିଳିଥିଲା। ଅସହାୟ ଅବସ୍ଥାରେ ସ୍ୱାମୀଙ୍କ ଠାରୁ ଦୂରେଇ ରହି ବଞ୍ଚିବାର ରାହା ଖୋଜୁଥିବା ଦେବକୀ ଏଠାରେ ରହି ଏମାନଙ୍କ ଦେଖାରଖା କରିବାକୁ ରାଜି ହୋଇଥିଲେ। ଦେବକୀ ଏକତାକୁ ଆସିବା ପରେ ଶ୍ରେୟା ଓ ଲକ୍ଷ୍ମୀଙ୍କ ସହ ଗଢ଼ି ଉଠିଥିଲା ଏକ ନିଆରା ସମ୍ପର୍କ। ଧୀରେଧୀରେ ଏହି ସମ୍ପର୍କର ଡୋରି ଏତେ ମଜଭୁତ ହୋଇଯାଇଛି ଯେ ଏବେ ଜଣେ ଅନ୍ୟ ଜଣକୁ ଦଣ୍ଡେ ନ ଦେଖିଲେ ରହିପାରୁନାହାନ୍ତି।
ସେମିଳିଗୁଡ଼ାର ଏକ ପରିତ୍ୟକ୍ତ ସ୍ଥାନରେ ଶ୍ରେୟାଙ୍କୁ ଅଲୋଡ଼ା ଭାବି ତାଙ୍କ ପିତାମାତା ଛାଡ଼ି ଚାଲିଯାଇଥିଲେ। ତାଙ୍କୁ ଚାଇଲ୍ଡଲାଇନ ସହାୟତାରେ ଉଦ୍ଧାର କରାଯିବା ପରେ ଏକତାରେ ଥଇଥାନ କରାଯାଇଥିଲା। ସେହିପରି ଲକ୍ଷ୍ମୀପୁର ଅଞ୍ଚଳରୁ ଅସହାୟ ଅବସ୍ଥାରେ ଲକ୍ଷ୍ମୀଙ୍କୁ ଉଦ୍ଧାର କରାଯାଇ ଏଠାରେ ଭର୍ତ୍ତି କରାଯାଇଥିଲା। ସମୟ ଚକ୍ରରେ ଅସହାୟ ଦେବକୀ ମଧ୍ୟ ଏମାନଙ୍କ ଦେଖାରଖା କରିବା ପାଇଁ ଏଠାରେ ପହଞ୍ଚିଲେ। ଏମାନେ ସମସ୍ତେ ଥିଲେ ଅପରିଚିତ। ନିଜ ଲୋକଙ୍କ ପାଇଁ ଅଲୋଡ଼ା ଓ ଅସହାୟ ହେବା ପରେ ଏମାନଙ୍କୁ ଏଠାରେ ଥଇଥାନ କରାଗଲା। ଏହି କେନ୍ଦ୍ରରେ ହିଁ ସେମାନଙ୍କ ଭେଟ ହୁଏ। ସନ୍ଦେହୀ ସ୍ୱାମୀର ତାଡ଼ନା ସହି ନ ପାରି ଏଠାରେ ମୁଣ୍ଡ ଗୁଞ୍ଜିଥିବା ଦେବକୀ ଲକ୍ଷ୍ମୀ ଓ ଶ୍ରେୟା ପାଇଁ ମା’ ପାଲଟିଛନ୍ତି। ଏକ ଅଜଣା ସମ୍ପର୍କର ଡୋରି ଏହି ତିନି ଅସହାୟଙ୍କୁ ଏମିତି ବାନ୍ଧି ଦେଇଛି ଯେ ମୁକୁଳିବା ବି କଷ୍ଟକର। ଦେବକୀ ଶ୍ରେୟା ଓ ଲକ୍ଷ୍ମୀଙ୍କୁ ମା’ର ସ୍ନେହ ଦେଉଥିବାବେଳେ ଲକ୍ଷ୍ମୀ ଶ୍ରେୟାକୁ ବଡ଼ ଭଉଣୀର ସ୍ନେହ ଦେଉଛନ୍ତି। ସଂସ୍ଥାର ଅବିରତ ଉଦ୍ୟମ ଓ ଦେବକୀର ସ୍ନେହରେ ଲକ୍ଷ୍ମୀ ଏବଂ ଶ୍ରେୟାର ମାନସିକ ଅବସ୍ଥାରେ ଧୀରେଧୀରେ ଉନ୍ନତି ପରିଲକ୍ଷିତ ହେଉଛି। ଅନ୍ୟପଟେ ଶ୍ରେୟା ଓ ଲକ୍ଷ୍ମୀ ମଧ୍ୟ ଦେବକୀଙ୍କ ପ୍ରେମ ଓ ସ୍ନେହରେ ଏଭଳି ବାନ୍ଧି ହୋଇଛନ୍ତି ଯେ ଘଡ଼ିଏ ମଧ୍ୟ ସେମାନେ ଦେବକୀଙ୍କୁ ଛାଡ଼ିପାରୁନାହାନ୍ତି। ଅନ୍ୟପକ୍ଷରେ ଏହି ତିନି ଅସହାୟ ଦିବ୍ୟାଙ୍ଗଙ୍କ ସମ୍ପର୍କ ଦେଖି ଉକ୍ତ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ଦୁର୍ଗା ମହାନ୍ତି ଓ ପ୍ରତିଷ୍ଠାତା ସମ୍ପାଦକ ଜଗନ୍ନାଥ ମିଶ୍ର ଖୁସି ବ୍ୟକ୍ତ କରିବା ସହ ପୂର୍ବ ଜନ୍ମରେ ଏମାନେ ବୋଧହୁଏ ଗୋଟିଏ ବନ୍ଧନରେ ବାନ୍ଧି ହୋଇଥିଲେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି। ପରିଚିତ ଓ ଆତ୍ମୀୟଙ୍କ ପାଇଁ ଅଲୋଡ଼ା ହୋଇ ସମୟଚକ୍ରରେ ଏହି କେନ୍ଦ୍ରରେ ଥଇଥାନ ହୋଇଥିବା ତିନି ଅସହାୟ ଏବେ ସମସ୍ତଙ୍କ ପାଇଁ ଆଦରୀୟ ପାଲଟିଛନ୍ତି। ଅନ୍ୟପକ୍ଷରେ ଏ ନେଇ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ଡଃ ଗାୟତ୍ରୀ ଦେବୀଙ୍କ ପ୍ରତିକ୍ରିୟା ନେବାରେ କମିଟିର ନିର୍ଦେଶପ୍ରକାରେ ସେଇ ଦୁଇ ନାବାଳିକାଙ୍କୁ ଏକତାରେ ଥଇଥାନ କରାଯାଇଛି, ରୀତିମତ ସେମାନଙ୍କ ଅବସ୍ଥା ଉପରେ ଅନୁଧ୍ୟାନ କରାଯାଉଛି, ସେମାନେ ସେଠାରେ ଭଲରେ ଥିବା ହୃଦବୋଧ ହେଉଛି ବୋଲି ପ୍ରକାଶ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories