www.samajalive.in
Thursday, December 11, 2025
18.1 C
Bhubaneswar

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା

ମୁମ୍ବଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୁମ୍ବଇର ବାନ୍ଦ୍ରା ସ୍ଥିତ ସୁଶାନ୍ତଙ୍କ ବାସ ଭବନରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ମିଳିଛି। କେଉଁ କାରଣ ଯୋଗୁଁ ସୁଶାନ୍ତ ଆତ୍ମହତ୍ୟା କଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସୂଚନା ମୁତାବକ ସୁଶାନ୍ତ ଘର ଭିତରେ ଝୁଲନ୍ତା ଅବସ୍ତାରେ ଥିବା ପ୍ରଥମେ ତାଙ୍କର ଘରେ କାମ କରୁଥିବା ଗୃହ ସହାୟକ ଦେଖିଥିଲେ । ଏହାପରେ ସେ ମୁମ୍ବଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି ।

ବଲିଉଡରେ ଜଣେ ଉଦୀୟମାନ କଳାକାର ଭାବେ ପରିଚିତ ଥିଲେ ସୁଶାନ୍ତ। ତାଙ୍କ ଦମଦାର ଅଭିନୟ ଯୋଗୁଁ ସେ ବଲିଉଡରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । କିନ୍ତୁ କେଉଁ ପରିସ୍ଥିତିରେ କେଉଁ କାରଣରୁ ସେ ଏଭଳି ନିଷ୍ପତ୍ତି ନେଲେ ତାହା ଏବେ ସମସ୍ତଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପଟେ ଗତ କିଛି ଦିନ ଧରି ସେ ମାନସିକ ସ୍ତରରେ ଠିକ୍ ନଥିଲେ ବୋଲି ଜାତୀୟ ଗଣମାଧ୍ୟମରେ ଆଲୋଚନା ହେଉଛି। ଏବଂ ପୁଲିସକୁ ମଧ୍ୟ ତାଙ୍କ ବାନ୍ଦ୍ରା ବାସଭବନରୁ କିଛି ପ୍ରେସକ୍ରିପସନ ମିଳିଛି । ଯେଉଁଥିରେ ସେ ଡିପ୍ରେସନର ଟ୍ରିଟମେଣ୍ଟ ହେଉଥିବା ଆଲୋଚନା ହେଉଛି  । ଲକ ଡାଉନ ସମୟରେ ବାନ୍ଦ୍ରାରେ ସେ ଏକୁଟିଆ ହିଁ ରହୁଥିଲେ । ବର୍ତ୍ତମାନ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ ତଥ୍ୟ ଜଣାପଡିବ ବୋଲି ପୁଲିସ କହିଛି ।

- Advertisement -

୩୪ ବର୍ଷୀୟ ଏହି ୟଙ୍ଗ ଷ୍ଟାର ଜଣକ ଟେଲିଭିଜନ ଦୁନିଆରୁ ନିଜ କ୍ୟାରିଅର ଆରମ୍ଭ କରି ରୋମାଣ୍ଟିକ ଫିଲ୍ମ ‘ଶୁଦ୍ଧ୍ ଦେଶୀ ରୋମାନ୍ସ’ ଫିଲ୍ମ ଜରିଆରେ ବଡ ପରଦାକୁ ଆସିଥିଲେ । ଫିଲ୍ମ ‘ପିକେ’ ରେ ସେ ସପୋର୍ଟିଂ ରୋଲ୍ ରେ ନଜର ଆସିଥିଲେ । ୨୦୧୬ରେ ମୁକ୍ତିଲାଭ କରିଥିବା ‘ଏମଏସ ଧୋନୀ ଦ ଅନଟୋଲ୍ଡ ଷ୍ଟୋରୀ’ ରେ ଦମଦାର କ୍ୟାରେକ୍ଟରରେ ନଜର ଆସିଥିଲେ । ଏହାପରେ ୨୦୧୮ରେ ଫିଲ୍ମ ‘କେଦାରନାଥ’ ଏବଂ ୨୦୧୯ରେ ‘ଛିଛୋରେ’ ଭଳି ଫିଲ୍ମ ତାଙ୍କ ଫ୍ୟାନମାନଙ୍କୁ ଭେଟି ଦେଇଥିଲେ ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories