www.samajalive.in
Monday, December 8, 2025
27.1 C
Bhubaneswar

ରେମୁଣାର ମୋଷ୍ଟ ଓ୍ବାଣ୍ଟେଡ ଇଶ୍ବର ମହାଳିକ ଗିରଫ

ବାଲେଶ୍ବର : ବାଲେଶ୍ବର ଜିଲା ସହଦେବଖୁଣ୍ଟା ଥାନା ଅଧୀନ ଜାତୀୟ ରାଜପଥର ବାରୁଣୀ ପୋଲ ନିକଟରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ରେମୁଣା ଥାନା ଅଞ୍ଚଳ ଶ୍ୟାମରାଇପୁର ଗ୍ରାମର ମୋଷ୍ଟଓ୍ବାଟେଡ ଇଶ୍ବର ମହାଳିକ (୫୫) ବୁଲେଟରେ ଭୁବନେଶ୍ୱରରୁ କଲିକତା ଫେରୁଥିବା ଜଣେ ବ୍ୟକ୍ତିଙ୍କୁ ଅଟକାଇବା ସହ ମାଡମାରି କ୍ଷତାକ୍ତ କରିଥିବା ଏବଂ ତାଙ୍କ ବୁଲେଟ ନେଇ ଫେରାର ହୋଇଯିବା ଅଭିଯୋଗ ହୋଇଥିଲା। ଅଭିଯୋଗପରେ ରବିବାର ସହଦେବଖୁଣ୍ଟା ଓ ରେମୁଣା ପୁଲିସ ମିଳିତଭାବେ ତାଙ୍କ ଘର ଉପରେ ଚଢ଼ାଉ କରି ଇଶ୍ବରକୁ ଧରିବାରେ ସଫଳ ହୋଇଛନ୍ତି। ଡିଏସପି ମନୋଜ କୁମାର ରାଉତ ଇଶ୍ବର ଘରେ ଥିବା ଖବର ପାଇ ଚଢାଉ କରୁଥିବା ସମୟରେ ଇଶ୍ବର ପୁଲିସ ଉପରକୁ ବୋମାମାଡ କରିବା ସହ କାଚ ବୋତଲ ମାଡ କରିଥିଲା । ସକାଳୁ ସକାଳୁ ପୁଲିସ ତାର ଘରକୁ ଘେରିଯାଇ ତାକୁ ଆତ୍ମସମର୍ପଣ କରିବାକୁ କହିବାରୁ ,ସେ ଉତକ୍ଷୀପ୍ତ ହୋଇ ବୋମା ପକାଇ ପୁଲିସକୁ ଭୟଭିତ କରି ଖସି ପଳାଇ ଯିବାକୁ ବସିଥିଲା ହେଲେ ପୁଲିସ ତାକୁ ଛାଡି ନଥିଲା ଦୀର୍ଘ ୫ ଘଣ୍ଟାର ଅପରେସନ ପରେ ତାକୁ କାବୁ କରିବାରେ ପୁଲିସ ସଫଳ ହୋଇଥିଲା, ଅପରପକ୍ଷରେ ଇଶ୍ବରଙ୍କ ପରିବାର ପକ୍ଷରୁ ପୁଲିସକୁ ଅଶ୍ମିଳଭାଷାରେ ଗାଳି ଗୁଲଜ କରିବା ସହ ତାକୁ କାହିଁକି ଧରିବ ବୋଲି ଯୁକ୍ତି କରିଥିବା ପୁଲିସ କହିଛି । ଶେଷରେ ତା ଘରୁ ପୋଲିସ ତାକୁ ଗିରଫ କରି ସହଦେବଖୁଣ୍ଟା ଥାନା ଆଣିଥିବା ବେଳେ ଆହତ ବ୍ୟକ୍ତି ଜଣକ ବାଲେଶ୍ବର ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଏହି ବୋମାମାଡରେ କେହି ମୃତାହତ ହୋଇନଥିବା ଜଣାପଡିଛି ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories