www.samajalive.in
Tuesday, December 9, 2025
15.1 C
Bhubaneswar

କରୋନା ଟେଷ୍ଟିଂ ବୃଦ୍ଧି ପାଇଁ ଆଇସିଏମଆର ନିୟମ ବଦଳାଇବାକୁ କେନ୍ଦ୍ରକୁ ଚିଠି

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମିତ ବୃଦ୍ଧି ପାଉଥିବାରୁ ଏହାର ପରୀକ୍ଷା ମଧ୍ୟ ବଢ଼ାଇବା ଜରୁରୀ ହୋଇପଡ଼ିଛି। ଦିଲ୍ଲୀରେ କରୋନା ଟେଷ୍ଟିଂ କମ୍‌ ଥିବାରୁ ଏହାକୁ ନେଇ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଥିଲେ। ଏହି ପରିପ୍ରେକ୍ଷୀରେ ଟେଷ୍ଟିଂ ବୃଦ୍ଧି ଲାଗି ଆଇସିଏମଆର(ଇଣ୍ଡିଆନ କାଉନସିଲ୍ ଅଫ୍‌‌ ମେଡିକାଲ ରିସର୍ଚ୍ଚ) ନିୟମ ବଦଳାଇବା ପାଇଁ ଶନିବାର ଆମ ଆଦ୍‌ମୀ ପାର୍ଟି ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଛି। ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଟେଷ୍ଟିଂ ବୃଦ୍ଧି ପାଇଁ ଆଇସିଏମଆର ନିୟମ ବଦଳାଇବା ଜରୁରୀ ବୋଲି କହିବା ପରେ ଆପ୍‌ ସାଂସଦ ସଞ୍ଜୟ ସିଂହ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଏ ନେଇ ଚିଠି ଲେଖିଛନ୍ତି। ଆଇସିଏମଆର ଗାଇଡଲାଇନ ଅନୁସାରେ ଟେଷ୍ଟିଂ କରାଯାଉଛି। ତେଣୁ ଏ କ୍ଷେତ୍ରରେ ଗାଇଡ୍‌ଲାଇନ ଉଲ୍ଲଂଘନ କରି ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରାଯାଇପାରିବ ନାହିଁ ବୋଲି ସତ୍ୟେନ୍ଦ୍ର ଜୈନ କହିଥିଲେ।

ଆପ୍‌  ସାଂସଦ ସଞ୍ଜୟ ସିଂହ କହିଛନ୍ତି, ବର୍ତ୍ତମାନ ସମୟରେ ପରୀକ୍ଷା ସଂଖ୍ୟା ବୃଦ୍ଧି କରାଯିବା ନିହାତି ଜରୁରୀ। ଏଥିପାଇଁ ଆଇସିଏମଆରକୁ ଗାଇଡଲାଇନରେ ପରିବର୍ତ୍ତନ କରିବାକୁ ପଡ଼ିବ। ମୁଁ ସ୍ବାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଏ ନେଇ ଚିଠି ଲେଖିଛି। ଯେକୌଣସି କରୋନା ସନ୍ଦିଗ୍ଧଙ୍କୁ କରୋନା ପରୀକ୍ଷା କରାଇବାକୁ ଅନୁମତି ଦେବା ଲାଗି ଚିଠିରେ ଉଲ୍ଲେଖ କରାଯାଇଥିବା ସଞ୍ଜୟ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories