www.samajalive.in
Friday, December 12, 2025
15.1 C
Bhubaneswar

ଓଡିଆରେ ବିଜ୍ଞାନ ଓ ବୈଷୟିକ ଶିକ୍ଷା ପ୍ରଦାନପାଇଁ ରାଜ୍ୟପାଳଙ୍କ ପ୍ରତିଶ୍ରୁତି

ଭୁବନେଶ୍ୱର: ସର୍ବଭାରତୀୟ ଡାକ୍ତରି ଓ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ଓଡିଆରେ ଆସୁଥିବାରୁ ଏହାର ମୂଳ ପାଠ୍ୟକ୍ରମ ଭାବରେ +୨ ଓ +୩ ବିଜ୍ଞାନ ଶିକ୍ଷା ଓଡିଶାରେ କେବଳ ଇଂରାଜୀ ମାଧ୍ୟମରେ ଦିଆଯାଉଛି। ଇଂଲିଶରେ ଦୁର୍ବଳ ଥିବା ଗାଁଗହଳର ଗରିବ ପିଲାଙ୍କୁ ଓଡିଆରେ ପଢି ଡାକ୍ତର ଓ ଇଂଜିନିୟର ହେବାର ସ୍ୱପ୍ନ ଧୂଳିସାତ ହୋଇଯାଉଛିି। ଏହାଦ୍ୱାରା ମଧ୍ୟ ଏକ ନକରାତ୍ମକ ବାର୍ତ୍ତା ଯାଉଛି ଯେ, ଇଂଲିଶ ନ ପଢିଲେ ଜଣେ ବିଦ୍ୟାର୍ଥୀ ଡାକ୍ତର, ଇଂଜିନିୟର କିମ୍ବା ଗବେଷକ ହୋଇପାରିବନାହିଁ। ଫଳରେ ଭାଷାଭିତ୍ତିକ ରାଜ୍ୟ ଓଡିଶାରେ ଏପର୍ଯ୍ୟନ୍ତ ଇଂଲିଶର ରାଜୁତି ଚାଲୁଛି। ଦେଶର ଗୌରବପୂର୍ଣ୍ଣ ଶାସ୍ତ୍ରୀୟଭାଷା ଓଡିଆ ଆଜି ସରକାରଙ୍କ ଏହିଭଳି ସାମନ୍ୟ ଭୁଲ ନିଷ୍ପତ୍ତି ଯୋଗୁଁ ନିଜ ମାଟିରେ ଅବହେଳିତ ହୋଇ ପଡିଛି। ତେଣୁ ଓଡିଆଭାଷାର ମାନ ରକ୍ଷାପାଇଁ ତୁରନ୍ତ ଏହାକୁ ଶିକ୍ଷା ବା ଜ୍ଞାନର ଭାଷା କରିବାପାଇଁ ପଦକ୍ଷେପ ନେବାକୁ ଆଜି ରାଜ୍ୟପାଳ ଭବନରେ ମାନ୍ୟବର ରାଜ୍ୟପାଳଙ୍କୁ ସାକ୍ଷାତ କରି ମୋ ଭାଷା ପକ୍ଷରୁ ପ୍ରତିନିଧି ଭାବରେ ଡକ୍ଟର ସୁବ୍ରତ କୁମାର ପୃଷ୍ଟି ଓ ପ୍ରଫେସର ନୀରଦ ବରଣ ଖୁଂଟିଆ ଅନୁରୋଧ କରିବା ସହିତ ଦାବିପତ୍ର ପ୍ରଦାନ କରିଥିଲେ। ଏଥି ସହିତ ସୂଚାଇଥିଲେ ଯେ, ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଇଓଉଞଋ) ଭାରତୀୟ ଭାଷାରେ ଓଓଞ, ଘଋଞ, ଓଓଓଞ ଭଳି ବିଭିନ୍ନ ବୈଷୟିକ ଶିକ୍ଷା ବା ଯାନ୍ତ୍ରିକ ବିଦ୍ୟା ପାଠ୍ୟପୁସ୍ତକ ଓଡିଆଭାଷାରେ ପ୍ରସ୍ତୁତ କରିବାପାଇଁ ଆଗ୍ରହୀ ଥିଲେ ମଧ୍ୟ ଅନ୍ୟାନ୍ୟ ରାଜ୍ୟ ଭଳି ଓଡିଶାରେ +୨ ଓ +୩ ସ୍ତରର ବିଜ୍ଞାନ ଶିକ୍ଷା ଓଡିଆ ଭାଷାରେ ଦିଆଯାଉ ନ ଥିବାରୁ ଓଡିଆରେ ଏହି ସବୁ ବହି ମୁଦ୍ରଣ କରିବାପାଇଁ ଓହରି ଯାଇଛନ୍ତି। ସେହିଭଳି ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା(ଘଋଋଞ), ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା, ସର୍ବଭାରତୀୟ କର୍ମଚାରୀ ଚୟନ ପରୀକ୍ଷା, ଭାରତୀୟ ରେଳବାଇ ବୋର୍ଡ ପରୀକ୍ଷା ଓଡିଆରେ ଦେବାର ସୁବିଧା ଥିଲେ ମଧ୍ୟ ରାଜ୍ୟ ସରକାର ଓଡିଆ ମାଧ୍ୟମ ଶିକ୍ଷାକ଼ୁ ଅବହେଳା କରିଆସୁଛନ୍ତି। ଓଡିଆ ମାଧ୍ୟମ ଶିକ୍ଷାକୁ ଦୁର୍ବଳ କରିବାପାଇଁ ଆବଶ୍ୟକୀୟ ପାଠ୍ୟପୁସ୍ତକ ମୁଦ୍ରଣ କରାଯାଉନାହିଁ। ଯେଉଁସବୁ ପୁସ୍ତକ ରାଜ୍ୟପାଠ୍ୟପୁସ୍ତକ ପ୍ରଣୟନ ସଂସ୍ଥାଦ୍ୱାରା ପ୍ରକାଶିତ ହେଉଛି, ତାହା ଅତି ନିମ୍ନମାନର ଥିବାରୁ ପିଲାମାନଙ୍କ ଜ୍ଞାନ ବୃଦ୍ଧିରେ କୌଣସି ସାହାଯ୍ୟ କରୁନାହିଁ। ସରକାର ଇଂଲିଶ ଶିକ୍ଷାକୁ ଅଧିକ ପ୍ରାଧାନ୍ୟ ଦେଇ ପ୍ରତି ପଂଚାୟତରେ ଇଂଲିଶ ମାଧ୍ୟମ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରୁଥିବାବେଳେ ଗାଁଗହଳର ୧୦ହଜାରରୁ ଅଧିକ ବିଦ୍ୟାଳୟ ବନ୍ଦ କରିଦେଇଛନ୍ତି। ଫଳରେ ଓଡିଆ ପିଲାଙ୍କୁ ନିଜ ଭାଷାରେ ପାଠ ପଢିବାର ବାଟ ବନ୍ଦ ହୋଇ ଯାଇଛି। ତେଣୁ ଉଚ୍ଚଶିକ୍ଷାରେ ଓଡିଆଭାଷାକୁ ଗୁରୁତ୍ୱ ଦିଆଯାଇ ଚଳିତ ଶିକ୍ଷାବର୍ଷଠାରୁ ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ବିଜ୍ଞାନ ବିଷୟ ଓଡିଆରେ ପଢାଇବା, ଓଡିଆରେ ପାଠ୍ୟପୁସ୍ତକ ପ୍ରସ୍ତୁତ କରି ପିଲାମାନଙ୍କୁ ମାଗଣାରେ ପ୍ରଦାନ କରିବା ତଥା ଓଡିଆରେ ବିଜ୍ଞାନ ନେଇ ପଢୁଥିବା ପିଲାମାନଙ୍କୁ ସରକାରଙ୍କ ତରଫରୁ ପ୍ରତି କଲେଜରେ ଡାକ୍ତରି ଓ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷାପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ବ୍ୟବସ୍ଥା କରାଇବାପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାପାଇଁ ଅନୁରୋଧ କରିଥିଲେ। ଭାଷା ସମ୍ପର୍କୀତ ଏହି ସବୁ ଘଟଣା ବିଷୟରେ ଅବଗତ ହେବା ପରେ ମାନ୍ୟବର ରାଜ୍ୟପାଳ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହିତ ଶାସ୍ତ୍ରୀୟଭାଷା ଓଡିଆକୁ ଉଚ୍ଚଶିକ୍ଷାର ମାଧ୍ୟମ ଭାବରେ କାର୍ଯ୍ୟକାରିତାପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories