www.samajalive.in
Saturday, December 13, 2025
21.1 C
Bhubaneswar

ନୀଳଗିରି ଉପଜିଲାପାଳ ଓ ତହସିଲଦାରଙ୍କୁ ଆକ୍ରମଣ ଘଟଣା : ୨ ଆକ୍ରମଣକାରୀ ଗିରଫ

ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ତହସିଲ ଅଞ୍ଚଳରେ ଥିବା ଏକ ଚୋରା ବାଲିଖାଦାନ ଉପରେ ଚଢ଼ଉ କରିବାକୁ ଯାଇଥିବା ନୀଳଗିରି ଉପଜିଲାପାଳ ଓ ତହସିଲଦାର ଏବଂ ସରକାରୀ କର୍ମଚାରୀଙ୍କୁ ବାଲିମାଫିଆ ଏବଂ ତାଙ୍କ ସମର୍ଥକମାନଙ୍କ ଦ୍ୱାରା ହୋଇଥିବା ସଂଘବଦ୍ଧ ଆକ୍ରମଣ ଘଟଣାରେ ଶୁକ୍ରବାର ସ୍ଥାନୀୟ ପୁଲିସ ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
ସୂଚନା ଯୋଗ୍ୟ, ଗତ ବୁଧବାର ରାତିରେ ନୀଳଗିରି ତହସିଲର ପୁନ୍ଦାଳ ସୋନନଦୀରେ ଥିବା ଚୋରା ବାଲିଖାଦାନ ଉପରେ ଚଢ଼ଉ ପାଇଁ ଉପଜିଲାପାଳ ହରିଶ୍ ଚନ୍ଦ୍ର ଜେନା ଓ ତହସିଲଦାର ଅଶେଷ ନାୟକଙ୍କ ସମେତ ରାଜସ୍ୱ ସହକାରୀ ବନମାଳି ସିଂ, ବିଷ୍ଣୁ ସେଠୀ, ଆରଆଇ ରତିକାନ୍ତ ମହାନ୍ତି, ଜନ୍ମେଞ୍ଜୟ ସିଂ ପ୍ରମୁଖ ପୁଲିସ ଫୋର୍ସ ସହ ସେଠାରେ ପହଞ୍ଚିଥିଲେ। କିନ୍ତୁ ଚଢ଼ାଉ ସମୟରେ ହଠାତ ୬୦ରୁ ଊର୍ଦ୍ଧ୍ବ ପୁରୁଷ ଓ ମହିଳା ସଂଘବଦ୍ଧଭାବେ ସେମାନଙ୍କୁ ପଥର ମାଡ଼ ଓ ଲାଠି ଚାଳନା କରି ହତ୍ୟା ଧମକ ମଧ୍ୟ ଦେଇଥିଲେ। ଜବତ ହୋଇଥିବା ୪ଟି ଗାଡ଼ି ମଧ୍ୟରୁ ରାସ୍ତାରୁ ୨ଟି ଗାଡ଼ିକୁ ମଧ୍ୟ ଏହି ମାଫିଆ ଗୋଷ୍ଠୀ ଜୋର ଜବରଦସ୍ତ ଛଡ଼ାଇ ନେଇଥିଲେ। ଏ ସମ୍ପର୍କରେ ତହସିଲଦାର ଅଶେଷ ନାୟକ ନୀଳଗିରି ଥାନାରେ ଏକ ଏତଲା ଦାଏର କରିବା ପରେ ଆଇଆଇସି ମିନତି ବିଶ୍ୱାଳଙ୍କ ନିର୍ଦେଶକ୍ରମେ ସବଇନ୍ସପେକ୍ଟର ବାସୁଦେବ ଜୟସିଂ ସିଙ୍ଗିରି ଗାଁର ବାୟା ଓରଫ ନିରଞ୍ଜନ ମହାନ୍ତି ଏବଂ ପୁନ୍ଦାଳ ଗାଁର ଅନନ୍ତ ପଣ୍ଡାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ଅପରପକ୍ଷରେ ଅନ୍ୟ ଆକ୍ରମଣକାରୀମାନେ ଗାଁରୁ ଫେରାର ରହିଥିବା ସୂଚନା ମିଳିଛି।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories