www.samajalive.in
Saturday, December 13, 2025
21.1 C
Bhubaneswar

ଯୁକ୍ତ ଦୁଇ ବାକି ଥିବା ପରୀକ୍ଷା ପାଇଁ ପ୍ରକ୍ରିୟା ଆରମ୍ଭ, ପରୀକ୍ଷା କେନ୍ଦ୍ର ଅଧୀକ୍ଷକଙ୍କଠାରୁ ଡାଟା ସିଟ୍‌ରେ ତଥ୍ୟ ମାଗିଲା ସିଏଚ୍‌ଏସ୍‌ଇ

ଭୁବନେଶ୍ବର: କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ଉଚ୍ଚ ମାଧ୍ୟମିକ ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ବାତିଲ କରାଯାଇଥିଲା। ସିଏଚ୍‌ଏସ୍‌ଇ ପକ୍ଷରୁ ଯୁକ୍ତ ଦୁଇ ବାକି ଥିବା ପରୀକ୍ଷା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଯୁକ୍ତ ଦୁଇ ବାକି ରହିଥିବା ପରୀକ୍ଷା କିଭଳି କରାଯିବ ସେଥିପାଇଁ ପରୀକ୍ଷା କେନ୍ଦ୍ର ଅଧୀକ୍ଷକଙ୍କଠାରୁ ମତାମତ ଲୋଡ଼ାଯାଇଛି। ଏଥିନେଇ ସିଏଚ୍‌ଏସ୍‌ଇ ପରୀକ୍ଷା ନିୟନ୍ତ୍ରକ ରାଜ୍ୟର ସବୁ ପରୀକ୍ଷା କେନ୍ଦ୍ର ଅଧୀକ୍ଷକଙ୍କ ନିକଟକୁ ଚିଠି ଲେଖିଛନ୍ତି। ଯୁକ୍ତ ଦୁଇ ବାକି ରହିଥିବା ପରୀକ୍ଷା ପାଇଁ କେନ୍ଦ୍ର ଅଧୀକ୍ଷକ ତଥ୍ୟ ପ୍ରଦାନ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ପରୀକ୍ଷା କେନ୍ଦ୍ରରେ କେତେ ପରୀକ୍ଷାର୍ଥୀ ବସି ପାରିବେ ସେଥିନେଇ ଡାଟା ସିଟ୍‌ ପ୍ରସ୍ତୁତ କରି ତାହା ସିଏଚ୍‌ଏସ୍‌ଇକୁ ପଠାଇବା ପାଇଁ କୁହାଯାଇଛି। କଲେଜଗୁଡ଼ିକର ଶ୍ରେଣୀ ଗୃହ ବ୍ୟତୀତ ରିଡିଂ ରୁମ୍‌, କମନ୍‌ ରୁମ୍‌କୁ ମଧ୍ୟ ପରୀକ୍ଷା ହଲ୍‌ରେ ପରିଣତ କରିହେବ। ସେହିପରି କଲେଜ ପରିସରର ହଷ୍ଟେଲ୍‌କୁ ବି ପରୀକ୍ଷା ହଲ୍‌ ଭାବେ ବ୍ୟବହାର କରାଯାଇପାରବ। ନିଜ କେନ୍ଦ୍ରରେ ଆବଶ୍ୟକ ସ୍ଥାନ ନ ହେଲେ ନିକଟସ୍ଥ କଲେଜରେ ମଧ୍ୟ ଛାତ୍ରଛାତ୍ରୀ ପରୀକ୍ଷା ଦେବାପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇପାରିବ। ଏ ସମ୍ପର୍କିତ ସମସ୍ତ ତଥ୍ୟ ଡାଟା ସିଟ୍‌ରେ ପ୍ରସ୍ତୁତ କରି ପରୀକ୍ଷା କେନ୍ଦ୍ର ଅଧୀକ୍ଷକମାନେ ସିଏଚ୍‌ଏସ୍‌ଇକୁ ଜଣାଇବା ପାଇଁ ପଡ଼ିବ। ଏହି ଡାଟା ସିଟ୍‌ରେ ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କ ବସିବା ପାଇଁ କ୍ଷମତା, ନିକଟସ୍ଥ କଲେଜ କିମ୍ବା ହାଇସ୍କୁଲରେ ପରୀକ୍ଷା ଦେବା ଲାଗି ବିକଳ୍ପ ବ୍ୟବସ୍ଥା ଆଦି ଉଲ୍ଲେଖ କରାଯାଇଥିବା ଆବଶ୍ୟକ। ଏହି ରାଜ୍ୟର ସବୁ ପରୀକ୍ଷା ନିୟନ୍ତ୍ରକ ପ୍ରସ୍ତୁତ କରିଥିବା ଡାଟା ସିଟ୍‌ ସାମ୍‌ସ ସେଣ୍ଟର ସିଟିଂ କ୍ୟାପାସିଟି ଲିଙ୍କ୍‌ରେ ଅପ୍‌ଲୋଡ଼ କରିବାକୁ ହେବ। ଏ ସଂକ୍ରାନ୍ତରେ ବାକି ରହିଥିବା ଯୁକ୍ତ ଦୁଇ ପରୀକ୍ଷା ପାଇଁ ସମସ୍ତ ତଥ୍ୟ ଏକ ଡାଟା ସିଟ୍‌ ପ୍ରସ୍ତୁତ କରି ତାହା ଜୁନ୍‌ ୧୮ ସୁଦ୍ଧା ପରିଷଦକୁ ଜଣାଇ ପାଇଁ ସିଏଚ୍‌ଏସ୍‌ସି ପକ୍ଷରୁ କେନ୍ଦ୍ର ଅଧୀକ୍ଷକଙ୍କୁ ଦିଆଯାଇଥିବା ଚିଠିରେ ଦର୍ଶାଯାଇଛି।

Hot this week

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories