www.samajalive.in
Thursday, December 11, 2025
18.1 C
Bhubaneswar

ସାପ କାମୁଡାରେ ମହିଳା ମୃତ୍ୟୁକୁ ନେଇ ବିବାଦ

ନବରଙ୍ଗପୁର : ଏକ ବିଶାକ୍ତ ସାପ କାମୁଡାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଯାଇଛି। ଝରିଗାଁ ବାଜିଆମ୍ବାର ଦଶରଥ ଗୈାଡଙ୍କର ପତ୍ନୀ ସ୍ୱାତୀ ଗୈାଡ(୫୨) ଗତ ଗୁରୁବାର ରାତ୍ରରେ ଖାଇ ସାରି ଶୋଇଥିବାବେଳ ଏକ ସାପ କାମୁଡିଥିଲା। ଫଳରେ ତାଙ୍କୁ ତୁରନ୍ତ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ ସ୍ୱାମୀଙ୍କର ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ ଏବଂ ବହୁ ବିଳମ୍ବ ପରେ ଆମ୍ବୁଲାନ୍ସ ଆସିଥିଲା। ରାତ୍ର ୧୨.୩୦ଟାବେଳେ ୧୦୮ ଆମ୍ବୁଲାନ୍ସ ଯୋଗେ ନବରଙ୍ଗପୁର ଜିଲା ମୁଖ୍ୟ ଡାକ୍ତରଖାନାକୁ ଅଣିଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ପୂର୍ବାହ୍ନରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଡାକ୍ତରଖାନା ପକ୍ଷରୁ ତାଙ୍କୁ ଡିସ୍‍ଚାର୍ଜ କରାଯିବା ପରେ ମହାପ୍ରୟାଣ ଗାଡ଼ି ନ ଆସିବାରୁ ଏକ ଘରୋଇ ଆମ୍ବୁଲାନ୍ସରେ ୩ହଜାର ଟଙ୍କାଦେଇ ମୃତଦେହକୁ ଝରିଗାଁକୁ ନେବାକୁ ଉଦ୍ୟମ କରୁଥିବାବେଳେ ଖବର ପାଇ ଜିଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ ପହଞ୍ଚିଥିଲେ। ମୃତଦେହକୁ ବ୍ୟବଚ୍ଛେଦ କରାନଯାଇ କିଭଳି ଛାଡି ଦିଆଯାଉଛି ବୋଲି ପ୍ରଶ୍ନ କରିଥିଲେ। ଏହାକୁ ନେଇ କିଛି ସମୟ ପାଇଁ ଅସନ୍ତୋଷ ପ୍ରକାଶ ପାଇଥିଲା। ପରେ ଗଣମାଧ୍ୟମ ପ୍ରତିନିଧି ପହଞ୍ଚିବା ପରେ ମୃତଦେହକୁ ଆମ୍ବୁଲାନ୍ସରୁ ବାହାର କରାଯାଇଥିଲା। ଶବବ୍ୟବଚ୍ଛେଦ କରାଯିବା ପରେ ଅପରାହ୍ନରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା।

Hot this week

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

Related Articles

Popular Categories