www.samajalive.in
Sunday, December 14, 2025
26.1 C
Bhubaneswar

ସଟ୍‌ଡାଉନ୍‌ରେ ଖୋଲା ରହିବ ରାସ୍ତାକଡ଼ ଢାବା, ପାର୍ସଲ ଆକାରରେ ନେଇ ହେବ ଖାଦ୍ୟ

ଭୁବନେଶ୍ବର: କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୁନ୍‌ ମାସର ପ୍ରତି ଶନିବାର ଓ ରବିବାରକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଶନିବାର ଓ ରବିବାର ସଟ୍‌ଡାଉନ୍‌ରେ ସରକାରଙ୍କ ପକ୍ଷରୁ ଆଜି ସାମାନ୍ୟ କୋହଳ କରାଯାଇଛି। ଏଣିକି ସାପ୍ତାହି ସଟ୍‌ଡାଉନ୍‌ ଶନିବାର ଓ ରବିବାରରେ ଜାତୀୟ ଓ ରାଜ୍ୟ ରାଜପଥ କଡ଼ରେ ଥିବା ସବୁ ଢାବା ଖୋଲାଯାଇପାରିବ। କାରଣ ଢାବାଗୁଡ଼ିକୁ ଶନିବାର ଓ ରବିବାର ସଟ୍‌ଡାଉନ୍‌ରୁ ସରକାର ବାଦ ଦେଇଛନ୍ତି। ସେହିପରି ଜାତୀୟ ଓ ରାଜ୍ୟ ରାଜପଥ ପାର୍ଶ୍ବ ଢାବାକୁ ମଧ୍ୟ ରାଜ୍ୟ ସରକାର ରାତ୍ରୀକାଳିନ କର୍ଫ୍ୟୁର ବାଦ୍‌ ଦେଇଛନ୍ତି। ତେବେ ଢାବା ଖୋଲା ରହିବ ଏବଂ ଢାବାରେ ପ୍ରସ୍ତୁତ ଖାଦ୍ୟ କେବଳ ପାର୍ସଲ ଆକାରରେ ନେଇ ହେବ ବୋଲି ସରକାରଙ୍କ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି। ଏହି ସମୟରେ ଧାନ, ଚିନାବାଦାମ, ଡାଲି ସଂଗ୍ରହ କାର୍ଯ୍ୟ ମଧ୍ୟ ଚାଲୁ ରହିବ। ଏସବୁ କୋହଳ ନେଇ ଆଜି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ନିର୍ଦେଶ ଜାରି କରିଛନ୍ତି।

 

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories